ଟ୍ୟୁଶନ ଫି’ ଫେରସ୍ତ ମାଗିଲେ ଛାତ୍ରୀ
ୱାଶିଂଟନ: ଆମେରିକାର ବୋଷ୍ଟନ ସହରରେ ଥିବା ନର୍ଥ ଇଷ୍ଟର୍ନ ୟୁନିଭର୍ସିିଟିର ଜଣେ ଛାତ୍ରୀ ତାଙ୍କ ପ୍ରଫେସରଙ୍କ ଉପରେ ଚାଟ୍ ଜିପିଟିର ବ୍ୟବହାର କରି ନୋଟ୍ସ ଦେଉଥିବାର ଅଭିଯୋଗ ଆଣିଛନ୍ତି। ଏଲା ଷ୍ଟାପ୍ଲଟନ୍ ନାମ୍ନୀ ଏହି ଛାତ୍ରୀ କହିଛନ୍ତି, ସେ ଜଣେ ବିଜ୍ନେସ୍ ଷ୍ଟୁଡେଣ୍ଟ୍ ଭାବେ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିରେ ନାମ ଲେଖାଇଥିଲେ। ଅର୍ଗାନାଇଜେଶ୍ନାଲ ବିହେବିୟର୍ ବିଷୟରେ ତାଙ୍କ ପ୍ରଫେସର୍ ଦେଇଥିବା ନୋଟ୍ସ ତାଙ୍କୁ ପ୍ରଥମେ ଅଜବ ଲାଗିଥିଲା। ଉକ୍ତ ନୋଟ୍ସରେ ସେ ଚାଟ୍ ଜିପିଟିର ପ୍ରମ୍ପ୍ଟ ‘ଏକ୍ସପାଣ୍ଡ୍ ଇନ୍ […] The post ଟ୍ୟୁଶନ ଫି’ ଫେରସ୍ତ ମାଗିଲେ ଛାତ୍ରୀ appeared first on Dharitri Odia News.
ୱାଶିଂଟନ: ଆମେରିକାର ବୋଷ୍ଟନ ସହରରେ ଥିବା ନର୍ଥ ଇଷ୍ଟର୍ନ ୟୁନିଭର୍ସିିଟିର ଜଣେ ଛାତ୍ରୀ ତାଙ୍କ ପ୍ରଫେସରଙ୍କ ଉପରେ ଚାଟ୍ ଜିପିଟିର ବ୍ୟବହାର କରି ନୋଟ୍ସ ଦେଉଥିବାର ଅଭିଯୋଗ ଆଣିଛନ୍ତି। ଏଲା ଷ୍ଟାପ୍ଲଟନ୍ ନାମ୍ନୀ ଏହି ଛାତ୍ରୀ କହିଛନ୍ତି, ସେ ଜଣେ ବିଜ୍ନେସ୍ ଷ୍ଟୁଡେଣ୍ଟ୍ ଭାବେ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିରେ ନାମ ଲେଖାଇଥିଲେ। ଅର୍ଗାନାଇଜେଶ୍ନାଲ ବିହେବିୟର୍ ବିଷୟରେ ତାଙ୍କ ପ୍ରଫେସର୍ ଦେଇଥିବା ନୋଟ୍ସ ତାଙ୍କୁ ପ୍ରଥମେ ଅଜବ ଲାଗିଥିଲା। ଉକ୍ତ ନୋଟ୍ସରେ ସେ ଚାଟ୍ ଜିପିଟିର ପ୍ରମ୍ପ୍ଟ ‘ଏକ୍ସପାଣ୍ଡ୍ ଇନ୍ ଅଲ୍ ଏରିଆଜ୍, ବି ମୋର ଡିଟେଲ୍ଡ ଆଣ୍ଡ୍ ସ୍ପେସିଫିକ୍’କୁ ଦେଖିବାକୁ ପାଇଥିଲେ। ଚାଟ୍ ଜିପିଟିର ବ୍ୟବହାରରେ ଉକ୍ତ ନୋଟ୍ସ ପ୍ରସ୍ତୁତ ହୋଇଥିବା ନେଇ ତାଙ୍କ ସନ୍ଦେହ ବଢ଼ିଥିଲା। ଫଳରେ ସେ ତାଙ୍କ ପ୍ରଫେସର୍ ଦେଇଥିବା ନୋଟ୍ସକୁ ଗଭୀର ଭାବେ ଅନୁସନ୍ଧାନ କରିଥିଲେ। ଉକ୍ତ ନୋଟ୍ସରେ ଏଆଇ ଜେନେରେଟେଡ୍ ଇମେଜ୍, ବିକୃତ ଫଣ୍ଟ୍ ଏବଂ ଅନେକ ବନାନ ତ୍ରୁଟି ରହିଥିବାରୁ ତାଙ୍କ ପ୍ରଫେସର୍ ଚାଟ୍ ଜିପିଟିରୁ କପିକରି ନୋଟ୍ସ ଦେଉଥିଲେ ବୋଲି ଏଲା କହିଛନ୍ତି। ସେ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିର ବିଜ୍ନେସ୍ ସ୍କୁଲରେ ଏନେଇ ଏକ ଅଭିଯୋଗ ଦାଖଲ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ସେ ଦାଖଲ କରିଥିବା ୮ ହଜାର ଡଲାର (ପ୍ରାୟ ୬.୫ ଲକ୍ଷ ଟଙ୍କା) ଟ୍ୟୁଶନ ଫି’କୁ ତାଙ୍କୁ ଫେରସ୍ତ କରାଯାଉ ବୋଲି ଏଲା ନିଜ ଅଭିଯୋଗରେ ଦାବି କରିଛନ୍ତି।
The post ଟ୍ୟୁଶନ ଫି’ ଫେରସ୍ତ ମାଗିଲେ ଛାତ୍ରୀ appeared first on Dharitri Odia News.