ଇଣ୍ଡିଆ ମେଣ୍ଟରେ ଛିଡୁନି ଆସନବଣ୍ଟା ଅଙ୍କ; କଂଗ୍ରେସ-ଏସ୍‌ପି, ଆର୍‌ଜେଡି-ଜେଡିୟୁ ମତଭେଦ

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟ ଦଳଙ୍କ ମଧ୍ୟରେ ବାରମ୍ବାର ବୈଠକ ଏବଂ ଆଲୋଚନା ଚାଲିଥିଲେ ବି ଆସନ ବଣ୍ଟନ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ ।ବରଂ ଏହି ପ୍ରସଙ୍ଗକୁ ନେଇ ବେଳକୁ ବେଳ ସଦସ୍ୟ ଦଳ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଉତ୍ତର ପ୍ରଦେଶରେ ଆସନ ବଣ୍ଟନକୁ ନେଇ ବୁଧବାର କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଭିତରେ ଆଲୋଚନା ହୋଇଥିଲେ ମଧ୍ୟ ଏଥିରେ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଉଭୟ […]

ଇଣ୍ଡିଆ ମେଣ୍ଟରେ ଛିଡୁନି ଆସନବଣ୍ଟା ଅଙ୍କ; କଂଗ୍ରେସ-ଏସ୍‌ପି, ଆର୍‌ଜେଡି-ଜେଡିୟୁ ମତଭେଦ
Asanbanta Number in India Mint Congress SP RJD JDU rift

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟ ଦଳଙ୍କ ମଧ୍ୟରେ ବାରମ୍ବାର ବୈଠକ ଏବଂ ଆଲୋଚନା ଚାଲିଥିଲେ ବି ଆସନ ବଣ୍ଟନ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ ।ବରଂ ଏହି ପ୍ରସଙ୍ଗକୁ ନେଇ ବେଳକୁ ବେଳ ସଦସ୍ୟ ଦଳ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଉତ୍ତର ପ୍ରଦେଶରେ ଆସନ ବଣ୍ଟନକୁ ନେଇ ବୁଧବାର କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଭିତରେ ଆଲୋଚନା ହୋଇଥିଲେ ମଧ୍ୟ ଏଥିରେ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଉଭୟ ଦଳ ଅଧିକ ଆସନ ଦାବିରେ ଅଟଳ ରହିଛନ୍ତି। ସେହିଭଳି ବିହାରରେ ଆସନ ବଣ୍ଟାକୁ ନେଇ ଆରଜେଡି ଏବଂ ଜେଡିୟୁ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଏଥିପାଇଁ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ବରଂ ଉଭୟ ଦଳର ନେତା ମୁହାଁମୁହିଁ ହୋଇଛନ୍ତି। ତେବେ ଆସନ ବଣ୍ଟନ କାର୍ଯ୍ୟ ଏତେ ସହଜ ନୁହେଁ ଏବଂ ଏଥିପାଇଁ ଆହୁରି ସମୟ ଲାଗିବ ବୋଲି ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ କହିଛନ୍ତି।

ଅନ୍ୟପକ୍ଷରେ ପଞ୍ଜାବରେ ଆସନ ବଣ୍ଟନ ବୁଝାମଣାକୁ ନେଇ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି(ଆପ୍‌) ମଧ୍ୟରେ ବିବାଦ ଲାଗି ଆସିଥିଲା ବେଳେ ଆପ୍‌ ଏଠାକାର ସମସ୍ତ ୧୩ ସଂସଦୀୟ କ୍ଷେତ୍ରରେ ଏକାକୀ ଲଢିବ ଏବଂ ବିଜୟୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍‌ କହିଛନ୍ତି। ମାନ୍‌ଙ୍କ ଏଭଳି ଟିପ୍ପଣୀକୁ ନେଇ କଂଗ୍ରେସ କ୍ଷୁବ୍ଧ ହେବା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ମାନ୍‌ଙ୍କୁ ହିଟଲର୍‌ ବୋଲି କହିଛି।