ଆହୁରି ବଢ଼ିବ ଖରା; ଦକ୍ଷିଣ ଭାରତ ସମେତ ପୂର୍ବ ଭାରତରେ ଆଉ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗକୁ ଆଉ ଦୁଇ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଶନିବାର ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ଯେ ପେନିନସୁଲାରର କିଛି ଭାଗ ଓ ପୂର୍ବ ଭାରତରରେ ଆଗାମୀ ଦୁଇଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ।ଓଡ଼ିଶା, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିଦର୍ଭ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଆନ୍ଧ୍ର ଉପକୂଳ ଏବଂ ୟାନାମ, ରୟାଲସୀମା ଓ ତେଲେଙ୍ଗାନା ଗ୍ରୀଷ୍ମ ପ୍ରବାହରେ ପ୍ରଭାବିତ ହେବେ।   ଏକ୍ସରେ ପୋଷ୍ଟ କରି ପାଣିପାଗ ବିଭାଗ କହିଛି “ଆଗାମୀ ଦୁଇ ଦିନ ମଧ୍ୟରେ ପୂର୍ବ ଭାରତର କିଛି ଅଂଶ ଏବଂ ପେନିନସୁଲାର ଭାରତର କିଛି ଅଞ୍ଚଳ ଗ୍ରୀଷ୍ମ ପ୍ରବାହ ଅଧିକ ହେବାର ସମ୍ଭାବନା ଅଛି।”ତେବେ ଗ୍ରୀଷ୍ମ ପ୍ରବାହର ପ୍ରଚଣ୍ଡ ତାତିରୁ ସାମାନ୍ୟ ଆଶ୍ୱସ୍ତିର ଖବର ଦେଇଛି ପାଣିପାଗ ବିଭାଗ। ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏବର୍ଷ ଭଲ ମୌସୁମୀ ବର୍ଷା ହେବ। ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ବର୍ଷିବ। ସେ ଆହୁରି କହିଛନ୍ତି ଏହାର କାରଣ ହେଉଛି ଏଲ୍ ନିନୋର ପ୍ରଭାବ ସ୍ତର ହ୍ରାସ ପାଇବା। ଖାସ୍ ସେଥିପାଇଁ ମୌସୁମୀ ଆସିବାକୁ ଉତ୍ତମ ପରିବେଶର ସୃଷ୍ଟି ହେବ। ଫଳରେ ଭଲ ବର୍ଷା ହେବ । ଗତ ବର୍ଷ ଏଲ୍ ନିନୋ କାରଣରୁ ଭାରତୀୟ ମୌସୁମୀ ଅଞ୍ଚଳର ୬୦ପ୍ରତିଶତ ନକାରାତ୍ମକ ପ୍ରଭାବ ପକାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ପରିସ

ଆହୁରି ବଢ଼ିବ ଖରା; ଦକ୍ଷିଣ ଭାରତ ସମେତ ପୂର୍ବ ଭାରତରେ ଆଉ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗକୁ ଆଉ ଦୁଇ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଶନିବାର ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ଯେ ପେନିନସୁଲାରର କିଛି ଭାଗ ଓ ପୂର୍ବ ଭାରତରରେ ଆଗାମୀ ଦୁଇଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

ଓଡ଼ିଶା, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିଦର୍ଭ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଆନ୍ଧ୍ର ଉପକୂଳ ଏବଂ ୟାନାମ, ରୟାଲସୀମା ଓ ତେଲେଙ୍ଗାନା ଗ୍ରୀଷ୍ମ ପ୍ରବାହରେ ପ୍ରଭାବିତ ହେବେ।   

ଏକ୍ସରେ ପୋଷ୍ଟ କରି ପାଣିପାଗ ବିଭାଗ କହିଛି “ଆଗାମୀ ଦୁଇ ଦିନ ମଧ୍ୟରେ ପୂର୍ବ ଭାରତର କିଛି ଅଂଶ ଏବଂ ପେନିନସୁଲାର ଭାରତର କିଛି ଅଞ୍ଚଳ ଗ୍ରୀଷ୍ମ ପ୍ରବାହ ଅଧିକ ହେବାର ସମ୍ଭାବନା ଅଛି।”

ତେବେ ଗ୍ରୀଷ୍ମ ପ୍ରବାହର ପ୍ରଚଣ୍ଡ ତାତିରୁ ସାମାନ୍ୟ ଆଶ୍ୱସ୍ତିର ଖବର ଦେଇଛି ପାଣିପାଗ ବିଭାଗ। ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏବର୍ଷ ଭଲ ମୌସୁମୀ ବର୍ଷା ହେବ। ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ବର୍ଷିବ। ସେ ଆହୁରି କହିଛନ୍ତି ଏହାର କାରଣ ହେଉଛି ଏଲ୍ ନିନୋର ପ୍ରଭାବ ସ୍ତର ହ୍ରାସ ପାଇବା। ଖାସ୍ ସେଥିପାଇଁ ମୌସୁମୀ ଆସିବାକୁ ଉତ୍ତମ ପରିବେଶର ସୃଷ୍ଟି ହେବ। ଫଳରେ ଭଲ ବର୍ଷା ହେବ । 

ଗତ ବର୍ଷ ଏଲ୍ ନିନୋ କାରଣରୁ ଭାରତୀୟ ମୌସୁମୀ ଅଞ୍ଚଳର ୬୦ପ୍ରତିଶତ ନକାରାତ୍ମକ ପ୍ରଭାବ ପକାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ପରିସ୍ଥିତି ଦେଖାଯିବ ନାହିଁ । ଚଳିତ ବର୍ଷ ୟୁରାସିଆରେ ତୁଷାରପାତ କମ୍ ଅଛି, ଯାହା ମୁଖ୍ୟତଃ ମୌସୁମୀ ପାଇଁ ଉପଯୁକ୍ତ । ରିପୋର୍ଟ ଅନୁଯାୟୀ, ୨୦୨୩ର ମୌସୁମୀ ସମୟରେ ଭାରତରେ ହାରାହାରି ୮୬୮.୬ ମିଲିମିଟର ତୁଳନାରେ ୮୨୦ ମିଲିମିଟର ଠାରୁ କମ୍ ବର୍ଷା ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ ଏହାକୁ ଶକ୍ତିଶାଳୀ ଏଲ୍ ନିନୋକୁ ବୋଲି କହିଥିଲା । ଏହି ମାସ ଶେଷରେ IMD ଦକ୍ଷିଣ-ପଶ୍ଚିମ ମୌସୁମୀର ପୂର୍ବାନୁମାନ ଜାରି କରିବ । ଯାହା ଏକ ନୂତନ ସଙ୍କେତ ବିଷୟରେ ସୂଚନା ଦେଇପାରେ ।