ମଣିପୁର ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟିନେଲେ ବିଶୃଙ୍ଖଳ ଜନତା

ଇମ୍ଫାଲ: ହିଂସା ପ୍ରବଣ ମଣିପୁରର ଉଖରୁଲ୍‌ରେ ଏକ ଥାନାରୁ କିଛି ବିଶୃଙ୍ଖଳିତ ଜନତା ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି। ବୁଧବାର ଗୁଳିମାଡ଼ରେ ୨ ଜଣ ସ୍ଥାନୀୟ ବାସିନ୍ଦା ଓ ମଣିପୁର ରାଇଫଲ୍‌ସର ଜଣେ ସଦସ୍ୟଙ୍କ ମୃତ୍ୟୁ ହେବାପରେ ଆଜି ଏହି ଘଟଣା ଘଟିଛି। ଏନେଇ ସମସ୍ତ ଥାନା ଏବଂ ଫାଣ୍ଡିଗୁଡ଼ିକରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାନୁଯାୟୀ, ଗ୍ରାମ ସୀମା ବିବାଦ ପାଇଁ ଉଖରୁଲ୍‌ରେ ୨ ଗ୍ରାମର କିଛି ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। […]

ମଣିପୁର ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟିନେଲେ ବିଶୃଙ୍ଖଳ ଜନତା

ଇମ୍ଫାଲ: ହିଂସା ପ୍ରବଣ ମଣିପୁରର ଉଖରୁଲ୍‌ରେ ଏକ ଥାନାରୁ କିଛି ବିଶୃଙ୍ଖଳିତ ଜନତା ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି। ବୁଧବାର ଗୁଳିମାଡ଼ରେ ୨ ଜଣ ସ୍ଥାନୀୟ ବାସିନ୍ଦା ଓ ମଣିପୁର ରାଇଫଲ୍‌ସର ଜଣେ ସଦସ୍ୟଙ୍କ ମୃତ୍ୟୁ ହେବାପରେ ଆଜି ଏହି ଘଟଣା ଘଟିଛି। ଏନେଇ ସମସ୍ତ ଥାନା ଏବଂ ଫାଣ୍ଡିଗୁଡ଼ିକରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାନୁଯାୟୀ, ଗ୍ରାମ ସୀମା ବିବାଦ ପାଇଁ ଉଖରୁଲ୍‌ରେ ୨ ଗ୍ରାମର କିଛି ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଗୁଳିମାଡ଼ ହେବାଦ୍ବାରା ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦ରୁ ଅଧିକ ଆହତ ହୋଇଥିଲେ। ବିଶୃଙ୍ଖଳ ଜନତା ଥାନାରୁ ୮ଟି ୯ ଏମ୍‌ଏମ୍‌ ପିସ୍ତଲ୍‌, ୩ଟି ଏକେ-୪୭ ରାଇଫଲ୍‌, ୨ଟି ୯ ଏମ୍‌ଏମ୍‌ କାରବାଇନ୍‌ , ଗୋଟିଏ ଏସ୍‌ଏଲ୍‌ଆର, ଗୋଟିଏ ଷ୍ଟେନ୍‌ ଗନ୍‌ , ୩୪୦ ଆ‌ଇଏସଏଏସ୍‌ ରାଉଣ୍ଡ୍‌, ୨୫୦ କାରବାଇନ ରାଉଣ୍ଡ୍‌, ଏକେ-୪୭ର ୧୮୦ ରା‌ଉଣ୍ଡ୍‌ ଏବଂ ଏସ୍‌ଏଲଆର୍‌ର ୧୦ ରାଉଣ୍ଡ୍‌ ଗୁଳି ନେଇ ପଳାଇଥିଲେ। ପୁଲିସ୍‌ ଏହା ଉପରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।