ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେଲେ ବେଭାନ୍ ଜ୍ୟାକବ, ୨୦୨୫ ଆଇପିଏଲ୍‌ରେ କରିବେ ଧମାଲ୍‌

ନୂଆଦିଲ୍ଲୀ ୨୯।୧୧: ସରିଛି ଆଇପିଏଲ୍ ୨୦୨୫ମେଗା ନିଲାମ । ଅନେକ ବଡ ପ୍ଲେୟରଙ୍କୁ କିଣିଛି ଫ୍ରାଞ୍ଚାଇଜ୍‌ । ତା ସହ ଟିମ୍‌ରେ ସାମିଲ୍‌ ହୋଇଛନ୍ତି କିଛି ନୂଆ ଚେହେରା । ଏମାନଙ୍କୁ ସୁଯୋଗ ଦେଇଛି ଫ୍ରାଞ୍ଚାଇଜ୍‌ । ଏହି ନାଁ ମଧ୍ୟରୁ ଗୋଟିଏ ହେଉଛି ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ବେଭାନ୍ ଜ୍ୟାରବ । ଯାହାଙ୍କୁ ୩୦ ଲକ୍ଷରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଜ୍ୟାକବ୍‌ ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିନାହାଁନ୍ତି । କିନ୍ତୁ ସେ ନ୍ୟୁଜିଲ୍ୟାଣ୍ଡର ଟି-୨୦ ସୁପର ସ୍ମାଶ ଲିଗରେ ଖେଳିଥିବା ସମୟରେ ଆସିଛନ୍ତି ନଜରକୁ । ସେ ମାତ୍ର ୨୦ ବଲରେ କରିଛନ୍ତି ୪୨ ରନ୍‌ । ଏହି ରନ୍‌ ତାଙ୍କୁ ଆଇପିଏଲ୍‌ରେ ଖେଳିବାରେ ରାସ୍ତା ଦେଖାଇଥିଲା । ତେବେ କିଏ ଏହି ବେଭାନ୍‌ ଜ୍ୟାକବ୍‌ ? ୨୨ ବର୍ଷିୟ ହେଉଛନ୍ତି ବେଭାନ୍‌ ଜ୍ୟାକବ୍‌ । ସେ ୨୦୦୨ରେ ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଜନ୍ମ । ଜ୍ୟାକବଙ୍କ ଜନ୍ମ ପରେ ତାଙ୍କ ପରିବାର ନ୍ୟୁଜିଲ୍ୟାଣ୍ଡକୁ ଆସିଥିଲେ । ପିତା ତାଙ୍କୁ କ୍ରିକେଟ୍ ଖେଳିବାକୁ ଉତ୍ସାହିତ କରିଥିଲେ। ଏହାପରେ ବେଭାନ୍‌ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ବେଭାନ ହେଉଛନ୍ତି ଜଣେ ବ୍ୟାଟର । ସେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ଘରୋଇ କ୍ରିକେଟ ପାଇଁ ଖେଳୁଛନ୍ତି । ଆଉ ଖୁବ ନାଁ କରୁଛନ୍ତି ।ଜ୍ୟାକବ୍‌ ବର୍ତ୍ତମାନ ଯାଏଁ ତାଙ୍କ ଟି-୨୦ କ୍ୟାରିୟରରେ ଖେଳିଛନ୍ତି ମାତ୍ର ୯ଟି ମ୍ୟାଚ୍‌ । ଯେଉଁଥିରେ ତାଙ୍କ ନାଁରେ ରହିଛ

ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେଲେ ବେଭାନ୍ ଜ୍ୟାକବ,  ୨୦୨୫ ଆଇପିଏଲ୍‌ରେ କରିବେ ଧମାଲ୍‌

ନୂଆଦିଲ୍ଲୀ ୨୯।୧୧: ସରିଛି ଆଇପିଏଲ୍ ୨୦୨୫ମେଗା ନିଲାମ । ଅନେକ ବଡ ପ୍ଲେୟରଙ୍କୁ କିଣିଛି ଫ୍ରାଞ୍ଚାଇଜ୍‌ । ତା ସହ ଟିମ୍‌ରେ ସାମିଲ୍‌ ହୋଇଛନ୍ତି କିଛି ନୂଆ ଚେହେରା । ଏମାନଙ୍କୁ ସୁଯୋଗ ଦେଇଛି ଫ୍ରାଞ୍ଚାଇଜ୍‌ । ଏହି ନାଁ ମଧ୍ୟରୁ ଗୋଟିଏ ହେଉଛି ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ବେଭାନ୍ ଜ୍ୟାରବ । ଯାହାଙ୍କୁ ୩୦ ଲକ୍ଷରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । 

ଜ୍ୟାକବ୍‌ ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିନାହାଁନ୍ତି । କିନ୍ତୁ ସେ ନ୍ୟୁଜିଲ୍ୟାଣ୍ଡର ଟି-୨୦ ସୁପର ସ୍ମାଶ ଲିଗରେ ଖେଳିଥିବା ସମୟରେ ଆସିଛନ୍ତି ନଜରକୁ । ସେ ମାତ୍ର ୨୦ ବଲରେ କରିଛନ୍ତି ୪୨ ରନ୍‌ । ଏହି ରନ୍‌ ତାଙ୍କୁ ଆଇପିଏଲ୍‌ରେ ଖେଳିବାରେ ରାସ୍ତା ଦେଖାଇଥିଲା । ତେବେ କିଏ ଏହି ବେଭାନ୍‌ ଜ୍ୟାକବ୍‌ ? ୨୨ ବର୍ଷିୟ ହେଉଛନ୍ତି ବେଭାନ୍‌ ଜ୍ୟାକବ୍‌ । 

ସେ ୨୦୦୨ରେ ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଜନ୍ମ । ଜ୍ୟାକବଙ୍କ ଜନ୍ମ ପରେ ତାଙ୍କ ପରିବାର ନ୍ୟୁଜିଲ୍ୟାଣ୍ଡକୁ ଆସିଥିଲେ । ପିତା ତାଙ୍କୁ କ୍ରିକେଟ୍ ଖେଳିବାକୁ ଉତ୍ସାହିତ କରିଥିଲେ। ଏହାପରେ ବେଭାନ୍‌ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ବେଭାନ ହେଉଛନ୍ତି ଜଣେ ବ୍ୟାଟର । ସେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ଘରୋଇ କ୍ରିକେଟ ପାଇଁ ଖେଳୁଛନ୍ତି । ଆଉ ଖୁବ ନାଁ କରୁଛନ୍ତି ।

ଜ୍ୟାକବ୍‌ ବର୍ତ୍ତମାନ ଯାଏଁ ତାଙ୍କ ଟି-୨୦ କ୍ୟାରିୟରରେ ଖେଳିଛନ୍ତି ମାତ୍ର ୯ଟି ମ୍ୟାଚ୍‌ । ଯେଉଁଥିରେ ତାଙ୍କ ନାଁରେ ରହିଛି ୧୩୪ ରନ୍‌ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍‌ରେଟ୍‌ ୧୮୮.୭୩ ରହିଛି । ଯାହା ରହିଥିଲା ଖୁବ୍‌ ଚର୍ଚ୍ଚାରେ । ଜ୍ୟାକବ୍‌ ୯ଟି ମ୍ୟାଚରେ ଆଭରେଜ୍‌ ୩୩ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ୯ଟି ମ୍ୟାଚର ୬ଟି ଇନିଂସରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୪୨ ରନ୍  ।

୨୦୨୧ରେ ଆୟୋଜିତ ଖ୍ରୀଷ୍ଟଚର୍ଚ ମହାନଗର ନିଗମରେ ବେଭାନ୍ ଜ୍ୟାକବ୍‌ ସିଡନହେମ୍‌ କ୍ରିକେଟ୍ କ୍ଲବ ପାଇଁ ଖେଳୁଥିଲେ । ସେତେବେଳେ ସେ ଗୋଟିଏ ମ୍ୟାଚ୍‌ରେ ୧୭୮ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ । ଯାହା ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ବେଭାନ୍ ଜ୍ୟାକବ ଲିଙ୍କନ୍ ବିଶ୍ୱବିଦ୍ୟାଳୟରୁ ସ୍ପୋର୍ଟ ଏବଂ ରିକ୍ରିଏସନ୍ ମ୍ୟାନେଜମେଣ୍ଟର ଅଧ୍ୟୟନ କରିଛନ୍ତି। 

ଜ୍ୟାକବ ନଭେମ୍ବର ୨୦୨୪ରେ ଅକଲ୍ୟାଣ୍ଡ ପାଇଁ ଖେଳି ନିଜର ଫାଷ୍ଟକ୍ଲାସ୍‌ ଡେବ୍ୟୁ କରିଛନ୍ତି । ସେ ତାଙ୍କର ଡେବ୍ୟୁ ମ୍ୟାଚରେ ଯଥାକ୍ରମେ ୭୫ ଏବଂ ୭୯ ରନ୍ ଇନିଂସ ଖେଳି ହେଡଲାଇନ୍କୁ ଆସିଥିଲେ । ୨ଟି ଫାଷ୍ଟକ୍ଲାସ୍‌ ମ୍ୟାଚ୍‌ରେ ଏପର୍ଯ୍ୟନ୍ତ ସେ ଦୁଇଟି ଅର୍ଦ୍ଧଶତକ ଲଗାଇଛନ୍ତି ।