ପରାଜୟ ପରେ ଇଭିଏମ୍‌କୁ ଦୋଷଦେଲେ ବିରୋଧୀ

ନୂଆଦିଲ୍ଲୀ ,୨୩ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ବିଜୟୀ ହେବା ପରେ ବିରୋଧୀ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ଇଭିଏମ୍‌କୁ ଦୋଷ ଦେଇଛି। ଭାଜପାକୁ ଫାଇଦା ଦେବା ପାଇଁ ନିର୍ବାଚନ କମିଶନ ଭୋଟ ତାରିଖ ଘୋଷଣାରେ ବିଳମ୍ବ କରିଥିଲେ। ଏଥିସହିତ ଇଭିଏମ୍‌ରେ ଜାଲିଆତି ହୋଇଥିବା ଏମ୍‌ଭିଏ ଅଭିଯୋଗ ଆଣିବା ସହ ଫଳାଫଳର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛି। ନିର୍ବାଚନ ତାରିଖ ଘୋଷଣାକୁ ନେଇ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ନିର୍ବାଚନ କମିଶନଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ତାରିଖ […] The post ପରାଜୟ ପରେ ଇଭିଏମ୍‌କୁ ଦୋଷଦେଲେ ବିରୋଧୀ appeared first on Dharitri Odia News.

ପରାଜୟ ପରେ ଇଭିଏମ୍‌କୁ ଦୋଷଦେଲେ ବିରୋଧୀ

ନୂଆଦିଲ୍ଲୀ ,୨୩ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ବିଜୟୀ ହେବା ପରେ ବିରୋଧୀ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ଇଭିଏମ୍‌କୁ ଦୋଷ ଦେଇଛି। ଭାଜପାକୁ ଫାଇଦା ଦେବା ପାଇଁ ନିର୍ବାଚନ କମିଶନ ଭୋଟ ତାରିଖ ଘୋଷଣାରେ ବିଳମ୍ବ କରିଥିଲେ। ଏଥିସହିତ ଇଭିଏମ୍‌ରେ ଜାଲିଆତି ହୋଇଥିବା ଏମ୍‌ଭିଏ ଅଭିଯୋଗ ଆଣିବା ସହ ଫଳାଫଳର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛି।

ନିର୍ବାଚନ ତାରିଖ ଘୋଷଣାକୁ ନେଇ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ନିର୍ବାଚନ କମିଶନଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ତାରିଖ ଘୋଷଣାରେ ବିଳମ୍ବ ହେବା ଯୋଗୁ ଏକନାଥ ଶିନ୍ଦେ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲଡ୍‌କି ବହିନ ଯୋଜନା ଭଳି ବିଭିନ୍ନ ସ୍ମିମ୍‌ ଆରମ୍ଭ କରିବାକୁ ସୁଯୋଗ ପାଇଲା ବୋଲି ଶ୍ରୀନେତ କହିଛନ୍ତି।

The post ପରାଜୟ ପରେ ଇଭିଏମ୍‌କୁ ଦୋଷଦେଲେ ବିରୋଧୀ appeared first on Dharitri Odia News.