ସ୍କ୍ରବ ଟାଇଫସ୍ ନେଲା ଆଉ ଜଣଙ୍କ ଜୀବନ
ବିନିକା,୧।୧୧: ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲା ବୁର୍ଲା ଏକ ଘରୋଇ ନର୍ସିଂ ହୋମ୍ରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ୧୧ ଦିନ ଧରି ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ହେଲେ ସୁବର୍ଣ୍ଣପୁର ଜିଲା ଆଙ୍ଖିଦାଦର ଗ୍ରାମର। ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ବରଗଡ଼ ଜିଲା ପାଇକମାଲ ବ୍ଲକ ବୁକ୍ରାମୁଣ୍ଡା ପଞ୍ଚାୟତ ମହୁଲପାଳି ଗ୍ରାମର ନାରାୟଣ ଦେବତା ସ୍କ୍ରବ […] The post ସ୍କ୍ରବ ଟାଇଫସ୍ ନେଲା ଆଉ ଜଣଙ୍କ ଜୀବନ appeared first on Dharitri Odia News.
ବିନିକା,୧।୧୧: ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲା ବୁର୍ଲା ଏକ ଘରୋଇ ନର୍ସିଂ ହୋମ୍ରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ୧୧ ଦିନ ଧରି ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ହେଲେ ସୁବର୍ଣ୍ଣପୁର ଜିଲା ଆଙ୍ଖିଦାଦର ଗ୍ରାମର।
ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ବରଗଡ଼ ଜିଲା ପାଇକମାଲ ବ୍ଲକ ବୁକ୍ରାମୁଣ୍ଡା ପଞ୍ଚାୟତ ମହୁଲପାଳି ଗ୍ରାମର ନାରାୟଣ ଦେବତା ସ୍କ୍ରବ ଟାଇଫସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।
ସୂଚନା ଯୋଗ୍ୟ, ନାରାୟଣ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ସେ ବୁକ୍ରାମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ପରେ ଜ୍ୱର ନ ଛାଡିବାରୁ ପଦ୍ମପୁର ଉପଖଣ୍ଡ ଏବଂ ପରେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣା ଯାଇଥିଲା । ସେଠାରୁ ପୁଣି ତାଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିଲା।
The post ସ୍କ୍ରବ ଟାଇଫସ୍ ନେଲା ଆଉ ଜଣଙ୍କ ଜୀବନ appeared first on Dharitri Odia News.