‘ମୋର ସବୁ ଇଚ୍ଛା ମରି ସାରିଛି’; ନିଜ ଲଭ୍ ଲାଇଫ୍ ଏବଂ ଭିକ୍କି ଗୌସ୍ୱାମୀକୁ ନେଇ ମମତା କୁଲକର୍ଣ୍ଣିଙ୍କ ଖୁଲାସା

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଅନେକ ସଫଳ ଫିଲ୍ମରେ କାମ କରିଛନ୍ତି । ନିଜ କ୍ୟାରିୟରର ଶୀର୍ଷରେ ଥିବା ବେଳେ ସେ ହଠାତ୍ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିଲେ । ଅଭିନେତ୍ରୀଙ୍କ ନାଁ ଡ୍ରଗ୍ସ ମାଫିଆ ଭିକ୍କି ଗୌସ୍ୱାମୀ ସହ ଯୋଡ଼ି ହୋଇଥିଲା । ଦାବି କରାଯାଉଥିଲା ଯେ ଭିକ୍କି ଗୌସ୍ୱାମୀ ସହ ଅଭିନେତ୍ରୀ ଜଣକ ବିବାହ କରିଛନ୍ତି । କିନ୍ତୁ ଏବେ ଏହି ମାମଲାରେ ମମତା କୁଲକର୍ଣ୍ଣିଂ ପ୍ରତିକ୍ରିୟା ଦେଇଛନ୍ତି । କାହାକୁ ବି ବିବାହ କରିନଥିବା ଅଭିନେତ୍ରୀ କହିଛନ୍ତି । ଭିକ୍କି ଗୌସ୍ୱାମୀଙ୍କ ସହ ସମ୍ପର୍କରେ ଥିଲେ, କିନ୍ତୁ ଆଜିର ସମୟରେ ତାଙ୍କ ସହ କୌଣସି ଯୋଗାଯୋଗରେ ନଥିବା ସେ କହିଛନ୍ତି ।ମମତା କୁଲକର୍ଣ୍ଣି ନିକଟରେ ୨୫ ବର୍ଷ ପରେ ମାୟାନଗରୀକୁ ଫେରିଛନ୍ତି । ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ମମତା ନିଜ ଜୀବନ ସହ ଜଡ଼ିତ ଅନେକ କଥା ଉପରୁ ପରଦା ଉଠାଇଛନ୍ତି । ମମତା କୁଲକର୍ଣ୍ଣିଂ କହିଛନ୍ତି ଯେ ୨୦୧୬ରେ ଭିକ୍କି ଗୌସ୍ୱାମୀଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ । ଅଭିନେତ୍ରୀ କହିଛନ୍ତି ଯେ ସେ ବର୍ତ୍ତମାନ ଅଧ୍ୟାତ୍ମିକ ମାର୍ଗରେ ଅଛନ୍ତି । ବିବାହ ଏବଂ ପ୍ରେମକୁ ନେଇ ଏବେ କୌଣସି ପ୍ରକାର ଇଚ୍ଛା ନାହିଁ ।ମମତା କୁଲକର୍ଣ୍ଣିଙ୍କ ନାଁ ଡ୍ରଗ୍ସ ମାମଲାରେ ସାମନାକୁ ଆସିଥିଲା । ସାକ୍ଷାତକାରରେ ମମତା କହିଛନ୍ତି, 'ଡ୍ରଗ୍ସ ୱାର୍ଲଡ୍ ସହ ମୋର କୌଣସି ସମ୍ପର୍କ ନାହିଁ । ମୁଁ କେବେ ବି ସେହି ଲୋକମାନଙ୍କ

‘ମୋର ସବୁ ଇଚ୍ଛା ମରି ସାରିଛି’; ନିଜ ଲଭ୍ ଲାଇଫ୍ ଏବଂ ଭିକ୍କି ଗୌସ୍ୱାମୀକୁ ନେଇ ମମତା କୁଲକର୍ଣ୍ଣିଙ୍କ ଖୁଲାସା

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଅନେକ ସଫଳ ଫିଲ୍ମରେ କାମ କରିଛନ୍ତି । ନିଜ କ୍ୟାରିୟରର ଶୀର୍ଷରେ ଥିବା ବେଳେ ସେ ହଠାତ୍ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିଲେ । ଅଭିନେତ୍ରୀଙ୍କ ନାଁ ଡ୍ରଗ୍ସ ମାଫିଆ ଭିକ୍କି ଗୌସ୍ୱାମୀ ସହ ଯୋଡ଼ି ହୋଇଥିଲା । ଦାବି କରାଯାଉଥିଲା ଯେ ଭିକ୍କି ଗୌସ୍ୱାମୀ ସହ ଅଭିନେତ୍ରୀ ଜଣକ ବିବାହ କରିଛନ୍ତି । କିନ୍ତୁ ଏବେ ଏହି ମାମଲାରେ ମମତା କୁଲକର୍ଣ୍ଣିଂ ପ୍ରତିକ୍ରିୟା ଦେଇଛନ୍ତି । କାହାକୁ ବି ବିବାହ କରିନଥିବା ଅଭିନେତ୍ରୀ କହିଛନ୍ତି । ଭିକ୍କି ଗୌସ୍ୱାମୀଙ୍କ ସହ ସମ୍ପର୍କରେ ଥିଲେ, କିନ୍ତୁ ଆଜିର ସମୟରେ ତାଙ୍କ ସହ କୌଣସି ଯୋଗାଯୋଗରେ ନଥିବା ସେ କହିଛନ୍ତି ।

ମମତା କୁଲକର୍ଣ୍ଣି ନିକଟରେ ୨୫ ବର୍ଷ ପରେ ମାୟାନଗରୀକୁ ଫେରିଛନ୍ତି । ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ମମତା ନିଜ ଜୀବନ ସହ ଜଡ଼ିତ ଅନେକ କଥା ଉପରୁ ପରଦା ଉଠାଇଛନ୍ତି । ମମତା କୁଲକର୍ଣ୍ଣିଂ କହିଛନ୍ତି ଯେ ୨୦୧୬ରେ ଭିକ୍କି ଗୌସ୍ୱାମୀଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ । ଅଭିନେତ୍ରୀ କହିଛନ୍ତି ଯେ ସେ ବର୍ତ୍ତମାନ ଅଧ୍ୟାତ୍ମିକ ମାର୍ଗରେ ଅଛନ୍ତି । ବିବାହ ଏବଂ ପ୍ରେମକୁ ନେଇ ଏବେ କୌଣସି ପ୍ରକାର ଇଚ୍ଛା ନାହିଁ ।

ମମତା କୁଲକର୍ଣ୍ଣିଙ୍କ ନାଁ ଡ୍ରଗ୍ସ ମାମଲାରେ ସାମନାକୁ ଆସିଥିଲା । ସାକ୍ଷାତକାରରେ ମମତା କହିଛନ୍ତି, 'ଡ୍ରଗ୍ସ ୱାର୍ଲଡ୍ ସହ ମୋର କୌଣସି ସମ୍ପର୍କ ନାହିଁ । ମୁଁ କେବେ ବି ସେହି ଲୋକମାନଙ୍କୁ ଭେଟି ନାହିଁ । ଭିକ୍କି ଗୌସ୍ୱାମୀ ସହ ମୋର ସମ୍ପର୍କ ଥିଲା । ମୁଁ ତାଙ୍କୁ ପ୍ରେମ କରୁଥିଲି ।' ମମତା କହିଛନ୍ତି ଯେ ୧୯୯୬ ମସିହାରେ ସେ ଆଧ୍ୟାତ୍ମିକ ଆଡ଼କୁ ବଢିଥିଲେ । ସେ କହିଛନ୍ତି, 'ମୁଁ ମୁମ୍ୱାଇରେ ଥିଲି । ଭିକ୍କିର ଫୋନ୍ କଲ୍ ଆସିଥିଲା ଏବଂ ଏଠାକୁ ଆସି ତାକୁ ଭେଟିବା ପାଇଁ କହିଥିଲା । ମୁଁ ତାହା ସହ ୧୨ ବର୍ଷ ବିତାଇଛି । ଏହାପରେ ଭିକ୍କି ଗିରଫ ହୋଇଗଲା ।' ଅଭିନେତ୍ରୀ କହିଛନ୍ତି, 'ଭିକ୍କି ଜେଲରେ ଥିବା ପର୍ଯ୍ୟନ୍ତ ଭାରତ ଆସିବିନି ବୋଲି ମୁଁ ଭାବିଥିଲି । କିନ୍ତୁ ସେ ୨୦୧୨ରେ ଜେଲରୁ ମୁକୁଳିବା ବେଳକୁ ମୋର ସବୁ ଇଚ୍ଛା ମରିସାରିଥିଲା ।'

ନିଜ ଅର୍ନ୍ତଆତ୍ମାର କଥା ଶୁଣିବା ପରେ ଆଧ୍ୟାତ୍ମିକ ମାର୍ଗରେ ବଢିଥିବା ମମତା କହିଛନ୍ତି । ଅଭିନେତ୍ରୀ କହିଛନ୍ତି, 'ମୁଁ ଧ୍ୟାନ, ଯୋଗ ଏବଂ ପୂଜାପାଠ ଆଡକୁ ବଢିଥିଲି । ମାସେ ମାସେ ଯାଏ ଖାଇବା ଛାଡ଼ି ଦେଇଥିଲି । ଖାଦ୍ୟ ଛାଡ଼ି ରହିବା ଆରମ୍ଭ କରିଥିଲି । ଭଗବତ ଗୀତା, ରାମାୟଣ ସମେତ ସବୁ ବେଦ ପଢିଲି । ସକାଳରୁ ସଂଧ୍ୟା ଯାଏ ଗୋଟିଏ ମୁଦ୍ରାରେ ହିଁ ଧ୍ୟାନରେ ବସୁଥିଲି । ମୋ ଗୁରୁ ମୁମ୍ୱାଇରେ ରହୁଥିଲେ । ୨୦୦୦ରେ ମୁଁ ଭାରତ ଛାଡ଼ିଥିଲି ।'

ମମତା କୁଲକର୍ଣ୍ଣି କହିଛନ୍ତି, 'ଭିକ୍କି ଜେଲରେ ଥିବା ଯାଏ ଭାରତ ଆସିବିନି ବୋଲି ମୁଁ ଭାବିଥିଲି । ପରେ ସେ କେନିଆ ଚାଲିଗଲା । ମୁଁ ୨୦୧୨-୧୩ରେ କୁମ୍ଭ ଦେଖିବା ପାଇଁ ଆହ୍ଲାବାଦ (ପ୍ରୟାଗରାଜ) ଆସିଥିଲି । ୧୦ ଦିନ ରହିବା ପରେ ପୁଣି ଦୁବାଇ ଫେରି ଯାଇଥିଲି । ଭିକ୍କି କେନିଆରେ ରହିବା ବେଳେ ଥରେ ଦୁଇଥର ଭେଟ ହୋଇଛି । ସେଠି ବି ତା’ ବିରୋଧରେ ମାମଲା ରହିଛି । ୨୦୧୬ ପରଠୁ ଭିକ୍କ ସହ କୌଣସି ଯୋଗାଯୋଗ ନାହିଁ ।' ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ କୋର୍ଟରୁ କ୍ଲିନ୍ ଚିଟ୍ ମିଳିବା ପରେ ଏବେ ଖୁସିରେ ଥିବା ଅଭିନେତ୍ରୀ କହିଛନ୍ତି । ୨୦୨୫ ମହାକୁମ୍ଭରେ ସ୍ନାନ ପାଇଁ ଭାରତ ଆସିବେ ବୋଲି ସେ କହିଛନ୍ତି ।