ସୁନ୍ଦର ଓ ସବୁଜ ଦାରିଙ୍ଗବାଡି ପାଇଁ ପ୍ରୟାସ
ଦାରିଙ୍ଗବାଡି,୧୬ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏକ ଫୋରମ ଗଠନ କରାଯାଇ ପ୍ରତେକ ରବିବାର ସକାଳ ସମୟରେ ଦାରିଙ୍ଗବାଡିର ସରକାରୀ କାର୍ଯ୍ୟାଳୟ ସମେତ ପର୍ଯ୍ୟଟନକ୍ଷେତ୍ରର ସଫେଇ କରାଯିବା ନେଇ ନିଷ୍ପତି କରାଯାଇଛି । ଏହି କ୍ରମରେ ରବିବାର ସକାଳୁ ଥାନା ପରିସରକୁ ସଫେଇ କରାଯାଇଛି। ଦୈନିକ ଥାନାକୁ ବହୁ ଲୋକ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବେଳେ ପ୍ଲାଷ୍ଟିକ, ଅଇଁଠା ପତ୍ର ପକାଇ ଥାନ୍ତି। […] The post ସୁନ୍ଦର ଓ ସବୁଜ ଦାରିଙ୍ଗବାଡି ପାଇଁ ପ୍ରୟାସ appeared first on Dharitri Odia News.
ଦାରିଙ୍ଗବାଡି,୧୬ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏକ ଫୋରମ ଗଠନ କରାଯାଇ ପ୍ରତେକ ରବିବାର ସକାଳ ସମୟରେ ଦାରିଙ୍ଗବାଡିର ସରକାରୀ କାର୍ଯ୍ୟାଳୟ ସମେତ ପର୍ଯ୍ୟଟନକ୍ଷେତ୍ରର ସଫେଇ କରାଯିବା ନେଇ ନିଷ୍ପତି କରାଯାଇଛି । ଏହି କ୍ରମରେ ରବିବାର ସକାଳୁ ଥାନା ପରିସରକୁ ସଫେଇ କରାଯାଇଛି। ଦୈନିକ ଥାନାକୁ ବହୁ ଲୋକ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବେଳେ ପ୍ଲାଷ୍ଟିକ, ଅଇଁଠା ପତ୍ର ପକାଇ ଥାନ୍ତି। ଏହା ପପରିସର ପ୍ରଦ୍ୟୁଷଣ କରିଥାଏ। ଏହାକୁ ନେଇ ଗତ ରବିବାର ସଫା କରାଯାଇଥିଲା।
ଫୋରମର କର୍ମକର୍ତ୍ତା ତଥା ଅଧ୍ୟକ୍ଷ ଅଜିତ କୁମାର ନାୟକଙ୍କ ନେତୃତ୍ୱରେ କର୍ମକର୍ତ୍ତା କୈଳାଶ ଚନ୍ଦ୍ର ଦଣ୍ଡପାଟ, ଧନେଶ୍ୱର ସାହୁ, ଦିଲୀପ କୁମାର ସାହୁ ପ୍ରମୁଖ ନେତୃତ୍ୱ ନେଇ ସଫେଇ କରିବା ସହ ଥାନା ପରିସରକୁ ସଫେଇ ରଖିବା ସହ ପ୍ଲାଷ୍ଟିକକୁ ବର୍ଜନ କରିବାକୁ ଥାନା କର୍ମଚାରୀଙ୍କୁ ନିବେଦନ କରାଯାଇଛି । ଲୋକଙ୍କୁ ସଚେତନ କରାଇ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ବର୍ଜନ କରିବା କପଡ଼ା ବ୍ୟାଗ ବ୍ୟବହାର କରିବା ଆଦି ସଚେତନ କରାଯାଇଛ।
The post ସୁନ୍ଦର ଓ ସବୁଜ ଦାରିଙ୍ଗବାଡି ପାଇଁ ପ୍ରୟାସ appeared first on Dharitri Odia News.