‘ଆମେ ଏକା ଲଢ଼ିଲେ ଭଲ କରିବୁ’

ଭୁବନେଶ୍ୱର,୮ା୩: ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ଏକାଠି ଲଢ଼ିବାକୁ ଅନେକେ ନାପସନ୍ଦ କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଛନ୍ତି। ଏଭଳି ସମ୍ଭାବ୍ୟ ମେଣ୍ଟକୁ କେହି କେହି ଚୋର-ପୋଲିସ ମେଣ୍ଟ ଆଖ୍ୟା ଦେଉଥିବା ବେଳେ କିଏ କିଏ କହୁଛନ୍ତି, ଏହା ମେଣ୍ଟ ନୁହେଁ, ପରସ୍ପର ମଧ୍ୟରେ ଆତ୍ମସମର୍ପଣ। ସେହିପରି ଅନେକେ ମନ୍ତବ୍ୟ ଦେଉଛନ୍ତି ଯେ, ଏଥର […] The post ‘ଆମେ ଏକା ଲଢ଼ିଲେ ଭଲ କରିବୁ’ appeared first on Dharitri Odia News.

‘ଆମେ ଏକା ଲଢ଼ିଲେ ଭଲ କରିବୁ’

ଭୁବନେଶ୍ୱର,୮ା୩: ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ଏକାଠି ଲଢ଼ିବାକୁ ଅନେକେ ନାପସନ୍ଦ କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଛନ୍ତି। ଏଭଳି ସମ୍ଭାବ୍ୟ ମେଣ୍ଟକୁ କେହି କେହି ଚୋର-ପୋଲିସ ମେଣ୍ଟ ଆଖ୍ୟା ଦେଉଥିବା ବେଳେ କିଏ କିଏ କହୁଛନ୍ତି, ଏହା ମେଣ୍ଟ ନୁହେଁ, ପରସ୍ପର ମଧ୍ୟରେ ଆତ୍ମସମର୍ପଣ। ସେହିପରି ଅନେକେ ମନ୍ତବ୍ୟ ଦେଉଛନ୍ତି ଯେ, ଏଥର ନିର୍ବାଚନରେ କୌଣସି ‘ବି’ (ବିଜେଡି, ବିଜେପି) ନୁହେଁ, ‘ସି’ (କଂଗ୍ରେସ)କୁ ପସନ୍ଦ କରିବୁ। କଂଗ୍ରେସ ହିଁ ଶାସକ ଦଳର ବିକଳ୍ପ ହୋଇପାରିବ ବୋଲି ସେମାନେ କହୁଛନ୍ତି।

ଅନ୍ୟପକ୍ଷରେ ମେଣ୍ଟ ଆଲୋଚନା ନେଇ ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଭାଜପା ଏକା ଲଢ଼ିବା ସମ୍ଭାବନା। ଆମେ ଏକା ଲଢ଼ିଲେ ହିଁ ଭଲ କରିବୁ ବୋଲି ସେ କହିଛନ୍ତି। ସେ କହିଛନ୍ତି, ମେଣ୍ଟ ନେଇ କୌଣସି ନିଷ୍ପତ୍ତି ଆସିନାହିଁ। କେନ୍ଦ୍ରୀୟ ନିଷ୍ପତ୍ତି ଆସିବ, ସେହି ଅନୁଯାୟୀ ଆମେ କାର୍ଯ୍ୟ କରିବୁ।

The post ‘ଆମେ ଏକା ଲଢ଼ିଲେ ଭଲ କରିବୁ’ appeared first on Dharitri Odia News.