ଡେଡ୍ ଲାଇନ୍ ସୁଦ୍ଧା ନିର୍ବାଚନୀ ବଣ୍ଡ୍ ତଥ୍ୟ ଦେବ SBI, କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ମଙ୍ଗଳବାର ସୁଦ୍ଧା ଇଲେକ୍ଟ୍ରୋରାଲ୍ ବଣ୍ଡ୍ ବିବରଣୀ ଦେବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ନିର୍ବାଚନୀ ବଣ୍ଡ୍‌କୁ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଉପସ୍ଥାପନ କରିବ । କ୍ରେତା ଓ ଗ୍ରହୀତାଙ୍କ ଟିକନିକ୍ ତଥ୍ୟ ପ୍ରଦାନ କରିବ । ଏହି ବିବରଣୀକୁ ନିର୍ବାଚନ ଆୟୋଗ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ସାର୍ବଜନୀନ କରିବେ । ଇଲେକ୍ଟ୍ରୋରାଲ୍ ବଣ୍ଡ୍ ପ୍ରସଂଗରେ ଶୁଣାଣି କରି ସୋମବାର ଏହି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।  ଯଦି ତଥ୍ୟ ଦେବାରେ ଏସବିଆଇ ବିଳମ୍ବ କରେ କିମ୍ବା କୋର୍ଟ ନିଷ୍ପତ୍ତିକୁ ଅବମାନନା କରେ ତେବେ ବ୍ୟାଙ୍କ ନିର୍ଦ୍ଦେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁପ୍ରମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି । ସୋମବାର ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଂଗରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସିଧା ସିଧା ଅଧିକ ସମୟ ଦେବାକୁ ମନା କରିଥିଲେ ସର୍ବୋଚ୍ଚ ଅଦାଲତ । ଏସବିଆଇ ଦ୍ବାରା ଦାୟର ହୋଇଥିବା ସମୟ ବୃଦ୍ଧି ଅବେଦନ ଯାଚିବାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ । ତେବେ ଆଜି ସୁଦ୍ଧା ସମସ୍ତ ନିର୍ବାଚନୀ ବଣ୍ଡର ତଥ୍ୟ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି  । ଏହା ସହିତ ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବାକୁ କହିଛନ୍ତି ।   ଓ

ଡେଡ୍ ଲାଇନ୍ ସୁଦ୍ଧା ନିର୍ବାଚନୀ ବଣ୍ଡ୍ ତଥ୍ୟ ଦେବ SBI, କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ମଙ୍ଗଳବାର ସୁଦ୍ଧା ଇଲେକ୍ଟ୍ରୋରାଲ୍ ବଣ୍ଡ୍ ବିବରଣୀ ଦେବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ନିର୍ବାଚନୀ ବଣ୍ଡ୍‌କୁ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଉପସ୍ଥାପନ କରିବ । କ୍ରେତା ଓ ଗ୍ରହୀତାଙ୍କ ଟିକନିକ୍ ତଥ୍ୟ ପ୍ରଦାନ କରିବ । ଏହି ବିବରଣୀକୁ ନିର୍ବାଚନ ଆୟୋଗ ଆସନ୍ତା ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ସାର୍ବଜନୀନ କରିବେ । ଇଲେକ୍ଟ୍ରୋରାଲ୍ ବଣ୍ଡ୍ ପ୍ରସଂଗରେ ଶୁଣାଣି କରି ସୋମବାର ଏହି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।  ଯଦି ତଥ୍ୟ ଦେବାରେ ଏସବିଆଇ ବିଳମ୍ବ କରେ କିମ୍ବା କୋର୍ଟ ନିଷ୍ପତ୍ତିକୁ ଅବମାନନା କରେ ତେବେ ବ୍ୟାଙ୍କ ନିର୍ଦ୍ଦେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁପ୍ରମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି । 

ସୋମବାର ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଂଗରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସିଧା ସିଧା ଅଧିକ ସମୟ ଦେବାକୁ ମନା କରିଥିଲେ ସର୍ବୋଚ୍ଚ ଅଦାଲତ । ଏସବିଆଇ ଦ୍ବାରା ଦାୟର ହୋଇଥିବା ସମୟ ବୃଦ୍ଧି ଅବେଦନ ଯାଚିବାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ । ତେବେ ଆଜି ସୁଦ୍ଧା ସମସ୍ତ ନିର୍ବାଚନୀ ବଣ୍ଡର ତଥ୍ୟ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି  । ଏହା ସହିତ ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବାକୁ କହିଛନ୍ତି ।   

ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଭେଟି; ମଙ୍ଗଳବାରଠୁ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ମାମଲାର ଶୁଣାଣି ବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ୍ ସଲଓ୍ବେ କହିଥିଲେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ଏସବିଆଇ ନୂଆ ଇଲେକ୍ଟ୍ରୋରାଲ୍ ବଣ୍ଡ୍ ଜାରି ଉପରେ ରୋକ୍ ଲଗାଇଛି । ହେଲେ ପୂର୍ବରୁ ଜାରି ହୋଇଥିବା ବଣ୍ଡ୍‌ର ତଥ୍ୟ ହେବାକୁ ହେଲେ ବ୍ୟାଙ୍କକୁ ଅଧିକ ସମୟର ଅବଶ୍ୟକତା ରହିଛି । ଏଥିପାଇଁ ପୂରା ପ୍ରକ୍ରିୟାକୁ ଓଲଟାଇବାକୁ ପଡ଼ିବ । ତେଣୁ ଏହି ସମୟକୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିବେଦନ କରିଥିଲା ମାତ୍ର ସୁପ୍ରିମକୋର୍ଟର ଏଭଳି ଯୁକ୍ତିକୁ ମାନି ନାହାଁନ୍ତି ଖଣ୍ଡପୀଠ । ୨୪ ଘଣ୍ଟା ମଧ୍ୟରେ ସମସ୍ତ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।