ମଞ୍ଚ ଉପରେ ଭାଷଣ ଦେବା ବେଳେ ଅସୁସ୍ଥ ହୋଇ ପଡିଲେ ଖାର୍ଗେ, କହିଲେ ମୁଁ ଏତେ ଶୀଘ୍ର…

ନୂଆଦିଲ୍ଲୀ,୨୯।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା। ସେତେବେଳେ ଖାର୍ଗେ ମଞ୍ଚରୁ ସାଧାରଣ ଜନତାଙ୍କୁ ସମ୍ବୋଧିତ କରୁଥିଲେ। ଯେତେବେଳେ ତାଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ହୋଇଥିଲା, ସେତେବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ଆମେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ସଂଗ୍ରାମ କରିବୁ। ମୋର ବୟସ ୮୩ବର୍ଷ ଏବଂ ମୁଁ ଏତେ ଶୀଘ୍ର ମରିବାକୁ ଯାଉ ନାହିଁ। ପ୍ରଧାନମନ୍ତ୍ରୀ ମୋଦି କ୍ଷମତାରୁ ନ […] The post ମଞ୍ଚ ଉପରେ ଭାଷଣ ଦେବା ବେଳେ ଅସୁସ୍ଥ ହୋଇ ପଡିଲେ ଖାର୍ଗେ, କହିଲେ ମୁଁ ଏତେ ଶୀଘ୍ର… appeared first on Dharitri Odia News.

ମଞ୍ଚ ଉପରେ ଭାଷଣ ଦେବା ବେଳେ ଅସୁସ୍ଥ ହୋଇ ପଡିଲେ ଖାର୍ଗେ, କହିଲେ ମୁଁ ଏତେ ଶୀଘ୍ର…

ନୂଆଦିଲ୍ଲୀ,୨୯।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା। ସେତେବେଳେ ଖାର୍ଗେ ମଞ୍ଚରୁ ସାଧାରଣ ଜନତାଙ୍କୁ ସମ୍ବୋଧିତ କରୁଥିଲେ। ଯେତେବେଳେ ତାଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ହୋଇଥିଲା, ସେତେବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ଆମେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ସଂଗ୍ରାମ କରିବୁ। ମୋର ବୟସ ୮୩ବର୍ଷ ଏବଂ ମୁଁ ଏତେ ଶୀଘ୍ର ମରିବାକୁ ଯାଉ ନାହିଁ। ପ୍ରଧାନମନ୍ତ୍ରୀ ମୋଦି କ୍ଷମତାରୁ ନ ହଟିବା ପର୍ଯ୍ୟନ୍ତ ମୁଁ ଜୀବିତ ରହିବି।

ଜମ୍ମୁ କଶ୍ମୀରର କଠୁଆ ଜିଲା ଜରସୋଟା ଠାରେ କଂଗ୍ରେସ ଅଧ୍ୟକ୍ଷଭାଷଣ ଦେଉଥିଲେ। ମୋଦୀ ସରକାରଙ୍କୁ ଟାର୍ଗେଟ କରିି ସେ କହିଛନ୍ତି, ପିଏମ ମୋଦି ଗତ ୧୦ବର୍ଷ ମଧ୍ୟରେ ଭାରତର ଯୁବକମାନଙ୍କୁ କିଛି ଦେଇ ନାହାଁନ୍ତି। ଆପଣ ୧୦ବର୍ଷ ମଧ୍ୟରେ ଆପଣଙ୍କର ସମୃଦ୍ଧି ଫେରାଇ ଆଣି ପାରିବେ ନାହିଁ ବୋଲି ଆପଣ ବିଶ୍ୱାସ କରିପାରିବେ କି? ଯଦି ଜଣେ ଭାଜପା ନେତା ଆପଣଙ୍କ ସହିତ ଯୋଗ ଦିଅନ୍ତି କେହି ଜଣେ ଆପଣଙ୍କ ସାମ୍ନାକୁ ଆସନ୍ତି, ତାଙ୍କୁ ପଚାରନ୍ତୁ ଯେ ସେ ସମୃଦ୍ଧି ଆଣିଛନ୍ତି କି ନାହିଁ।
ଭାଜପା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଖାର୍ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏଠାକୁ ଆସି ଯୁବକଙ୍କ ଭବିଷ୍ୟତ ପାଇଁ ମିଥ୍ୟା ଲୁହ ଢାଳୁଛନ୍ତି। ପ୍ରକୃତ କଥା ହେଉଛି ଏହି ଲୋକମାନେ ଗତ ୧୦ବର୍ଷ ମଧ୍ୟରେ ସମଗ୍ର ଦେଶର ଯୁବକମାନଙ୍କୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଦାୟୀ।

The post ମଞ୍ଚ ଉପରେ ଭାଷଣ ଦେବା ବେଳେ ଅସୁସ୍ଥ ହୋଇ ପଡିଲେ ଖାର୍ଗେ, କହିଲେ ମୁଁ ଏତେ ଶୀଘ୍ର… appeared first on Dharitri Odia News.