ନାବାଳିକାଙ୍କ ଆପତ୍ତିଜନକ ଫଟୋ ଉଠାଇ ଧମକ,ଯୁବକ ଗିରଫ ମାରିବାକୁ କଟୁରୀ ଧରି ଖୋଜୁଥିଲେ
ଭୁବନେଶ୍ୱର୧,ା୧୧(ସୂର୍ଯ୍ୟକାନ୍ତ ବେହେରା): ବନ୍ଧୁ ହୋଇ ନାବାଳିକା ଛାତ୍ରୀଙ୍କ ସହ ବିଶ୍ୱାସଘାତକତା କଲେ ଜଣେ ଯୁବକ। ଅଚେତ ଅବସ୍ଥାରେ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ ସହ ବିବାହ କରିବା ଜିଦ କରି ତାଙ୍କୁ କଟୁରୀ ସାହାଯ୍ୟରେ ମାରିବା ପାଇଁ ପ୍ରୟାସ କରୁଥିବା ଉକ୍ତ ଯୁବକଙ୍କୁ ବାଲିଅନ୍ତା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲେ ଏହି ଥାନା ଅଞ୍ଚଳର ରାଜକିଶୋର ନାୟକ(୨୧) । ତାଙ୍କଠାରୁ ମୋଟରସାଇକେଲ ଜବତ ହୋଇଛି । ସୂଚନାନୁସାରେ […] The post ନାବାଳିକାଙ୍କ ଆପତ୍ତିଜନକ ଫଟୋ ଉଠାଇ ଧମକ,ଯୁବକ ଗିରଫ ମାରିବାକୁ କଟୁରୀ ଧରି ଖୋଜୁଥିଲେ appeared first on Dharitri Odia News.
ଭୁବନେଶ୍ୱର୧,ା୧୧(ସୂର୍ଯ୍ୟକାନ୍ତ ବେହେରା): ବନ୍ଧୁ ହୋଇ ନାବାଳିକା ଛାତ୍ରୀଙ୍କ ସହ ବିଶ୍ୱାସଘାତକତା କଲେ ଜଣେ ଯୁବକ। ଅଚେତ ଅବସ୍ଥାରେ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ ସହ ବିବାହ କରିବା ଜିଦ କରି ତାଙ୍କୁ କଟୁରୀ ସାହାଯ୍ୟରେ ମାରିବା ପାଇଁ ପ୍ରୟାସ କରୁଥିବା ଉକ୍ତ ଯୁବକଙ୍କୁ ବାଲିଅନ୍ତା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲେ ଏହି ଥାନା ଅଞ୍ଚଳର ରାଜକିଶୋର ନାୟକ(୨୧) । ତାଙ୍କଠାରୁ ମୋଟରସାଇକେଲ ଜବତ ହୋଇଛି ।
ସୂଚନାନୁସାରେ ପୀଡିତା ନାବାଳିକା ଛାତ୍ରୀ ଜଣଙ୍କ ମାମୁ ଘରକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ଅଭିଯୁକ୍ତଙ୍କ ସହିତ ଚିହ୍ନାପରିଚୟ ହେବା ପରେ ପରସ୍ପର ମଧ୍ୟରେ ବନ୍ଧୁତା ହୋଇଥିଲା । ଛାତ୍ରୀ ଜଣଙ୍କ କଲେଜରୁ ଘରକୁ ଫେରିବା ନିମନ୍ତେ ଅଟୋକୁ ଅପେକ୍ଷା କରିଥିବା ବେଳେ, ଅଭିଯୁକ୍ତ ସେଠାରେ ପହଞ୍ଚି ତାଙ୍କୁ ନିଜ ମୋଟରସାଇକେଲରେ ଯିବା ଲାଗି ପ୍ରବାର୍ତ୍ତାଇଥିଲେ । ସାଙ୍ଗରେ ଯିବା ବେଳେ ବ୍ରାହ୍ମଣଷଢଙ୍ଗି ଛକରେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଏକ ଥଣ୍ଡା ପାନୀୟ ପିଇବା ଲାଗି ଦେଇ ଜୟଦେବ ପାର୍କ ଅଭିମୁଖେ ନେଇଯାଇଥିଲେ । ସେଠାରେ ପହଞ୍ଚିବା ମାତ୍ରେ ପୀଡିତା କିଛି ସମୟ ପାଇଁ ଅଚେତ ହୋଇପଡିଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ତାଙ୍କର କିଛି ଆପତ୍ତିଜନକ ଫଟୋ ନିଜ ମୋବାଇଲ ଫୋନରେ ଉଠାଇ ନେଇଥିଲେ ଏବଂ ତାଙ୍କୁ ନେଇ ଘରେ ଛାଡି ଦେଇଥିଲେ । କିଛି ଦିନ ଯିବା ପରେ ଅଭିଯୁକ୍ତ ଜଣକ ଏହି ଫଟୋ ଗୁଡିକୁ ମାଧ୍ୟମ କରି ପୀଡିତାଙ୍କୁ ବିବାହ କରିବା ଲାଗି ତାଙ୍କ ଘର ଲୋକଙ୍କୁ ବାଧ୍ୟ କରିଥିଲେ । ପରିବାର ସଦସ୍ୟ ଅଭିଯୁକ୍ତଙ୍କ ପ୍ରସ୍ତାବରେ ରାଜି ହୋଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ଅକ୍ଟୋବର ୩୦ ସକାଳେ ପୀଡିତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସାଙ୍ଗରେ କଟୁରୀ ନେଇ ତାଙ୍କ ଘରେ ପହଞ୍ଚିଥିଲେ । ତାଙ୍କୁ ଘରେ ନପାଇ ବାହାରେ ବଡ ପାଟି କରି ବିଶୃଙ୍ଖଳା ସୃଷ୍ଟି କରିବା ବେଳେ ସ୍ଥାନୀୟ ଲୋକମାନେ ସେଠାରେ ଏକାଠି ହୋଇଯାଇଥିଲେ। ଏହା ଦେଖି ଅଭିଯୁକ୍ତ ଜଣକ ସେଠାରୁ ପଲାଇ ଯାଇଥିଲେ ମଧ୍ୟ କିଛି ସମୟ ପରେ ପୁନର୍ବାର ଆସି ତାଙ୍କୁ ଘରେ ଖୋଜି ଥିଲେ । ଏହା ଦେଖି ପୀଡିତା ଭୟଭୀତ ହୋଇ ବଡପାଟିରେ ଡାକ ପକାଇବାରୁ ଗ୍ରାମବାସି ମାନେ ଆସି ଅଭିଯୁକ୍ତଙ୍କୁ କାବୁ କରି ଥାନା ଜିମା ଦେଇଥିଲେ ।
The post ନାବାଳିକାଙ୍କ ଆପତ୍ତିଜନକ ଫଟୋ ଉଠାଇ ଧମକ,ଯୁବକ ଗିରଫ ମାରିବାକୁ କଟୁରୀ ଧରି ଖୋଜୁଥିଲେ appeared first on Dharitri Odia News.