ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ କ୍ରେଜ, ୧ କୋଟି ୮୬ ଲକ୍ଷ ଟଙ୍କାରେ ପହଞ୍ଚିଲାଣି ଟିକେଟ୍ ମୂଲ୍ୟ

ନ୍ୟୁୟର୍କ: ଭାରତୀୟ ଦଳ ପାଇଁ ଚଳିତ ବର୍ଷ ଟି-୨୦ ବିଶ୍ଵକପ୍ ଜିତିବା ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ଚଳିତ ବର୍ଷ ଜୁନ ମାସରେ ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାର ମିଳିତ ଆନୁକୂଲ୍ୟରେ ଖେଳାଯିବ ଟି-୨୦ ବିଶ୍ଵକପ୍। ସବୁ ଥର ପରି ଏଥର ବିଶ୍ଵକପ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ  ଓ ପାକିସ୍ତାନ ମଧ୍ୟରେ ମୁକାବିଲାକୁ ପୂରା କ୍ରିକେଟ୍ ଜଗତ ଚାହିଁ ରହିଛି। ଭାରତ ଜୁନ ୫ ତାରିଖରେ ପ୍ରଥମ ମ୍ୟାଚ୍‌ରେ ଆୟରଲାଣ୍ଡକୁ ଭେଟୁଥିବା ବେଳେ ୯ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ ବହୁ ପ୍ରତୀକ୍ଷିତ ମୁକାବିଲା। ଏହି ହାଇଭୋଲଟେଜ୍ ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ। ଟି-୨୦ ବିଶ୍ଵକପ୍ ପାଇଁ ଫେବୃଆରୀ ପ୍ରଥମ ସପ୍ତାହରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ସାରିଛି। Also read- ଆଇପିଏଲ୍ ୨୦୨୪ ପୂର୍ବରୁ SRHର ବଡ଼ ନିଷ୍ପତ୍ତି, ପାଟ୍ କମିନ୍ସ ହେଲେ ହାଇଦ୍ରାବାଦର ଅଧିନାୟକ ଏହି ସମୟରେ ଭାରତ ଓ ପାକିସ୍ତାନ ସମେତ ପାଖାପାଖି ସବୁ ମ୍ୟାଚ୍‌ର ଟିକେଟ୍ ବିକ୍ରି ହୋଇ ସାରିଛି। ମାତ୍ର ସଦ୍ୟତମ ଖବର ଅନୁଯାୟୀ, ସବୁ ମ୍ୟାଚ୍‌ର କିଛି ଟିକେଟ୍‌ ରିସେଲ୍ ପ୍ଲାଟଫର୍ମରେ ପୁନର୍ବାର ବିକ୍ରି କରାଯାଉଛି। ଏହି ଟିକେଟ୍ StubHub ଓ SeatGeek ପ୍ଲାଟଫର୍ମରେ ମିଳୁଛି। ୟୁଏସଏ ଟୁଡେ ଅନୁଯାୟୀ, ଭାରତୀୟ ଦଳର ଦୁଇଟି ମ୍ୟାଚ୍‌ର ଟିକେଟ୍ ମୂଲ୍ୟ କୋଟିଏ ପହଞ୍ଚିଲାଣି। ଏଥିରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ର ଟିକେଟ୍ ମୂଲ୍ୟ ୧.୮୬ କୋଟି ଟଙ୍କା ପର୍ଯ୍ୟନ୍ତ

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ କ୍ରେଜ, ୧ କୋଟି ୮୬ ଲକ୍ଷ ଟଙ୍କାରେ ପହଞ୍ଚିଲାଣି ଟିକେଟ୍ ମୂଲ୍ୟ

ନ୍ୟୁୟର୍କ: ଭାରତୀୟ ଦଳ ପାଇଁ ଚଳିତ ବର୍ଷ ଟି-୨୦ ବିଶ୍ଵକପ୍ ଜିତିବା ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ଚଳିତ ବର୍ଷ ଜୁନ ମାସରେ ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାର ମିଳିତ ଆନୁକୂଲ୍ୟରେ ଖେଳାଯିବ ଟି-୨୦ ବିଶ୍ଵକପ୍। ସବୁ ଥର ପରି ଏଥର ବିଶ୍ଵକପ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ  ଓ ପାକିସ୍ତାନ ମଧ୍ୟରେ ମୁକାବିଲାକୁ ପୂରା କ୍ରିକେଟ୍ ଜଗତ ଚାହିଁ ରହିଛି। ଭାରତ ଜୁନ ୫ ତାରିଖରେ ପ୍ରଥମ ମ୍ୟାଚ୍‌ରେ ଆୟରଲାଣ୍ଡକୁ ଭେଟୁଥିବା ବେଳେ ୯ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ ବହୁ ପ୍ରତୀକ୍ଷିତ ମୁକାବିଲା। ଏହି ହାଇଭୋଲଟେଜ୍ ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ। ଟି-୨୦ ବିଶ୍ଵକପ୍ ପାଇଁ ଫେବୃଆରୀ ପ୍ରଥମ ସପ୍ତାହରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ସାରିଛି।

Also read- ଆଇପିଏଲ୍ ୨୦୨୪ ପୂର୍ବରୁ SRHର ବଡ଼ ନିଷ୍ପତ୍ତି, ପାଟ୍ କମିନ୍ସ ହେଲେ ହାଇଦ୍ରାବାଦର ଅଧିନାୟକ

ଏହି ସମୟରେ ଭାରତ ଓ ପାକିସ୍ତାନ ସମେତ ପାଖାପାଖି ସବୁ ମ୍ୟାଚ୍‌ର ଟିକେଟ୍ ବିକ୍ରି ହୋଇ ସାରିଛି। ମାତ୍ର ସଦ୍ୟତମ ଖବର ଅନୁଯାୟୀ, ସବୁ ମ୍ୟାଚ୍‌ର କିଛି ଟିକେଟ୍‌ ରିସେଲ୍ ପ୍ଲାଟଫର୍ମରେ ପୁନର୍ବାର ବିକ୍ରି କରାଯାଉଛି। ଏହି ଟିକେଟ୍ StubHub ଓ SeatGeek ପ୍ଲାଟଫର୍ମରେ ମିଳୁଛି। ୟୁଏସଏ ଟୁଡେ ଅନୁଯାୟୀ, ଭାରତୀୟ ଦଳର ଦୁଇଟି ମ୍ୟାଚ୍‌ର ଟିକେଟ୍ ମୂଲ୍ୟ କୋଟିଏ ପହଞ୍ଚିଲାଣି। ଏଥିରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ର ଟିକେଟ୍ ମୂଲ୍ୟ ୧.୮୬ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।

ଆଇସିସି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଟିକେଟ୍ ବିକ୍ରି ସମୟରେ ସବୁଠୁ କମ ଦାମ ୪୯୭ ଟଙ୍କା ରହିଥିଲା। ଆଉ ସର୍ବାଧିକ ମୂଲ୍ୟ ୩୩ ହଜାର ୧୪୮ ଟଙ୍କା ରଖା ଯାଇଥିଲା। କିନ୍ତୁ ରିସେଲ୍ ପ୍ଲାଟଫର୍ମରେ ଭିଆଇଟି ଟିକେଟର ମୂଲ୍ୟ ପ୍ରାୟ ୩୩ ଲକ୍ଷ ୧୫ ହଜାର ଟଙ୍କା ରଖାଯାଇଛି। ଅନ୍ୟପଟେ StubHubରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ସବୁଠୁ ଶସ୍ତା ଟିକେଟର ମୂଲ୍ୟ ହେଉଛି ଏକ ଲକ୍ଷ ୪  ହଜାର ଟଙ୍କା। ଆଉ SeatGeek ପ୍ଲାଟଫର୍ମରେ ସବୁଠୁ ମହଙ୍ଗା ଟିକେଟ୍‌ର ଦାମ ହେଉଛି ଏକ କୋଟି ୮୬ ଲକ୍ଷ ଟଙ୍କା ରହିଛି। ଏଥିରେ ପ୍ଲାଟଫର୍ମର ଫି ମଧ୍ୟ ସାମିଲ୍। ସୂଚନାଯୋଗ୍ୟ, ୨୦୨୩ ବିଶ୍ଵକପରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ସବୁଠୁ ମହଙ୍ଗା ଟିକେଟର ଦାମ ୫୭ ଲକ୍ଷ ୧୫ ହଜାର ଟଙ୍କା ରହିଥିଲା।

The post ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ କ୍ରେଜ, ୧ କୋଟି ୮୬ ଲକ୍ଷ ଟଙ୍କାରେ ପହଞ୍ଚିଲାଣି ଟିକେଟ୍ ମୂଲ୍ୟ appeared first on Prameya News7.