ପୁଣି ରାଜଧାନୀର ଏକ ହସ୍ପିଟାଲ୍‌ରେ ଲାଗିଲା ଭୟଙ୍କର ନିଆଁ

ନୂଆଦିଲ୍ଲୀ,୫ା୬: ଦେଶର ରାଜଧାନୀରେ ଭୟଙ୍କର ନିଆଁ। ପୁଣିଥରେ ଦିଲ୍ଲୀର ଏକ ହସ୍ପିଟାଲରେ ନିଆଁ ଲାଗିଛି। ଲଜପତ୍‌ ନଗର ଅନ୍ତର୍ଗତ ଏହି ହସ୍ପିଟାଲର ଲିଫ୍ଟରେ ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବା ପାଇଁ ୧୬ଟି ଅଗ୍ନିଶମ ଗାଡ଼ି ଅପରେସନ୍‌ରେ ଲାଗିଛି। ପ୍ରାଥମିକ ସୂଚନା ମୁତାବକ ଏଥିରେ କେହି ଆହତ କିମ଼୍ବା ମୃତ ହୋଇନାହାନ୍ତି। ୧୦ ଦିନ ଭାତରେ ରାଜଧାନୀରେ ଦୁଇ ହସ୍ପିଟାଲ୍‌ରେ ନିଆଁ ଲାଗିଛି। ୨୬ ମେରେ ଏକ ଶିଶୁ ଯତ୍ନ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ୭ ନବଜାତକଙ୍କ […] The post ପୁଣି ରାଜଧାନୀର ଏକ ହସ୍ପିଟାଲ୍‌ରେ ଲାଗିଲା ଭୟଙ୍କର ନିଆଁ appeared first on Dharitri Odia News.

ପୁଣି ରାଜଧାନୀର ଏକ ହସ୍ପିଟାଲ୍‌ରେ ଲାଗିଲା ଭୟଙ୍କର ନିଆଁ

ନୂଆଦିଲ୍ଲୀ,୫ା୬: ଦେଶର ରାଜଧାନୀରେ ଭୟଙ୍କର ନିଆଁ। ପୁଣିଥରେ ଦିଲ୍ଲୀର ଏକ ହସ୍ପିଟାଲରେ ନିଆଁ ଲାଗିଛି। ଲଜପତ୍‌ ନଗର ଅନ୍ତର୍ଗତ ଏହି ହସ୍ପିଟାଲର ଲିଫ୍ଟରେ ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବା ପାଇଁ ୧୬ଟି ଅଗ୍ନିଶମ ଗାଡ଼ି ଅପରେସନ୍‌ରେ ଲାଗିଛି। ପ୍ରାଥମିକ ସୂଚନା ମୁତାବକ ଏଥିରେ କେହି ଆହତ କିମ଼୍ବା ମୃତ ହୋଇନାହାନ୍ତି। ୧୦ ଦିନ ଭାତରେ ରାଜଧାନୀରେ ଦୁଇ ହସ୍ପିଟାଲ୍‌ରେ ନିଆଁ ଲାଗିଛି। ୨୬ ମେରେ ଏକ ଶିଶୁ ଯତ୍ନ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ୭ ନବଜାତକଙ୍କ ମୃତ୍ୟୁ ହୋଇଥିଲା।

ଅଗ୍ନିଶମ ବାହିନୀର ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବାହ୍ନ ୧୧.୩୦ ମିନିଟ୍‌ ସମୟରେ ଲଜପତ ନଗରର ଏକ ଆଖି ହସ୍ପିଟଲରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା। ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ୧୬ଟି ଅଗ୍ନିଶମ ଗାଡ଼ି ପଠାଯାଇଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଛି ସେ ନେଇ କୌଣସି କାରଣ ଜଣାପଡ଼ିନାହିଁ।

The post ପୁଣି ରାଜଧାନୀର ଏକ ହସ୍ପିଟାଲ୍‌ରେ ଲାଗିଲା ଭୟଙ୍କର ନିଆଁ appeared first on Dharitri Odia News.