ଶଶି ଥରୁରଙ୍କୁ ଆଶ୍ୱସ୍ତି: ମାନହାନୀ ମାମଲାରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ବୟାନକୁ ନେଇ କଂଗ୍ରେସ ନେତା ଶଶି ଥରୁରଙ୍କ ବିରୋଧରେ ହୋଇଥିବା ଅପରାଧିକ ମାନହାନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ଏନେଇ କୋର୍ଟ ଏକ ପିଟିସନ ଜାର କରିବା ସହିତ ୪ ସପ୍ତାହ ଭିତରେ ଏହାର ଜବାବ ମାଗିଛନ୍ତି। ସେତେବେଳେ ପର୍ଯ୍ୟନ୍ତ ମାନହାନୀ ମାମଲା ଉପରେ ରୋକ ଲଗାଇଯାଇଛି। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ ଶଶି ଥରୁର। ମୋଦୀଙ୍କୁ ଟାର୍ଗେଟ୍ କରି ଶିବଲଙ୍ଗ ଉପରେ କଙ୍କଡ଼ା ବିଛା ବସିଛି ବୋଲି କହିଥିଲେ ଥରୁର। ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟଙ୍କ ଜଷ୍ଟିସ ହୃଷିକେଶ ରୟ ଏବଂ ଆର ମହାଦେବନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।ଏହା ପୂର୍ବରୁ ମାମଲା ରଦ୍ଦ କରିବାକୁ ଥରୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହେଲେ ୨୦୨୪ ଅଗଷ୍ଟ ୨୯ ତାରିଖରେ ମାମଲାର ଶୁଣାଣି କରି ଥରୁରଙ୍କ ଆବଦେନକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ। ଥରୁରଙ୍କ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଅନ୍ୟ ସାଂସଦ ପାଇଁ ଏହା ଅପମାନଜନକ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଥରୁର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଖବର ଅନୁସାରେ, ରାଜୀବ ବବ୍ବର ନାମକ ଜଣେ ବ୍ୟକ୍ତି ଥରୁରଙ୍କ ବିରୋଧରେ ୨୦୧୮ ନଭେମ୍ବର ୨ ତାରିଖରେ ମା

ଶଶି ଥରୁରଙ୍କୁ ଆଶ୍ୱସ୍ତି: ମାନହାନୀ ମାମଲାରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ବୟାନକୁ ନେଇ କଂଗ୍ରେସ ନେତା ଶଶି ଥରୁରଙ୍କ ବିରୋଧରେ ହୋଇଥିବା ଅପରାଧିକ ମାନହାନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ଏନେଇ କୋର୍ଟ ଏକ ପିଟିସନ ଜାର କରିବା ସହିତ ୪ ସପ୍ତାହ ଭିତରେ ଏହାର ଜବାବ ମାଗିଛନ୍ତି। ସେତେବେଳେ ପର୍ଯ୍ୟନ୍ତ ମାନହାନୀ ମାମଲା ଉପରେ ରୋକ ଲଗାଇଯାଇଛି। 

୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ ଶଶି ଥରୁର। ମୋଦୀଙ୍କୁ ଟାର୍ଗେଟ୍ କରି ଶିବଲଙ୍ଗ ଉପରେ କଙ୍କଡ଼ା ବିଛା ବସିଛି ବୋଲି କହିଥିଲେ ଥରୁର। ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟଙ୍କ ଜଷ୍ଟିସ ହୃଷିକେଶ ରୟ ଏବଂ ଆର ମହାଦେବନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

ଏହା ପୂର୍ବରୁ ମାମଲା ରଦ୍ଦ କରିବାକୁ ଥରୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହେଲେ ୨୦୨୪ ଅଗଷ୍ଟ ୨୯ ତାରିଖରେ ମାମଲାର ଶୁଣାଣି କରି ଥରୁରଙ୍କ ଆବଦେନକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ। ଥରୁରଙ୍କ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଅନ୍ୟ ସାଂସଦ ପାଇଁ ଏହା ଅପମାନଜନକ ବୋଲି ହାଇକୋର୍ଟ କହିଥିଲେ। ଏହାପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଥରୁର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 

ଖବର ଅନୁସାରେ, ରାଜୀବ ବବ୍ବର ନାମକ ଜଣେ ବ୍ୟକ୍ତି ଥରୁରଙ୍କ ବିରୋଧରେ ୨୦୧୮ ନଭେମ୍ବର ୨ ତାରିଖରେ ମାନହାନୀ ମାମଲା କରିଥିଲେ। କଂଗ୍ରେସ ସାଂସଦଙ୍କ ବୟାନ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଏଭଳି ମନ୍ତବ୍ୟ ଏକ ଅସହ୍ୟ ଗାଳି ବୋଲି ଦାବି କରିଥିଲେ। 

ଘଟଣାର ବିବାଦ-
ଅକ୍ଟୋବର ୨୦୨୮ରେ ବେଙ୍ଗାଲୋରରେ ଆୟୋଜିତ ଏକ ସାହିତ୍ୟ ସମାରୋହରେ ଶଶି ଥରୁର ଯୋଗ ଦେଇ ଏଭଳି ବୟାନ ଦେଇଥିଲେ। ଜଣେ ଅଜ୍ଞାତ ରାଷ୍ଟ୍ରୀୟ ସ୍ୱୟମ ସେବକ ସଂଘର କର୍ମୀ ମୋଦୀଙ୍କୁ ଶିବ ଲିଙ୍ଗ ଉପରେ କଙ୍କଡ଼ା ବିଛା ବସିଛି ବୋଲି କହିଥିବା ଥରୁର କହିଥିଲେ। ଥରୁରଙ୍କ ପକ୍ଷରୁ କେସ୍ ଲଢୁଥିବା ଅଡଭୋକେଟ ମହମ୍ମଦ ଅଲି ଖାନ କୋର୍ଟରେ ତର୍କ ରଖିଥିଲେ ଯେ ତାଙ୍କ ମହକିଲ ୨୦୧୨ରେ କାରବାନ ମ୍ୟାଗେଜିନର ପ୍ରକାଶିତ ଏକ ରିପୋର୍ଟକୁ ଉଲ୍ଲେଖ କରିଥିଲେ। ସେଥିରେ ଯାହା ଲେଖାଥିଲା ତାହା କହିଥିଲେ। ଯଦି ୨୦୧୨ରେ ଏହା ମାନହାନୀ ହେଲାନି ତେବେ ୨୦୧୮ରେ ଏହା କିଭଳି ମାନହାନୀ ହେଲା ବୋଲି ଅଲି ଖାନ ତର୍କ ରଖିଥିଲେ।   

ଖାନଙ୍କ ତର୍କ ଶୁଣିବା ପରେ ଜଷ୍ଟିସ ରୟ କହିଥିଲେ “ ସ୍କର୍ପିଅନ(କଙ୍କଡ଼ା ବିଛା) ବ୍ୟକ୍ତି ଅଜୟ ପରାକ୍ରମକୁ ବି ଦର୍ଶାଇଥାଏ। ଏକ ତୁଳନାକୁ ବିଭିନ୍ନ ଦିଗରେ ବ୍ୟାଖ୍ୟା କରାଯାଇପାରେ। ମୁଁ ବୁଝିପାରୁନି ଏଥିରେ ଲୋକଙ୍କର ଆପତ୍ତି କାହିଁକି ଥାଏ?”