ମେଷ

ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି ଜନିତ ଭାଇ, ବନ୍ଧୁ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତର କାରଣ ହୋଇପାରନ୍ତି। ମନରେ ଅସ୍ଥିରତାଜନିତ ଅନ୍ୟମାନଙ୍କ କଥାଗୁଡ଼ିକ ଠିକ୍ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ।
ବୃଷ

ଭାଗ୍ୟ ସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ହେତୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। ଜମିଜମା କ୍ରୟକରିବା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହୋଇପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ ଚର୍ଚ୍ଚାଦିରେ କିମ୍ବା ପ୍ରତିଯୋଗିତାରେ ସଫଳତା ହାସଲ କରିପାରିବେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ମିଥୁନ

ଲାଭାଧିପ ଭାଗ୍ୟାଧିପତି ଯୁକ୍ତ କାରଣରୁ ପଦସ୍ଥ ବ୍ୟକ୍ତିଙ୍କ ଛତ୍ରଛାୟାରେ ଅସମ୍ଭବକୁ ସମ୍ଭବ କରିପାରିବେ। ମତାନ୍ତର ହେତୁ ବନ୍ଧୁ ସମ୍ପର୍କରେ ବାଧା ଉପୁଜିପାରେ। ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍ ବଦଳାଇ ଅସହଯୋଗ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବ।
କର୍କଟ

ଆପଣଙ୍କ ଭାବପ୍ରବଣ ରାଶିରେ ଚନ୍ଦ୍ରଙ୍କ ସ୍ଥିତି ହେତୁ ଅତୀତର କେତେକ ବିଫଳତାକୁ ଚିନ୍ତାକରି ମନ ଅସ୍ଥିର ରହିବ। ଶିଳ୍ପ, ସାମ୍ବାଦିକତା, ପରିବହନ, ବାଣିଜ୍ୟ ଓ ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ। ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଈର୍ଷାପରାୟଣ ବ୍ୟକ୍ତିମାନେ ସମାଲୋଚନା କରିପାରନ୍ତି।
ସି˚ହ

ଶନି ଦୃଷ୍ଟିରେ ରବି ଯୋଗୁ କୌଣସି କାମ ନ ଅଟକିଲେ ମଧ୍ୟ ସବୁ କିଛି ବିଭିନ୍ନ ସମସ୍ୟା ମଧ୍ୟରେ ହିଁ ସମାହିତ ହେବ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ଆଗାମୀ ସାଂସ୍କୃତିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ବନ୍ଧୁମାନଙ୍କ ସହ ଦେବଦର୍ଶନ ଓ ଭ୍ରମଣଜନିତ ଅଧିକାଂଶ ସମୟ କଟାଇବେ।
କନ୍ୟା

ଏକାଦଶସ୍ଥ ଚନ୍ଦ୍ରଙ୍କ ଯୋଗୁ ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିପାରେ। ବ୍ୟବସାୟ, ଯାତ୍ରା, କଳା, ସାହିତ୍ୟ ଓ ଆନୁଷ୍ଠାନିକ କାମରେ ନିଜକୁ ନିୟୋଜିତ କରିପାରନ୍ତି।
ତୁଳା

କର୍ମକ୍ଷେତ୍ରସ୍ଥ ଚନ୍ଦ୍ର ପାପଗ୍ରହ ରାହୁଙ୍କ ଦୃଷ୍ଟିରେ ଥିବାରୁ ବନ୍ଧୁମାନଙ୍କ ବେଖାତିର କାମରେ କ୍ଷୁବ୍ଧ ହେବେ। ଖଳ ଲୋକଙ୍କ ପ୍ରାୟୋଜିତ କାର୍ଯ୍ୟାବଳୀ ମାଧ୍ୟମରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟହାନି ସୂଚନା ରହିଛି। ଚିତ୍ରା ନକ୍ଷତ୍ର ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ବିଛା

ରାଶ୍ୟାଧିପତି ପ୍ରଭାବଗ୍ରସ୍ତ ହେତୁ ପରିବେଶ ଓ ପରିସ୍ଥିତି ପ୍ରତି ସଜାଗ ନ ରହିଲେ ଅସୁବିଧା ଭୋଗିବେ। ବିଶାଖା ନକ୍ଷତ୍ର କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଆବଶ୍ୟକତା ପୂରଣ ସକାଶେ ବନ୍ଧୁଙ୍କ ହାତକୁ ଚାହିଁ ବସିପାରନ୍ତି ।
ଧନୁ

ଶନି ଦୃଷ୍ଟ ଗୁରୁ ହେତୁ ସମସ୍ୟାର ସରଳ ସମାଧାନ କଲେ ମଧ୍ୟ ଟେନ୍ସନ ମଧ୍ୟରେ ଚଳିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରିନେବାରେ ପଡ଼ୋଶୀ ସାହାଯ୍ୟ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ମକର

ଶନିଙ୍କ ପ୍ରଭାବରୁ ବିଳମ୍ବିତ ସମୟରେ କାମ ହେବା ଜନିତ କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଅର୍ଥ ଓ ସମ୍ମାନ ଲାଭ କରିବାରେ ସଫଳ ହେବେ। ଉଚ୍ଚ ବର୍ଗର ବ୍ୟକ୍ତିବିଶେଷଙ୍କଠାରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ। ନିଜେ ରହୁଥିବା ପରିସରରେ ପଡ଼ୋଶୀଙ୍କ ବ୍ୟବହାର ଅସହ୍ୟ ହୋଇପାରେ।
କୁମ୍ଭ

ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ଷଷ୍ଠସ୍ଥ ଚନ୍ଦ୍ରଙ୍କ କୁପ୍ରଭାବରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପିଲାଙ୍କ ସମସ୍ୟାକୁ ନେଇ ବିବ୍ରତ ହୋଇପାରନ୍ତି। ଜମିଜମା, କଳକାରଖାନା, ପରିବହନରେ ସମସ୍ୟା ଜଟିଳ ହୋଇପାରେ। ଚିନ୍ତା କରିଥିବା ଯୋଜନା ବିଗିଡ଼ିଯିବା କାରଣରୁ ମନ ଭଲ ରହିବ ନାହିଁ।
ମୀନ
ଶୁକ୍ର ଓ ବୃହସ୍ପତିଙ୍କ ପ୍ରଭାବରେ ଧୀରେ ଧୀରେ ସମସ୍ୟା ସୁଧୁରିଯିବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବା ସହ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରେ ଆସିବେ। ପୂର୍ବଭାଦ୍ରପଦର ପରିବାରରେ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବା ଆଶଙ୍କା ଦେଖାଦେଇପାରେ। ଫଳରେ ଅଭାବ ନ ଥିଲେ ମଧ୍ୟ ମନରେ ଶାନ୍ତି ପାଇବା କଷ୍ଟକର ହୋଇପଡ଼ିବ।
The post ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope appeared first on Dharitri Odia News.