ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଜେଡିୟୁ ନେତା କେସି ତ୍ୟାଗୀ

ପାଟଣା: ବରିଷ୍ଠ ଜେଡିୟୁ ନେତା କେସି ତ୍ୟାଗୀ ଦଳର ମୁଖପାତ୍ର ପଦବିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜୀବ ରଞ୍ଜନ ପ୍ରସାଦଙ୍କୁ ନିଯୁକ୍ତି ଦେଇଛନ୍ତି। ତ୍ୟାଗୀ ତାଙ୍କ ଇସ୍ତଫାର କାରଣ ‘ବ୍ୟକ୍ତିଗତ’ବୋଲି ଦର୍ଶାଇଥିଲେ ମଧ୍ୟ ନିକଟରେ ଜେଡିୟୁର ସହଯୋଗୀ ବିଜେପିର ଆଭିମୁଖ୍ୟ ବିରୋଧରେ ଦେଇଥିବା ନକାରାତ୍ମକ ମନ୍ତବ୍ୟ ପାଇଁ ସେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଜେଡିୟୁ ପକ୍ଷରୁ ଜାରି ପ୍ରେସବାର୍ତ୍ତା ଅନୁସାରେ, ଜେଡିୟୁର ଜାତୀୟ ଅଧ୍ୟକ୍ଷ […]

ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଜେଡିୟୁ ନେତା କେସି ତ୍ୟାଗୀ

ପାଟଣା: ବରିଷ୍ଠ ଜେଡିୟୁ ନେତା କେସି ତ୍ୟାଗୀ ଦଳର ମୁଖପାତ୍ର ପଦବିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜୀବ ରଞ୍ଜନ ପ୍ରସାଦଙ୍କୁ ନିଯୁକ୍ତି ଦେଇଛନ୍ତି। ତ୍ୟାଗୀ ତାଙ୍କ ଇସ୍ତଫାର କାରଣ ‘ବ୍ୟକ୍ତିଗତ’ବୋଲି ଦର୍ଶାଇଥିଲେ ମଧ୍ୟ ନିକଟରେ ଜେଡିୟୁର ସହଯୋଗୀ ବିଜେପିର ଆଭିମୁଖ୍ୟ ବିରୋଧରେ ଦେଇଥିବା ନକାରାତ୍ମକ ମନ୍ତବ୍ୟ ପାଇଁ ସେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଜେଡିୟୁ ପକ୍ଷରୁ ଜାରି ପ୍ରେସବାର୍ତ୍ତା ଅନୁସାରେ, ଜେଡିୟୁର ଜାତୀୟ ଅଧ୍ୟକ୍ଷ ନୀତୀଶ କୁମାର ରାଜୀବ ରଞ୍ଜନ ପ୍ରସାଦଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି। ଏହାପୂର୍ବରୁ କେସି ତ୍ୟାଗୀ ଦଳର ମୁଖିଆଙ୍କୁ ପତ୍ର ଲେଖି ପଦବିରୁ ଅବ୍ୟାହତି ଦେବାକୁ ଅନୁରୋଧ କରିଥିଲେ। ଅନ୍ୟ କାର୍ଯ୍ୟରେ ବ୍ୟସ୍ତତା ହେତୁ ମୁଖପାତ୍ର ଭାବେ ଦାୟିତ୍ବ ସଂପାଦନ ପାଇଁ ଆବଶ୍ୟକ ସମୟ ଦେଇପାରୁନଥିବା ଦର୍ଶାଇଥିଲେ। ତେବେ ସେ ନୀତୀଶ କୁମାର ଓ ବିହାର ସରକାରଙ୍କ ସଫଳତାର ପ୍ରଚାର ନିମନ୍ତେ ଉପସ୍ଥିତ ରହିବେ ବୋଲି ପତ୍ରରେ ଦର୍ଶାଇଥିଲେ।