ଫିଲ୍ମ ସୁଟିଂ ବେଳେ ଆହତ ହେଲ ଉର୍ବଶୀ, ହସ୍ପିଟାଲ୍ ଭର୍ତ୍ତି
ମୁମ୍ଵାଇ ୧୦।୦୭: ଅଭିନେତ୍ରୀ ଉର୍ବଶୀ ରୌତେଲା। ବର୍ତ୍ତମାନ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଏକ ଆକ୍ସମ ସିନ୍ ସମୟରେ ଆହତ ହୋଇଥିଲେ। ସେ ନନ୍ଦାମୁରୀ ବାଲକ୍ରିଷ୍ଣାଙ୍କ ତେଲୁଗୁ ଚଳଚ୍ଚିତ୍ର NBK 109 ପାଇଁ ସୁଟିଂ କରୁଥିଲେ। ଉର୍ବଶୀଙ୍କ ଟିମ୍ ଏହା ନିଶ୍ଚିତ କରି କହିଛନ୍ତି ଯେ ଅଭିନେତ୍ରୀଙ୍କର ଫ୍ୟାକ୍ଚର ହୋଇଛି। ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଜେଏନୟୁ' ଅର୍ଥାତ୍ 'ଜାହାଙ୍ଗୀର ନ୍ୟାସନାଲ ୟୁନିଭରସିଟି'ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା।ଉର୍ବଶୀଙ୍କ ଟିମ୍ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ଡାକ୍ତରଙ୍କ ତତ୍ଵବଧାନରେ ଅଛନ୍ତି ଏବଂ ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଦିଆଯାଉଛି। ଫିଲ୍ମ NBK 109 ର ସୁଟିଂ ବର୍ତ୍ତମାନ ହାଇଦ୍ରାବାଦରେ ଚାଲିଛି। ଅଭିନେତ୍ରୀ ସେଠାରେ ଏକ ଜବରଦସ୍ତ ଆକ୍ସନ୍ ଦୃଶ୍ୟର ସୁଟିଂ କରୁଥିଲେ। ଏହି ସମୟରେ ଏହି ଘଟଣା ଘଟିଥିଲା । ଏଥିରେ ବବି ଦେଓଲ, ପ୍ରକାଶ ରାଜ ଏବଂ ଦୁଲକର ସଲମାନ ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବବି କୋଲି।କ୍ରିକେଟର ଋଷଭ ପନ୍ତଙ୍କ ବିପଜ୍ଜନକ ଦୁର୍ଘଟଣା ଘଟିଥିବା ବେଳେ ଉର୍ବଶୀ ଲାଇମଲାଇଟକୁ ଆସିଥିଲେ। ତା’ପରେ ଅଭିନେତ୍ରୀ କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଫ
ମୁମ୍ଵାଇ ୧୦।୦୭: ଅଭିନେତ୍ରୀ ଉର୍ବଶୀ ରୌତେଲା। ବର୍ତ୍ତମାନ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଏକ ଆକ୍ସମ ସିନ୍ ସମୟରେ ଆହତ ହୋଇଥିଲେ। ସେ ନନ୍ଦାମୁରୀ ବାଲକ୍ରିଷ୍ଣାଙ୍କ ତେଲୁଗୁ ଚଳଚ୍ଚିତ୍ର NBK 109 ପାଇଁ ସୁଟିଂ କରୁଥିଲେ। ଉର୍ବଶୀଙ୍କ ଟିମ୍ ଏହା ନିଶ୍ଚିତ କରି କହିଛନ୍ତି ଯେ ଅଭିନେତ୍ରୀଙ୍କର ଫ୍ୟାକ୍ଚର ହୋଇଛି। ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଜେଏନୟୁ' ଅର୍ଥାତ୍ 'ଜାହାଙ୍ଗୀର ନ୍ୟାସନାଲ ୟୁନିଭରସିଟି'ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା।
ଉର୍ବଶୀଙ୍କ ଟିମ୍ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ଡାକ୍ତରଙ୍କ ତତ୍ଵବଧାନରେ ଅଛନ୍ତି ଏବଂ ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଦିଆଯାଉଛି। ଫିଲ୍ମ NBK 109 ର ସୁଟିଂ ବର୍ତ୍ତମାନ ହାଇଦ୍ରାବାଦରେ ଚାଲିଛି। ଅଭିନେତ୍ରୀ ସେଠାରେ ଏକ ଜବରଦସ୍ତ ଆକ୍ସନ୍ ଦୃଶ୍ୟର ସୁଟିଂ କରୁଥିଲେ। ଏହି ସମୟରେ ଏହି ଘଟଣା ଘଟିଥିଲା । ଏଥିରେ ବବି ଦେଓଲ, ପ୍ରକାଶ ରାଜ ଏବଂ ଦୁଲକର ସଲମାନ ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବବି କୋଲି।
କ୍ରିକେଟର ଋଷଭ ପନ୍ତଙ୍କ ବିପଜ୍ଜନକ ଦୁର୍ଘଟଣା ଘଟିଥିବା ବେଳେ ଉର୍ବଶୀ ଲାଇମଲାଇଟକୁ ଆସିଥିଲେ। ତା’ପରେ ଅଭିନେତ୍ରୀ କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ସେଠାରେ ଋଷଭ ପନ୍ତଙ୍କୁ ଭର୍ତ୍ତି କରାଯାଇଥିଲା।