ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ, ଅବକାରୀ ଦୁର୍ନୀତି ମାମଲାରେ ଇଡି ଜାରି ଚତୁର୍ଥ ସମନ
ନୂଆଦିଲ୍ଲୀ ୧୩/୦୧: କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାକୁ ମିଶାଇ ୪ ଥର ସମନ କରିସାରିଲାଣି ଇଡି । ପୂର୍ବରୁ ତିନିଥର ସମନ ପାଇଥିଲେ ବି ହାଜର ହୋଇନଥିଲେ କେଜ୍ରିୱାଲ । ଏବେ ପୁଣିଥରେ ଜାରି ହୋଇଛି ସମନ । ଏଥର ହାଜର ହେବେ ରି ନାହିଁ ତା ଉପରେ ରହିଛି ସମସ୍ତଙ୍କ ନଜର । ସୂଚନା ଥାଉକି, ତୃତୀୟ ଥର ସମନ ପାଇବା ପରେ ଆପ୍ ପକ୍ଷରୁ ରଖାଯାଇଥିଲା ପ୍ରତିକ୍ରିୟା । ଦଳ ପକ୍ଷରୁ କୁହାଯାଇଥିଲା ଯେ, କେଜ୍ରିୱାଲଙ୍କୁ ଇଡିର ସମନ ବେଆଇନ୍ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି । ମୋଦି ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ମୋଦି ସରକାର ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି । ସୂଚନା ଥାଉକି, ଆପ ପାଇଁ ଅଡୁଆ ବଢାଇଛି ଅବକାରୀ ଦୁର୍ନୀତି ମାମଲା । ଏପରିକି ଆପ୍ର ବରିଷ୍ଠ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବେବି ଜେଲରେ ଅଛନ୍ତି । ପୂର୍ବରୁ ଅନ୍ୟ କିଛି ନେତା ମଧ୍ୟ ଜେଲ ଯାଇଛନ୍ତି । The post ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ, ଅବକାରୀ ଦୁର୍ନୀତି ମାମଲାରେ ଇଡି ଜାରି ଚତୁର୍ଥ ସମନ appeared first on Prameya News7.
ନୂଆଦିଲ୍ଲୀ ୧୩/୦୧: କେଜ୍ରିୱାଲଙ୍କୁ ପୁଣି ସମନ କଲା ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାକୁ ମିଶାଇ ୪ ଥର ସମନ କରିସାରିଲାଣି ଇଡି । ପୂର୍ବରୁ ତିନିଥର ସମନ ପାଇଥିଲେ ବି ହାଜର ହୋଇନଥିଲେ କେଜ୍ରିୱାଲ । ଏବେ ପୁଣିଥରେ ଜାରି ହୋଇଛି ସମନ । ଏଥର ହାଜର ହେବେ ରି ନାହିଁ ତା ଉପରେ ରହିଛି ସମସ୍ତଙ୍କ ନଜର ।
ସୂଚନା ଥାଉକି, ତୃତୀୟ ଥର ସମନ ପାଇବା ପରେ ଆପ୍ ପକ୍ଷରୁ ରଖାଯାଇଥିଲା ପ୍ରତିକ୍ରିୟା । ଦଳ ପକ୍ଷରୁ କୁହାଯାଇଥିଲା ଯେ, କେଜ୍ରିୱାଲଙ୍କୁ ଇଡିର ସମନ ବେଆଇନ୍ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି । ମୋଦି ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ମୋଦି ସରକାର ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି ।
ସୂଚନା ଥାଉକି, ଆପ ପାଇଁ ଅଡୁଆ ବଢାଇଛି ଅବକାରୀ ଦୁର୍ନୀତି ମାମଲା । ଏପରିକି ଆପ୍ର ବରିଷ୍ଠ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବେବି ଜେଲରେ ଅଛନ୍ତି । ପୂର୍ବରୁ ଅନ୍ୟ କିଛି ନେତା ମଧ୍ୟ ଜେଲ ଯାଇଛନ୍ତି ।
The post ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ, ଅବକାରୀ ଦୁର୍ନୀତି ମାମଲାରେ ଇଡି ଜାରି ଚତୁର୍ଥ ସମନ appeared first on Prameya News7.