ସୈତାନ୍ ସ୍ୱାମୀ, ଶ୍ୱଶୁର ଘରକୁ ଯାଇ ସ୍ତ୍ରୀର ଗଳାକାଟି ହତ୍ୟା

ବୌଦ୍ଧ ୦୯।୦୯ : ସୈତାନ ସ୍ୱାମୀ । ସ୍ତ୍ରୀର ଗଳା କାଟି କରିଲା ହତ୍ୟା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଚାରବାଟି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ନୂଆଖାଇ ପାଇଁ ଶ୍ୱଶୁର ଘରକୁ ଆସିଥିଲେ ଜ୍ୱାଇଁ । ହେଲେ ସେଠାରେ କୌଣସି କାମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ଜଣଙ୍କ ସ୍ତ୍ରୀର ଗଳାକାଟି ହତ୍ୟା କରିବାକୁ ବି ପଛେଇଲାନି । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ କଣ୍ଟାମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ହେଲେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ  ସର୍ବେ ନାୟକ ଘଟଣାସ୍ଥଳରୁ ଫେରାର ମାରିଛନ୍ତି । 

ସୈତାନ୍ ସ୍ୱାମୀ, ଶ୍ୱଶୁର ଘରକୁ ଯାଇ ସ୍ତ୍ରୀର ଗଳାକାଟି ହତ୍ୟା

ବୌଦ୍ଧ ୦୯।୦୯ : ସୈତାନ ସ୍ୱାମୀ । ସ୍ତ୍ରୀର ଗଳା କାଟି କରିଲା ହତ୍ୟା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଚାରବାଟି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ଖବର ଅନୁଯାୟୀ, ନୂଆଖାଇ ପାଇଁ ଶ୍ୱଶୁର ଘରକୁ ଆସିଥିଲେ ଜ୍ୱାଇଁ । ହେଲେ ସେଠାରେ କୌଣସି କାମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ଜଣଙ୍କ ସ୍ତ୍ରୀର ଗଳାକାଟି ହତ୍ୟା କରିବାକୁ ବି ପଛେଇଲାନି । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ କଣ୍ଟାମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ହେଲେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ  ସର୍ବେ ନାୟକ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ।