ବର୍ଷ ୨୦୨୪ରୁ ଆରମ୍ଭ ହୋଇଗଲାଣି ହଣାକଟା, କ୍ଲବରେ ପଶି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର (କେନ୍ୟୁଜ) : ବର୍ଷ ୨୦୨୪ରୁ ଆରମ୍ଭ ହୋଇଗଲାଣି ହଣାକଟା । କିଏ ଢ଼ାବାରେ ପଶି ମଦ ପାଇଁ ହାଣିଦେଲାଣି ତ ପୁଣି ଆଉ କେଉଁଠି ମଦ ପିଇ ପୂର୍ବ ଶତୃତାର ନେଉଛନ୍ତି ପ୍ରତିଶୋଧ । ନୂଆବର୍ଷରେ ରକ୍ତ ରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର । ଆପଣ ଏ ଚିତ୍ରକୁ ଥରେ ଦେଖନ୍ତୁ । ଆଉ ଅନୁମାନ ଲଗାନ୍ତୁ କେତେ ସୁରକ୍ଷିତ ଅଛନ୍ତି ଆପଣ । କେମିତି ରାତି ଅଧରେ ଦଳ ଦଳ ହୋଇ ଜଣଙ୍କ ପରେ […] The post ବର୍ଷ ୨୦୨୪ରୁ ଆରମ୍ଭ ହୋଇଗଲାଣି ହଣାକଟା, କ୍ଲବରେ ପଶି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ appeared first on KNews Odisha.

ବର୍ଷ ୨୦୨୪ରୁ ଆରମ୍ଭ ହୋଇଗଲାଣି ହଣାକଟା, କ୍ଲବରେ ପଶି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ
attack1

ଭୁବନେଶ୍ୱର (କେନ୍ୟୁଜ) : ବର୍ଷ ୨୦୨୪ରୁ ଆରମ୍ଭ ହୋଇଗଲାଣି ହଣାକଟା । କିଏ ଢ଼ାବାରେ ପଶି ମଦ ପାଇଁ ହାଣିଦେଲାଣି ତ ପୁଣି ଆଉ କେଉଁଠି ମଦ ପିଇ ପୂର୍ବ ଶତୃତାର ନେଉଛନ୍ତି ପ୍ରତିଶୋଧ । ନୂଆବର୍ଷରେ ରକ୍ତ ରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର । ଆପଣ ଏ ଚିତ୍ରକୁ ଥରେ ଦେଖନ୍ତୁ । ଆଉ ଅନୁମାନ ଲଗାନ୍ତୁ କେତେ ସୁରକ୍ଷିତ ଅଛନ୍ତି ଆପଣ । କେମିତି ରାତି ଅଧରେ ଦଳ ଦଳ ହୋଇ ଜଣଙ୍କ ପରେ ଜଣେ ପଶୁଛନ୍ତି । ପୁଣି ଆପଣ ଦେଖିପାରୁଥିବେ ଯେ କେମିତି ଅଚି ଚାଲାକିର ସହ ମୁହଁକୁ ବି ଲୁଚାଇ ଲୁଚାଇ ଯାଉଛନ୍ତି ଏମାନେ ।

ମାତିଛି ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ । ଏ ଦୃଶ୍ୟ ହେଉଛି ଶୈଳଶ୍ରୀ ବିହାରର ଏକ କ୍ଲବ୍ ର। ଯେଉଁଠି ଏ ଯୁବକମାନେ ଜଣକ ପରେ ଜଣେ ଯାଇ କ୍ଲବ ଭିତରେ ଜଣେ ଯୁବକଙ୍କ ୁ ହାଣି ପକାଇଛନ୍ତି । ୭ରୁ ୮ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଗୁରୁତର ଆହତ ଯୁବକ ସଂଗ୍ରାମ ସିଂଙ୍କୁ କ୍ୟାପିଟାଲ ହସପିଟାଲ ଭର୍ତ୍ତି କରାଯାଇଛି । ସଂଗ୍ରାମ ଶୈଳଶ୍ରୀ ବିହାରର ଏକ କ୍ଲବରେ କେୟାର ଟେକର ଭାବେ କାମ କରନ୍ତି । ତେବେ ସବୁଦିନ ଭଳି ନୂଆବର୍ଷରେ ବି ସେ ଶୋଇଥିଲେ । ଆଉ ଠିକ ଏହି ସମୟରେ ବେଳେ ତାଙ୍କ ଉପରକୁ ଆକ୍ରମଣ ହେଲା ଅତର୍କିତ ଆକ୍ରମଣ।

ଆଉ ଏ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ସଂଗ୍ରାମଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ସଂଗ୍ରାମଙ୍କ ମାଆ କାନ୍ଦି କାନ୍ଦି କଥା କହିପାରୁନାହାଁନ୍ତି । ଖାଲି ଏତିକି କହୁଛନ୍ତି ମୋ ପୁଅ ଦେହ ଭାରି ସିରିୟସ୍‌ । କଣ ସେ କାହାରୂ କରିଥିଲା, କାହିଁକି ଏମିତି ତାକୁ ହାଣିଦେଲେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆକ୍ରମଣର ଦୃଶ୍ୟ CCTV ରେ କଏଦ ହୋଇଛି । ପୋଲିସ ଏହି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।

The post ବର୍ଷ ୨୦୨୪ରୁ ଆରମ୍ଭ ହୋଇଗଲାଣି ହଣାକଟା, କ୍ଲବରେ ପଶି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ appeared first on KNews Odisha.