ପଳାତକ ମେହୁଲ ଚୋକସୀ ବେଲଜିଅମରୁ ଗିରଫ, ପିଏନବି ଘୋଟାଲାରେ ଥିଲା ସଂପୃକ୍ତ
ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକସୀକୁ ବେଲଜିଅମରୁ ଗିରଫ କରାଯାଇଛି । ଭାରତୀୟ ଏଜେନ୍ସୀ ଦ୍ବାରା ମେହଲୁ ଚୋକସୀର ସନ୍ଧାନ ମିଳିଥିଲା । ଏହାପରେ ବେଲଜିଅମ କର୍ତ୍ତୃପକ୍ଷ ଗିରଫ କରିଛନ୍ତି । ତାଙ୍କ ନାମରେ ୧୩ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ମୁମ୍ବାଇ କୋର୍ଟର ଆରେଷ୍ଟ ୱାରେଣ୍ଟ ଆଧାରରେ ମେହୁଲ ଚୋକସୀଙ୍କୁ ପ୍ରତ୍ୟର୍ପଣ ଅନୁରୋଧ କରିଥିଲେ ଇଡି ଓ ସିବିଆଇ । ଖୁବଶୀଘ୍ର ମେହୁଲଙ୍କୁ ଭାରତ ଆଣିବାକୁ ପ୍ରୟାସ କରାଯିବ । ୧୩ […] The post ପଳାତକ ମେହୁଲ ଚୋକସୀ ବେଲଜିଅମରୁ ଗିରଫ, ପିଏନବି ଘୋଟାଲାରେ ଥିଲା ସଂପୃକ୍ତ appeared first on KNews Odisha.

ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକସୀକୁ ବେଲଜିଅମରୁ ଗିରଫ କରାଯାଇଛି । ଭାରତୀୟ ଏଜେନ୍ସୀ ଦ୍ବାରା ମେହଲୁ ଚୋକସୀର ସନ୍ଧାନ ମିଳିଥିଲା । ଏହାପରେ ବେଲଜିଅମ କର୍ତ୍ତୃପକ୍ଷ ଗିରଫ କରିଛନ୍ତି । ତାଙ୍କ ନାମରେ ୧୩ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ମୁମ୍ବାଇ କୋର୍ଟର ଆରେଷ୍ଟ ୱାରେଣ୍ଟ ଆଧାରରେ ମେହୁଲ ଚୋକସୀଙ୍କୁ ପ୍ରତ୍ୟର୍ପଣ ଅନୁରୋଧ କରିଥିଲେ ଇଡି ଓ ସିବିଆଇ । ଖୁବଶୀଘ୍ର ମେହୁଲଙ୍କୁ ଭାରତ ଆଣିବାକୁ ପ୍ରୟାସ କରାଯିବ ।
୧୩ ହଜାର କୋଟିର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ମେହୁଲ ଚୋକସୀଙ୍କ ସଂପୃକ୍ତି ରହିଛି । ଏହି ମାମଲାରେ ସେ ଭାରତର ୱାଣ୍ଟେଡ୍ ତାଲିକାରେ ରହିଥିଲେ । ଘୋଟାଲା ସାମ୍ନାକୁ ଆସିବା ପରେ ୨୦୧୮ରେ ଦେଶ ଛାଡ଼ି ପଳାଥିଲେ ମେହୁଲ ଚୋକସୀ । ପିଏନବି ଘୋଟାଲାରେ ନିରବ ମୋଦି ମଧ୍ୟ ଭାରତର ୱାଣ୍ଟେଡ୍ ତାଲିକାରେ । ଦୁହେଁ ସାଙ୍ଗ ହୋଇ ଦେଶ ଛାଡ଼ି ପଳାଇଥିଲେ । ସେ ଏବେ ଲଣ୍ଡନ ଜେଲରେ ଅଛନ୍ତି । ତାଙ୍କୁ ମଧ୍ୟ ପ୍ରତ୍ୟର୍ପଣ ପାଇଁ ଭାରତ ଉଦ୍ୟମ କରୁଛି ।
ମେହୁଲ ଚୋକସୀ ଗତ କିଛି ଦିନ ଧରି ଚିକିତ୍ସା ପାଇଁ ବେଲଜିୟମ୍ ଯାଇଥିବା ବେଳେ ତାକୁ ପୋଲିସ ଗିରଫ କରିଛି । ମେହୁଲକୁ ବେଲଜିୟମ୍ ପୋଲିସ ଦୁଇଟି ମାମଲାରେ ଗିରଫ କରିଛି । ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ତୁରନ୍ତ ଜାମିନ ପାଇବା ଲାଗି ଚେଷ୍ଟା କରିପାରେ । ୨୦୨୩ ନଭେମ୍ବର ୧୫ ତାରିଖରେ ମେହୁଲ ଚୋକସୀ ନିଜର ବେଲଜିୟମ୍ ପତ୍ନୀ ଜରିଆରେ ନାଗରିକତା କାର୍ଡ ହାସଲ କରିଥିଲା । ୨୦୨୧ରେ ମେହୁଲ ଚୋକସୀ ଏଣ୍ଟିଗୁଆର ପଡୋଶୀ ଦେଶ ଡୋମିନିକାରେ ଗିରଫ ହୋଇ ଜେଲ୍ ରେ ୫୧ ଦିନ ରହିଥିଲା । ତାର ପ୍ରତ୍ୟାର୍ପଣ ପାଇଁ ସିବିଆଇ ଟିମ୍ ଡୋମିନିକା ପହଞ୍ଚିଥିଲା ।
Also Read : ସୁମିରେ ମିସାଇଲ ମାଡ଼ରେ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି, ଆକ୍ରମଣକୁ ନିନ୍ଦା କଲେ ଆମେରିକା ବୈଦେଶିକ ସଚିବ
The post ପଳାତକ ମେହୁଲ ଚୋକସୀ ବେଲଜିଅମରୁ ଗିରଫ, ପିଏନବି ଘୋଟାଲାରେ ଥିଲା ସଂପୃକ୍ତ appeared first on KNews Odisha.