ଦେଶର ୫୨ତମ CJI ହେବେ ଜଷ୍ଟିସ୍ ଗବାଇ, ଜାଣନ୍ତୁ ଆଇନଜୀବୀରୁ ସୁପ୍ରିମକୋର୍ଟ ଜଜ୍ ଯାଏ ତାଙ୍କ ଯାତ୍ରା...

ନୂଆଦିଲ୍ଲୀ: ଜଷ୍ଟିସ୍ ବିଆର୍ ଗବାଇ ଦେଶରେ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ବର୍ତ୍ତମାନ ସିଜେଆଇ ସଞ୍ଜୀବ ଖନ୍ନାଙ୍କ ଦ୍ୱାରା ଜଷ୍ଟିସ୍ ଗବାଇଙ୍କ ନାଁ ସୁପାରିଶ କରାଯିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଗବାଇଙ୍କୁ ଶପଥ ପାଠ କରାଇବେ । ଆସନ୍ତା ମେ ୧୪ ତାରିଖରେ ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ସେ ଶପଥ ନେବେ । ତାଙ୍କ କାର୍ଯ୍ୟକାଳ ୨୦୨୫ ନଭେମ୍ୱର ୨୩ ଯାଏ ରହିବ ।ଜାଣନ୍ତୁ ଜଷ୍ଟିସ୍ ବିଆଇ ଗବାଇଙ୍କ ବିଷୟରେଜଷ୍ଟିସ ଗବାଇଙ୍କ ପୂରା ନାମ ଭୂଷଣ ରାମକୃଷ୍ଣ ଗବାଇ । ୧୯୬୦ ନଭେମ୍ବର ୨୪ରେ ମହାରାଷ୍ଟ୍ରର ଅମରାବତୀରେ ତାଙ୍କ ଜନ୍ମ ହୋଇଥିଲା । ୧୯୮୫ ମସିହାରେ ସେ ନିଜର ଆଇନଗତ ବୃତ୍ତି ଆରମ୍ଭ କରିଥିଲେ । କ୍ୟାରିୟର ଆରମ୍ଭରେ ସେ ଜଣାଶୁଣା ଆଇନଜୀବୀ ତଥା ତତ୍କାଳୀନ ଏଜି ସ୍ୱର୍ଗତ ରାଜା ଏସ୍. ଭୋନଲେଙ୍କ ପାଖରେ ଲ’ ପ୍ରାକ୍ଟିସ୍ କରିଥିଲେ । ଏହାପରେ ୧୯୮୭ ମସିହାରେ ସେ ବମ୍ୱେ ହାଇକୋର୍ଟରେ ଏକାକୀ ଓକିଲାତି ଆରମ୍ଭ କରିଥିଲେ ।ଜଷ୍ଟିସ୍ ଗବାଇଙ୍କ ଫୋକସ୍ ସାମ୍ୱିଧାନିକ ଓ ପ୍ରଶାସନିକ ଆଇନ ଉପରେ ଅଧିକ ରହିଛି । ୧୯୯୨ ଅଗଷ୍ଟରେ ବମ୍ୱେ ହାଇକୋର୍ଟଙ୍କ ନାଗପୁର ବେଞ୍ଚରେ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ । ପରେ ୨୦୦୦ ମସିହାରେ ନାଗପୁର ବେଞ୍ଚରେ ହିଁ ପବ୍ଲିକ୍ ପ୍ରୋସିକ୍ୟୁଟର ହୋଇଥିଲେ ।୨୦୦୩ ନଭେମ୍ୱର ୧୪ରେ ବମ୍ୱେ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ନି

ଦେଶର ୫୨ତମ CJI ହେବେ ଜଷ୍ଟିସ୍ ଗବାଇ, ଜାଣନ୍ତୁ ଆଇନଜୀବୀରୁ ସୁପ୍ରିମକୋର୍ଟ ଜଜ୍ ଯାଏ ତାଙ୍କ ଯାତ୍ରା...

ନୂଆଦିଲ୍ଲୀ: ଜଷ୍ଟିସ୍ ବିଆର୍ ଗବାଇ ଦେଶରେ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ବର୍ତ୍ତମାନ ସିଜେଆଇ ସଞ୍ଜୀବ ଖନ୍ନାଙ୍କ ଦ୍ୱାରା ଜଷ୍ଟିସ୍ ଗବାଇଙ୍କ ନାଁ ସୁପାରିଶ କରାଯିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଗବାଇଙ୍କୁ ଶପଥ ପାଠ କରାଇବେ । ଆସନ୍ତା ମେ ୧୪ ତାରିଖରେ ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ସେ ଶପଥ ନେବେ । ତାଙ୍କ କାର୍ଯ୍ୟକାଳ ୨୦୨୫ ନଭେମ୍ୱର ୨୩ ଯାଏ ରହିବ ।

ଜାଣନ୍ତୁ ଜଷ୍ଟିସ୍ ବିଆଇ ଗବାଇଙ୍କ ବିଷୟରେ

ଜଷ୍ଟିସ ଗବାଇଙ୍କ ପୂରା ନାମ ଭୂଷଣ ରାମକୃଷ୍ଣ ଗବାଇ । ୧୯୬୦ ନଭେମ୍ବର ୨୪ରେ ମହାରାଷ୍ଟ୍ରର ଅମରାବତୀରେ ତାଙ୍କ ଜନ୍ମ ହୋଇଥିଲା । ୧୯୮୫ ମସିହାରେ ସେ ନିଜର ଆଇନଗତ ବୃତ୍ତି ଆରମ୍ଭ କରିଥିଲେ । କ୍ୟାରିୟର ଆରମ୍ଭରେ ସେ ଜଣାଶୁଣା ଆଇନଜୀବୀ ତଥା ତତ୍କାଳୀନ ଏଜି ସ୍ୱର୍ଗତ ରାଜା ଏସ୍. ଭୋନଲେଙ୍କ ପାଖରେ ଲ’ ପ୍ରାକ୍ଟିସ୍ କରିଥିଲେ । ଏହାପରେ ୧୯୮୭ ମସିହାରେ ସେ ବମ୍ୱେ ହାଇକୋର୍ଟରେ ଏକାକୀ ଓକିଲାତି ଆରମ୍ଭ କରିଥିଲେ ।

ଜଷ୍ଟିସ୍ ଗବାଇଙ୍କ ଫୋକସ୍ ସାମ୍ୱିଧାନିକ ଓ ପ୍ରଶାସନିକ ଆଇନ ଉପରେ ଅଧିକ ରହିଛି । ୧୯୯୨ ଅଗଷ୍ଟରେ ବମ୍ୱେ ହାଇକୋର୍ଟଙ୍କ ନାଗପୁର ବେଞ୍ଚରେ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ । ପରେ ୨୦୦୦ ମସିହାରେ ନାଗପୁର ବେଞ୍ଚରେ ହିଁ ପବ୍ଲିକ୍ ପ୍ରୋସିକ୍ୟୁଟର ହୋଇଥିଲେ ।

୨୦୦୩ ନଭେମ୍ୱର ୧୪ରେ ବମ୍ୱେ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୦୫, ନଭେମ୍ବର ୧୨ରେ ସେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ । ୨୦୧୯ ମେ ୨୪ ତାରିଖରେ ତାଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି କରାଯାଇଥିଲା । ସେବେଠାରୁ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ସେ ଅଂଶ ଅଟନ୍ତି, ଯେଉଁମାନେ ଅନେକ ଐତିହାସିକ ରାୟ ଦେଇଛନ୍ତି । 

ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସର୍ବସମ୍ମତିକ୍ରମେ ସମର୍ଥନ କରିଥିବା ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ ଜଷ୍ଟିସ ଗବାଇ । ରାଜନୈତିକ ଦଳକୁ ମିଳୁଥିବା ଇଲେକ୍ଟୋରାଲ୍ ବଣ୍ଡ ଯୋଜନାର ବୈଧତା ଉପରେ ଶୁଣାଣି କରିଥିବା ଖଣ୍ଡପୀଠର ସଦସ୍ୟ ଥିଲେ । ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଯୋଜନାକୁ ୪-୧ରେ ରଦ୍ଦ କରିଥିଲେ ।