ରଜତ୍ ପାଟିଦାରଙ୍କ କ୍ୟାପ୍ଟେନ ଇନିଂସ, ଚେନ୍ନାଇକୁ ୧୯୭ ରନ୍ ଟାର୍ଗେଟ୍ ଦେଲା ଆରସିବି

ଚେନ୍ନାଇ: ଅଧିନାୟକ ରଜତ ପାଟିଦାରଙ୍କ ଅର୍ଦ୍ଧଶତକ ଓ ଶେଷ ଓଭରରେ ଟିମ୍ ଡେଭିଡଙ୍କ ଚମତ୍କାର ବୋଲିଂ ବଳରେ ଆରସିବି ସ୍କୋର ବୋର୍ଡରେ ୧୯୬ ରନ୍ ଲଗାଇଛି । ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲର ୮ମ ମ୍ୟାଚ୍ MA ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ବେଙ୍ଗାଲୁରୁ ୭ ୱିକେଟ୍ ହରାଇ ୧୯୬ ରନ୍ କରିଛି । ଆରସିବି ପାଇଁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପନର ଫିଲିପ୍ପ ସଲ୍ଟ ଓ ବିରାଟ କୋହଲି । ଦୁହିଁଙ୍କ ମଧ୍ୟରେ ୪୧ ରନ୍ ଭାଗୀଦାରି ହୋଇଥିଲା । ୪୫ ରନ୍‌ରେ ଫିଲିପ୍ପ ସଲ୍ଟ ବ୍ୟକ୍ତିଗତ ୩୨ ରନ୍‌ରେ ଆଉଟ୍ ହୋଇଥିଲେ । ତାଙ୍କ ପରେ ଦେବଦତ୍ତ ପାଡିକଲ୍ ୨୭, ବିରାଟ କୋହଲି ୩୧, ଲିଆମ୍ ଲିଭିଙ୍ଗଷ୍ଟନ୍ ୧୦, ଜିତେଶ ଶର୍ମା ୧୨ କରି ଆଉଟ୍ ହୋଇଥିଲେ । ଆରସିବି ପାଇଁ କ୍ୟାପ୍ଟେନ ରଜତ ପାଟିଦାର ସର୍ବାଧିକ ୫୧ ରନ୍ କରିଥିଲେ । ଶେଷ ଓଭରରେ ଟିମ୍ ଡେଭିଡ୍ ୩ଟି ଛକା ମାରି ବ୍ୟକ୍ତିଗତ ୨୨ ରନ୍ କରି ଅପରାଜିତ ରହିଥିଲେ । ଚେନ୍ନାଇ ପାଇଁ ନୁର ଅହମ୍ମଦ ସବୁଠୁ ସଫଳ ବୋଲର ହୋଇଥିଲେ । ସେ ଚାରି ଓଭରରେ ୩୬ ରନ୍ ଦେଇ ୩ ୱିକେଟ୍ ନେବାରେ ସଫଳ ହୋଇଥିଲେ । ସେହିପରି ପଥିରାନା ୨, ଅଶ୍ୱିନ ୧ ଓ ଖଲିଲ୍ ଅହମ୍ମଦ ୧ ୱିକେଟ୍ ନେଇଥିଲେ । 

ରଜତ୍ ପାଟିଦାରଙ୍କ କ୍ୟାପ୍ଟେନ ଇନିଂସ, ଚେନ୍ନାଇକୁ ୧୯୭ ରନ୍ ଟାର୍ଗେଟ୍ ଦେଲା ଆରସିବି

ଚେନ୍ନାଇ: ଅଧିନାୟକ ରଜତ ପାଟିଦାରଙ୍କ ଅର୍ଦ୍ଧଶତକ ଓ ଶେଷ ଓଭରରେ ଟିମ୍ ଡେଭିଡଙ୍କ ଚମତ୍କାର ବୋଲିଂ ବଳରେ ଆରସିବି ସ୍କୋର ବୋର୍ଡରେ ୧୯୬ ରନ୍ ଲଗାଇଛି । ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲର ୮ମ ମ୍ୟାଚ୍ MA ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ବେଙ୍ଗାଲୁରୁ ୭ ୱିକେଟ୍ ହରାଇ ୧୯୬ ରନ୍ କରିଛି । 

ଆରସିବି ପାଇଁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପନର ଫିଲିପ୍ପ ସଲ୍ଟ ଓ ବିରାଟ କୋହଲି । ଦୁହିଁଙ୍କ ମଧ୍ୟରେ ୪୧ ରନ୍ ଭାଗୀଦାରି ହୋଇଥିଲା । ୪୫ ରନ୍‌ରେ ଫିଲିପ୍ପ ସଲ୍ଟ ବ୍ୟକ୍ତିଗତ ୩୨ ରନ୍‌ରେ ଆଉଟ୍ ହୋଇଥିଲେ । ତାଙ୍କ ପରେ ଦେବଦତ୍ତ ପାଡିକଲ୍ ୨୭, ବିରାଟ କୋହଲି ୩୧, ଲିଆମ୍ ଲିଭିଙ୍ଗଷ୍ଟନ୍ ୧୦, ଜିତେଶ ଶର୍ମା ୧୨ କରି ଆଉଟ୍ ହୋଇଥିଲେ । ଆରସିବି ପାଇଁ କ୍ୟାପ୍ଟେନ ରଜତ ପାଟିଦାର ସର୍ବାଧିକ ୫୧ ରନ୍ କରିଥିଲେ । ଶେଷ ଓଭରରେ ଟିମ୍ ଡେଭିଡ୍ ୩ଟି ଛକା ମାରି ବ୍ୟକ୍ତିଗତ ୨୨ ରନ୍ କରି ଅପରାଜିତ ରହିଥିଲେ । 

ଚେନ୍ନାଇ ପାଇଁ ନୁର ଅହମ୍ମଦ ସବୁଠୁ ସଫଳ ବୋଲର ହୋଇଥିଲେ । ସେ ଚାରି ଓଭରରେ ୩୬ ରନ୍ ଦେଇ ୩ ୱିକେଟ୍ ନେବାରେ ସଫଳ ହୋଇଥିଲେ । ସେହିପରି ପଥିରାନା ୨, ଅଶ୍ୱିନ ୧ ଓ ଖଲିଲ୍ ଅହମ୍ମଦ ୧ ୱିକେଟ୍ ନେଇଥିଲେ ।