ନାଇଜେରିଆରେ ବଡ଼ ଆତଙ୍କୀ ଆକ୍ରମଣ; ଆଖିବୁଜା ଗୁଳିମାଡ଼ରେ ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ନାଇଜେରିଆରେ ଆତଙ୍କବାଦୀ ଆକ୍ରମଣ । ନାଇଜେରିଆର ଏକ ଜନବହୁଳପୂର୍ଣ୍ଣ ସ୍ଥାନରେ ବୋକୋ ହାରାମ ଇସ୍‌ଲାମିକ୍‌ କଠୋରପନ୍ଥୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଆତଙ୍କୀଙ୍କ ଗୁଳିରେ ପ୍ରାୟ ୧୦୦ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ୫୦ରୁ ଅଧିକ ଆତଙ୍କବାଦୀ ବାଇକ୍‌ରେ ଆସି ୟୋବ ପ୍ରଦେଶର ଟର୍‌ମୁୱା କାଉନ୍‌ସିଏ ଅଞ୍ଚଳରେ ପଶିଥିଲେ ଏବଂ ନୀରିହ ଲୋକଙ୍କ ଉପରକୁ ଅଖିବୁଜା ଗୁଳିମାଡ଼ କରିଥିଲେ । ଏହାସହିତ ଏକ ବିଲ୍ଡିଂରେ ନିଆଁ ଲଗାଇ ଦେଇଥିଲେ ।  ପୋଲିସ ଅନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି ।୨୦୦୯ରୁ ସେମାନେ ବୋକୋ ହାରାମ ଏହି କ୍ଷେତ୍ରରେ ଇସ୍‌ଲାମ କାନୁନ ବା ଶରିଆ ଆଇନ ସ୍ଥାପନ କରିବାକୁ ବିଦ୍ରୋହ ଜାରି ରଖିଛି । ବୋକୋ ହାରାମ୍ ଭିନ୍ନ ଭିନ୍ନ ଗୋଷ୍ଠୀରେ ଭାଗ ହୋଇଥିବାବେଳେ ଆତଙ୍କୀ କାର୍ଯ୍ୟକଳାପରେ ଅନ୍ୟୁନ ୩୫ ହଜାର ଲୋକଙ୍କ  ମୃତ୍ୟୁ ଘଟିଲାଣି । ୨୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ଅଞ୍ଚଳରୁ ବିସ୍ଥାପିତ ହୋଇଛନ୍ତି । ଏଥିଯୋଗୁ ସେଠାରେ  ମାନବୀୟ ସଙ୍କଟ ଲାଗି ରହିଥିବାବେଳେ ସେଠାକାର ବାସିନ୍ଦାଙ୍କୁ ବିଦେଶୀ ସହାୟତାର ବେଶ୍‌ ଆବଶ୍ୟକତା ରହିଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଚଳିତ ବର୍ଷ ଅତିକମ୍‌ରେ ୧୫ଶହ ଲୋକଙ୍କ ଏଠାରେ ମୃତ୍ୟୁ ଘଟିଲାଣି ।

ନାଇଜେରିଆରେ ବଡ଼ ଆତଙ୍କୀ ଆକ୍ରମଣ; ଆଖିବୁଜା ଗୁଳିମାଡ଼ରେ ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ନାଇଜେରିଆରେ ଆତଙ୍କବାଦୀ ଆକ୍ରମଣ । ନାଇଜେରିଆର ଏକ ଜନବହୁଳପୂର୍ଣ୍ଣ ସ୍ଥାନରେ ବୋକୋ ହାରାମ ଇସ୍‌ଲାମିକ୍‌ କଠୋରପନ୍ଥୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଆତଙ୍କୀଙ୍କ ଗୁଳିରେ ପ୍ରାୟ ୧୦୦ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ୫୦ରୁ ଅଧିକ ଆତଙ୍କବାଦୀ ବାଇକ୍‌ରେ ଆସି ୟୋବ ପ୍ରଦେଶର ଟର୍‌ମୁୱା କାଉନ୍‌ସିଏ ଅଞ୍ଚଳରେ ପଶିଥିଲେ ଏବଂ ନୀରିହ ଲୋକଙ୍କ ଉପରକୁ ଅଖିବୁଜା ଗୁଳିମାଡ଼ କରିଥିଲେ । ଏହାସହିତ ଏକ ବିଲ୍ଡିଂରେ ନିଆଁ ଲଗାଇ ଦେଇଥିଲେ ।  ପୋଲିସ ଅନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି ।

୨୦୦୯ରୁ ସେମାନେ ବୋକୋ ହାରାମ ଏହି କ୍ଷେତ୍ରରେ ଇସ୍‌ଲାମ କାନୁନ ବା ଶରିଆ ଆଇନ ସ୍ଥାପନ କରିବାକୁ ବିଦ୍ରୋହ ଜାରି ରଖିଛି । ବୋକୋ ହାରାମ୍ ଭିନ୍ନ ଭିନ୍ନ ଗୋଷ୍ଠୀରେ ଭାଗ ହୋଇଥିବାବେଳେ ଆତଙ୍କୀ କାର୍ଯ୍ୟକଳାପରେ ଅନ୍ୟୁନ ୩୫ ହଜାର ଲୋକଙ୍କ  ମୃତ୍ୟୁ ଘଟିଲାଣି । ୨୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ଅଞ୍ଚଳରୁ ବିସ୍ଥାପିତ ହୋଇଛନ୍ତି । ଏଥିଯୋଗୁ ସେଠାରେ  ମାନବୀୟ ସଙ୍କଟ ଲାଗି ରହିଥିବାବେଳେ ସେଠାକାର ବାସିନ୍ଦାଙ୍କୁ ବିଦେଶୀ ସହାୟତାର ବେଶ୍‌ ଆବଶ୍ୟକତା ରହିଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଚଳିତ ବର୍ଷ ଅତିକମ୍‌ରେ ୧୫ଶହ ଲୋକଙ୍କ ଏଠାରେ ମୃତ୍ୟୁ ଘଟିଲାଣି ।