ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣା, ୩କୋର୍ଟ ଚାଲାଣ

ଜୁନାଗଡ,୧୪।୯(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ଜାରିଙ୍ଗ ଓଭରବ୍ରିଜ ନିକଟରେ ଗତ ଜୁଲାଇ ୧୦ ତାରିଖରେ ଏକ୍ସିସ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଡକାୟତମାନେ ୧ଲକ୍ଷ ୮୬ ହଜାର ଟଙ୍କା ସହ ମୋବାଇଲକୁ ଛଡେଇନେଇ ଚମ୍ପଟ ମାରିଥିଲେ । ଏହାକୁ ନେଇ ଫାଇନାନ୍ସ କର୍ମଚାରୀ ସୁଶାନ୍ତ ନାଏକ ଜୁନାଗଡ ଥାନାରେ ଲିଖତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ନଂ (୨୮୧/ ୨୪) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । […] The post ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣା, ୩କୋର୍ଟ ଚାଲାଣ appeared first on Dharitri Odia News.

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣା, ୩କୋର୍ଟ ଚାଲାଣ

ଜୁନାଗଡ,୧୪।୯(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ଜାରିଙ୍ଗ ଓଭରବ୍ରିଜ
ନିକଟରେ ଗତ ଜୁଲାଇ ୧୦ ତାରିଖରେ ଏକ୍ସିସ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଡକାୟତମାନେ ୧ଲକ୍ଷ
୮୬ ହଜାର ଟଙ୍କା ସହ ମୋବାଇଲକୁ ଛଡେଇନେଇ ଚମ୍ପଟ ମାରିଥିଲେ । ଏହାକୁ ନେଇ ଫାଇନାନ୍ସ କର୍ମଚାରୀ
ସୁଶାନ୍ତ ନାଏକ ଜୁନାଗଡ ଥାନାରେ ଲିଖତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ନଂ (୨୮୧/
୨୪) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ଥିବା ୩ଜଣକୁ ଗିରଫ
କରି ଶନିବାର କୋର୍ଟ ଚାଲାଣ କରିଛି ଜୁନାଗଡ ପୋଲିସ। ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୬୫ ହଜାର
ଟଙ୍କା ୩ଟି ମୋବାଇଲ ଓ ଗୋଟିଏ ବାଇକକୁ ଜବତ କରିଛି ପୋଲିସ। ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଗୋଲାମୁଣ୍ଡା ଥାନା ଅଞ୍ଚଳର ହୋଇଥିବାବେଳେ ଅନ୍ୟଜଣେ ଏମ ରାମପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି । ଏହି ଲୁଟ ଘଟଣାରେ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ
ପ୍ରୟାସ ଜାରିରହିଥିବା ଜୁନାଗଡ ଆଇଆଇସି ଉଲ୍ଲାସ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି। ସେହିପରି ଅଭିଯୁକ୍ତଙ୍କ
ନାମରେ ପୂର୍ବରୁ ଏହି ସମାନ ମାମଲାରେ ଗୋଲାମୁଣ୍ଡା ଥାନାରେ ୨ଟି, ନର୍ଲାରେ ୨ଟି ଓ କେସିଙ୍ଗାରେ
ଗୋଟିଏ ମାମଳା ରହିଛି । ଏହି ଗ୍ୟାଙ୍ଗରେ ୭ ରୁ ଅଧିକ ଜଣ ରହିଥିବାବେଳେ ଏହାପୂର୍ବରୁ ଗତ କିଛି ଦିନ ତଳେ
ନର୍ଲା ପୋଲିସ ୩ଜଣକୁ କୋର୍ଟ ଚାଲାଣ କରିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୧୦ ତାରିଖରେ ଏକ୍ସିସ ବ୍ୟାଙ୍କ ଫାଇନାନ୍ସ କର୍ମଚାରୀ ସୁଶାନ୍ତ ଓ
ତାଙ୍କର ଜଣେ ସହକର୍ମୀ ଜୁନାଗଡ ଥାନା ଅଞ୍ଚଳର ନାନ୍ଦୋଲ,କେନ୍ଦୁପାଟି ଓ ମାକରଶୋଲା ଗ୍ରାମରୁ ଫାଇନାନ୍ସ
ଟଙ୍କା ୧ଲକ୍ଷ ୮୬ ହଜାର ସଂଗ୍ରହ କରି ଫେରୁଥିଲେ। ହେଲେ ବାଟରେ ଏହି ଗ୍ୟାଙ୍ଗ ପୂର୍ବରୁ ଯୋଜନା କରି
ଜାରିଙ୍ଗ ଓଭରବ୍ରିଜ ନିକଟରେ ଛକି ରହିଥିଲେ। ଫାଇନାନ୍ସ କର୍ମଚାରୀ ଯେମିତି ଓଭରବ୍ରିଜ ନିକଟକୁ ଆସିଥିଲେ
ଏହି ଗ୍ୟାଙ୍ଗ ସେମାନଙ୍କୁ ଅଟକାଇ ତାଙ୍କ ଠାରୁ ୧ଲକ୍ଷ ୮୬ ହଜାର ଟଙ୍କା, ମୋବାଇଲ ଛଡେଇନେବା ସହ
କଲେକ୍ସନ ମେସିନକୁ ଭାଙ୍ଗିଦେଇ ଚମ୍ପଟ ମାରିଥିଲେ।

The post ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣା, ୩କୋର୍ଟ ଚାଲାଣ appeared first on Dharitri Odia News.