ଗିରଫ ଭୟରେ ହାଇକୋର୍ଟ ଗଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର,୭।୩:ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଖବରଦାତାଙ୍କ ଉପରକୁ କୁକୁର ଛାଡ଼ିବା ତାଙ୍କୁ ମହଙ୍ଗା ପଡିଛି। ତାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛିି । ଏ ନେଇ ରଘୁନନ୍ଦନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାଟର୍ସରେ ହୋଇଥିବା ନିର୍ମାଣ ସମ୍ପର୍କିତ ରିପୋଟିଂ କରିବା ସମୟରେ […] The post ଗିରଫ ଭୟରେ ହାଇକୋର୍ଟ ଗଲେ ପୂର୍ବତନ ମନ୍ତ୍ରୀ appeared first on Dharitri Odia News.

ଗିରଫ ଭୟରେ ହାଇକୋର୍ଟ ଗଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର,୭।୩:ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଖବରଦାତାଙ୍କ ଉପରକୁ କୁକୁର ଛାଡ଼ିବା ତାଙ୍କୁ ମହଙ୍ଗା ପଡିଛି। ତାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛିି । ଏ ନେଇ ରଘୁନନ୍ଦନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାଟର୍ସରେ ହୋଇଥିବା ନିର୍ମାଣ ସମ୍ପର୍କିତ ରିପୋଟିଂ କରିବା ସମୟରେ ରଘୁନନ୍ଦନ ଜଣେ ମହିଳା ଖବରଦାତାଙ୍କ ଉପରକୁ କୁକୁର ଛାଡ଼ିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

The post ଗିରଫ ଭୟରେ ହାଇକୋର୍ଟ ଗଲେ ପୂର୍ବତନ ମନ୍ତ୍ରୀ appeared first on Dharitri Odia News.