ଆଠମଲ୍ଲିକ ବାର୍ ଆସୋସିଏଶନ ନିର୍ବାଚନ: ସୁଶାନ୍ତ ସଭାପତି, ଅର୍ଜୁନ ସମ୍ପାଦକ
ଆଠମଲ୍ଲିକ,୨୯ା୩(ଉଦୀପ୍ତ ପୁରୋହିତ)- ଅନୁଗୋଳ ଜିଲା ଆଠମଲ୍ଲିକ ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସୁଶାନ୍ତ କୁମାର ମହାପାତ୍ର, ଉପସଭାପତି ଭାବେ ବିଦ୍ୟୁତ୍ କୁମାର ପାଣିଗ୍ରାହୀ, ସମ୍ପାଦକ ଭାବେ ଅର୍ଜୁନ କୁମାର ରାଉଳ, ସହ ସମ୍ପାଦକ ଭାବେ ନୀଳାଞ୍ଚଳ ନାଏକ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଡଭୋକେଟ ବାମନ କୁମାର ମିଶ୍ର ସୂଚନା ଦେଇଛନ୍ତି। ପୂର୍ବରୁ ସଭାପତି ଥିବା ସୁଶାନ୍ତ କୁମାର ମହାପାତ୍ର ମୋଟ ୩୯ ଖଣ୍ଡ ଭୋଟ ପାଇଥିବା ବେ […] The post ଆଠମଲ୍ଲିକ ବାର୍ ଆସୋସିଏଶନ ନିର୍ବାଚନ: ସୁଶାନ୍ତ ସଭାପତି, ଅର୍ଜୁନ ସମ୍ପାଦକ appeared first on Dharitri Odia News.
ଆଠମଲ୍ଲିକ,୨୯ା୩(ଉଦୀପ୍ତ ପୁରୋହିତ)- ଅନୁଗୋଳ ଜିଲା ଆଠମଲ୍ଲିକ ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସୁଶାନ୍ତ କୁମାର ମହାପାତ୍ର, ଉପସଭାପତି ଭାବେ ବିଦ୍ୟୁତ୍ କୁମାର ପାଣିଗ୍ରାହୀ, ସମ୍ପାଦକ ଭାବେ ଅର୍ଜୁନ କୁମାର ରାଉଳ, ସହ ସମ୍ପାଦକ ଭାବେ ନୀଳାଞ୍ଚଳ ନାଏକ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଡଭୋକେଟ ବାମନ କୁମାର ମିଶ୍ର ସୂଚନା ଦେଇଛନ୍ତି। ପୂର୍ବରୁ ସଭାପତି ଥିବା ସୁଶାନ୍ତ କୁମାର ମହାପାତ୍ର ମୋଟ ୩୯ ଖଣ୍ଡ ଭୋଟ ପାଇଥିବା ବେ ଳେ ତାଙ୍କ ପ୍ରତିଦ୍ବନ୍ଦ୍ୱୀ ଭବାନୀ ପ୍ରସାଦ ଜ୍ୟୋତିଷରାଏ ୧୬ ଖଣ୍ଡ ଭୋଟ ପାଇଥିଲେ। ସମ୍ପାଦକ ଅର୍ଜୁନ କୁମାର ରାଉଳ ୩୪ ଖଣ୍ଡ ଭୋଟ ପାଇଥିବାବେଳେ ପ୍ରତିଦ୍ବନ୍ଦ୍ୱୀ ଜିତେନ୍ଦ୍ର କୁମାର ମୁଖୀ ୨୧ ଖଣ୍ଡ ଭୋଟ ପାଇଥିଲେ। ଉପସଭାପତି ବିଦ୍ୟୁତ୍ କୁମାର ପାଣିଗ୍ରାହୀ ୩୩ ଖଣ୍ଡ ଭୋଟ ପାଇଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ଉଗ୍ରସେନ ସେଠୀ ୨୨ ଖଣ୍ଡ ଭୋଟ ପାଇଥିଲେ। ସେହିପରି ସହସମ୍ପାଦକ ଭାବରେ ନୀଳାଞ୍ଚଳ ନାଏକ ୩୦ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରଭାକର କଅଁର ୨୫ ଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି।
The post ଆଠମଲ୍ଲିକ ବାର୍ ଆସୋସିଏଶନ ନିର୍ବାଚନ: ସୁଶାନ୍ତ ସଭାପତି, ଅର୍ଜୁନ ସମ୍ପାଦକ appeared first on Dharitri Odia News.