ଆଜିଠୁ ଓଡ଼ିଶା ବନାମ ଜମ୍ମୁ-କଶ୍ମୀର
ଭୁବନେଶ୍ୱର, ୧୯।୧ (ତପନ ସ୍ବାଇଁ): ଚଳିତ ରଣଜୀ ଟ୍ରଫି ସିଜନରେ ଓଡ଼ିଶା ଏହାର ତୃତୀୟ ମ୍ୟାଚ ଶୁକ୍ରବାରଠାରୁ ଜମ୍ମୁ-କଶ୍ମୀର ବିପକ୍ଷରେ ଖେଳିବ। କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଏହାପରେ ଘରୋଇ ଗ୍ରାଉଣ୍ଡରେ ଓଡ଼ିଶା ଆଉ ୩ଟି ମ୍ୟାଚ ଖେଳିବ। ପରବର୍ତ୍ତୀ ମ୍ୟାଚ ସେହି ଡ୍ରିମ୍ସରେ ୨୬ରୁ ୨୯ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ବିପକ୍ଷରେ ଅନୁଷ୍ଠିତ ହେବ। ଏହାପରେ କଟକର ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ପଣ୍ଡିଚେରୀ ମଧ୍ୟରେ ମ୍ୟାଚ ଫେବୃୟାରୀ ୨ରୁ ୫ ପର୍ଯ୍ୟନ୍ତ […] The post ଆଜିଠୁ ଓଡ଼ିଶା ବନାମ ଜମ୍ମୁ-କଶ୍ମୀର appeared first on Dharitri Odia News.
ଭୁବନେଶ୍ୱର, ୧୯।୧ (ତପନ ସ୍ବାଇଁ): ଚଳିତ ରଣଜୀ ଟ୍ରଫି ସିଜନରେ ଓଡ଼ିଶା ଏହାର ତୃତୀୟ ମ୍ୟାଚ ଶୁକ୍ରବାରଠାରୁ ଜମ୍ମୁ-କଶ୍ମୀର ବିପକ୍ଷରେ ଖେଳିବ। କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଏହାପରେ ଘରୋଇ ଗ୍ରାଉଣ୍ଡରେ ଓଡ଼ିଶା ଆଉ ୩ଟି ମ୍ୟାଚ ଖେଳିବ। ପରବର୍ତ୍ତୀ ମ୍ୟାଚ ସେହି ଡ୍ରିମ୍ସରେ ୨୬ରୁ ୨୯ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ବିପକ୍ଷରେ ଅନୁଷ୍ଠିତ ହେବ। ଏହାପରେ କଟକର ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ପଣ୍ଡିଚେରୀ ମଧ୍ୟରେ ମ୍ୟାଚ ଫେବୃୟାରୀ ୨ରୁ ୫ ପର୍ଯ୍ୟନ୍ତ ଖେଳାଯିବ। ଘରୋଇ ପରିବେଶରେ ଓଡ଼ିଶା ଏହାର ଚତୁର୍ଥ ମ୍ୟାଚ ଫେବୃୟାରୀ ୯ରୁ ୧୨ ପର୍ଯ୍ୟନ୍ତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଶାନ୍ତନୁ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶା ଏପର୍ଯ୍ୟନ୍ତ ବାହାର ପରିବେଶରେ ୨ଟି ମ୍ୟାଚ ଖେଳି ସାରିଛି। ଭଦୋଦରାର ମୋତିବାଗ ଷ୍ଟାଡିୟମରେ ବରୋଦାଠାରୁ ୧୪୭ ରନରେ ପରାସ୍ତ ହୋଇ ଅଭିଯାନ କରିଥିବା ଓଡ଼ିଶା ଇନ୍ଦୋରର ଇମିରାଲ୍ଡ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚକୁ ମଧ୍ୟ ପ୍ରଦେଶ ବିପକ୍ଷରେ ଡ୍ର ରଖିଛି। ତେବେ ଏହି ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଦଳ ୩ ପଏଣ୍ଟ ପାଇଛି। ଏହି ମ୍ୟାଚରେ ଶୁଭ୍ରାଂଶୁ ସେନାପତି ୨୭୭ ରନର ଇନିଂସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।
ଜମ୍ମୁ କଶ୍ମୀର ଦଳ ଇତିମଧ୍ୟରେ କଟକରେ ଡ୍ରିମ୍ସ ଗ୍ରାଉଣ୍ଡରେ ଅଭ୍ୟାସ କରିଛି। ଏହି ଦଳ ଜମ୍ମୁଠାରେ ସିଜନର ପ୍ରଥମ ମ୍ୟାଚକୁ ହିମାଚଳ ପ୍ରଦେଶ ବିପକ୍ଷରେ ଡ୍ର ରଖି ଅଭିଯାନ ଆରମ୍ଭ କରିଛି। ବର୍ଷା ଓ ପଡ଼ିଆ ଓଦା ଜନିତ ପରିବେଶ ଯୋଗୁ ୨ଟି ଲେଖାଏ ଇନିଂସ ଖେଳ ସମ୍ଭବ ହୋଇ ନ ଥିଲା। ଜମ୍ମୁଠାରେ ଅନୁଷ୍ଠିତ ଦିଲ୍ଲୀ ବିପକ୍ଷ ଦ୍ୱିତୀୟ ମ୍ୟାଚ ମଧ୍ୟ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଦିଲ୍ଲୀ ଗୋଟିଏ ଇନିଂସ ଖେଳି ୬ ଉଇକେଟରେ ୧୩୪ ରନ କରିବା ସମ୍ଭବ ହୋଇଥିଲା। ଏହି ମ୍ୟାଚ ମଧ୍ୟ ଡ୍ର ରହିଥିଲା। ଫଳରେ ୨ ମ୍ୟାଚରୁ ଜମ୍ମୁ-କଶ୍ମୀର ୨ ପଏଣ୍ଟ ପାଇବାକୁ ସକ୍ଷମ ହୋଇଛି।
The post ଆଜିଠୁ ଓଡ଼ିଶା ବନାମ ଜମ୍ମୁ-କଶ୍ମୀର appeared first on Dharitri Odia News.