ସାନ୍ତା କ୍ଲଜ୍ ବେଶରେ ଘରେ ପହଞ୍ଚିଲା ଜହ୍ଲାଦ ସ୍ୱାମୀ, ପତ୍ନୀ, ପିଲାଙ୍କ ସମେତ ୭ ଜଣଙ୍କୁ କଲା ନିର୍ମମ ହତ୍ୟା
ନୂଆଦିଲ୍ଲୀ: ୨୦୧୧ ମସିହା ଡିସେମ୍ବର ୨୫ ତାରିଖ। ଆଜକୁ ୧୨ ତଳର ଏହି ଘଟଣା ମନେ ପଡିଲେ ଲୋମ ଟାଙ୍କୁରି ଉଠେ। ଆମେରିକାର ଟେକ୍ସାସ ଖ୍ରୀଷ୍ଟମାସକୁ ସେଲିବ୍ରେସନ କରିବାର କ୍ୟାପିଟାଲ ଭାବରେ ଜଣାଶୁଣା। ଖ୍ରୀଷ୍ଟମାସ ସକାଳର ଉତ୍ସବ ଆରମ୍ଭ ହେଉ ହେଉ ଘରୁ ୭ ଜଣଙ୍କ ମୃତଦେହ ମିଳିଥିଲା। ସାନ୍ତା କ୍ଲଜ୍ ପରି ପୋଷାକ ପିନ୍ଧିଥିବା କେହି ଜଣେ ବ୍ୟକ୍ତି ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଥିଲା। ହତ୍ୟାକାଣ୍ଡ ଘଟିଥିବା ଘରେ ପୋଲିସ ପହଞ୍ଚିବା ଗିଫ୍ଟ ପେପର ସହ ୭ଟି ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା।ଆଉ ଶେଷରେ ଜଣାପଡ଼ିଥିଲା ହତ୍ୟାକାରୀ କିଏ। ପରିବାର ଲୋକେ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଇରାନରେ ଜନ୍ମିତ ୫୬ ଜଣ ଅଜିଜ ୟାଜଦାନପାନ ତାଙ୍କ ପତ୍ନୀ, ସେମାନଙ୍କର ଦୁଇ ସନ୍ତାନ, ପତ୍ନୀଙ୍କ ଭଉଣୀ, ଭାଉଜ ଏବଂ ଭଣଜାଙ୍କୁ ହତ୍ୟା କରିଥିଲେ। ପ୍ରଥମେ ସାରା ପରିବାରକୁ ଗୁଳି କରି ହତ୍ୟା କରାଯାଇଥିଲା। ନାଲି ଏବଂ ଧଳା ସାଣ୍ଟା ସୁଟ୍ ପିନ୍ଧି ଅଜିଜ୍ 911 କୁ ଫୋନ୍ କରି ହତ୍ୟାକାଣ୍ଡ ବିଷୟରେ ଜଣାଇଥିଲେ।ଅଜିଜ ତାଙ୍କ ପତ୍ନୀ ଫତେମେହ ରହମାଟି, ସେମାନଙ୍କର ୧୪ ବର୍ଷର ପୁଅ ଅଲି ଏବଂ ସେମାନଙ୍କର ୧୯ ବର୍ଷର ଝଅ ନୋନାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସେ ତାଙ୍କ ପତ୍ନୀଙ୍କ ଭଉଣୀ ଜୋହରେହ ରହମତି, ତାଙ୍କ ସ୍ୱାମୀ ମହମ୍ମଦ ହୋସେନ ଜରେଇ, ଏବଂ ସେମାନଙ୍କର 22 ବର୍ଷର ଝିଅ ସାହରାଙ୍କୁ ମଧ୍ୟ ହତ୍ୟା କରିଥିଲେ। ସମସ୍ତଙ୍କ ମୁଣ୍ଡ, ଛାତ
ନୂଆଦିଲ୍ଲୀ: ୨୦୧୧ ମସିହା ଡିସେମ୍ବର ୨୫ ତାରିଖ। ଆଜକୁ ୧୨ ତଳର ଏହି ଘଟଣା ମନେ ପଡିଲେ ଲୋମ ଟାଙ୍କୁରି ଉଠେ। ଆମେରିକାର ଟେକ୍ସାସ ଖ୍ରୀଷ୍ଟମାସକୁ ସେଲିବ୍ରେସନ କରିବାର କ୍ୟାପିଟାଲ ଭାବରେ ଜଣାଶୁଣା। ଖ୍ରୀଷ୍ଟମାସ ସକାଳର ଉତ୍ସବ ଆରମ୍ଭ ହେଉ ହେଉ ଘରୁ ୭ ଜଣଙ୍କ ମୃତଦେହ ମିଳିଥିଲା। ସାନ୍ତା କ୍ଲଜ୍ ପରି ପୋଷାକ ପିନ୍ଧିଥିବା କେହି ଜଣେ ବ୍ୟକ୍ତି ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଥିଲା। ହତ୍ୟାକାଣ୍ଡ ଘଟିଥିବା ଘରେ ପୋଲିସ ପହଞ୍ଚିବା ଗିଫ୍ଟ ପେପର ସହ ୭ଟି ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା।
ଆଉ ଶେଷରେ ଜଣାପଡ଼ିଥିଲା ହତ୍ୟାକାରୀ କିଏ। ପରିବାର ଲୋକେ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଇରାନରେ ଜନ୍ମିତ ୫୬ ଜଣ ଅଜିଜ ୟାଜଦାନପାନ ତାଙ୍କ ପତ୍ନୀ, ସେମାନଙ୍କର ଦୁଇ ସନ୍ତାନ, ପତ୍ନୀଙ୍କ ଭଉଣୀ, ଭାଉଜ ଏବଂ ଭଣଜାଙ୍କୁ ହତ୍ୟା କରିଥିଲେ। ପ୍ରଥମେ ସାରା ପରିବାରକୁ ଗୁଳି କରି ହତ୍ୟା କରାଯାଇଥିଲା। ନାଲି ଏବଂ ଧଳା ସାଣ୍ଟା ସୁଟ୍ ପିନ୍ଧି ଅଜିଜ୍ 911 କୁ ଫୋନ୍ କରି ହତ୍ୟାକାଣ୍ଡ ବିଷୟରେ ଜଣାଇଥିଲେ।
ଅଜିଜ ତାଙ୍କ ପତ୍ନୀ ଫତେମେହ ରହମାଟି, ସେମାନଙ୍କର ୧୪ ବର୍ଷର ପୁଅ ଅଲି ଏବଂ ସେମାନଙ୍କର ୧୯ ବର୍ଷର ଝଅ ନୋନାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସେ ତାଙ୍କ ପତ୍ନୀଙ୍କ ଭଉଣୀ ଜୋହରେହ ରହମତି, ତାଙ୍କ ସ୍ୱାମୀ ମହମ୍ମଦ ହୋସେନ ଜରେଇ, ଏବଂ ସେମାନଙ୍କର 22 ବର୍ଷର ଝିଅ ସାହରାଙ୍କୁ ମଧ୍ୟ ହତ୍ୟା କରିଥିଲେ। ସମସ୍ତଙ୍କ ମୁଣ୍ଡ, ଛାତି ଏବଂ ପେଟରେ ଏକାଧିକ ଥର ଗୁଳି ବାଜିଥିଲା। ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ଜବତ କରାଯାଇଥିଲା। ପୋଲିସ ତଦନ୍ତ ଜାଣିବାକୁ ପାଇଥିଲେ ହତ୍ୟାକାରୀ ଅଜିଜ ଏହି ସେଲିବ୍ରେସନକୁ ପସନ୍ଦ କରୁନଥିଲେ। ସେଥିପାଇଁ ସାନ୍ତା କ୍ଲଜ୍ ବେଶରେ ଆସି ଏଭଳି କାଣ୍ଡ ଭିଆଇଥିଲେ।