ଆଇଟିସି ଏଫ୍ଏମସିଜି ସହ ବିଲୟ ହେବ ଏହାର ହୋଟେଲ ଶିଳ୍ପ
ନୂଆଦିଲ୍ଲୀ: ଏଫଏମସିଜି କମ୍ପାନୀ ଆଇଟିସି ଲିମିଟେଡ୍ ସହିତ ଏହାର ହୋଟେଲ ବ୍ୟବସାୟର ମିଶ୍ରଣ ନିଷ୍ପତ୍ତି ଫାଇନାଲ୍ ହୋଇଛି। ଆଇଟିସି ସିଗାରେଟ୍ ଠାରୁ ସାବୁନ୍ ପର୍ଯ୍ୟନ୍ତ ଦୈନିକ ବ୍ୟବହାର ସାମଗ୍ରୀ ତିଆରି କରେ। ତେବେ ହୋଟେଲ୍ ବ୍ୟବସାୟ ସହିତ ଏହାର ମିଶ୍ରଣ ୧ ଜାନୁଆରୀ ୨୦୨୫ରୁ କାର୍ଯ୍ୟକାରୀ ହେବ। ଆଜି ଏକ୍ସଚେଞ୍ଜ ଫାଇଲ୍ କଲା ବେଳେ କମ୍ପାନୀ ଏହି ସୂଚନା ଦେଇଛି। ନ୍ୟାସନାଲ କମ୍ପାନୀ ଲ ’ଟ୍ରିବ୍ୟୁନାଲ (ଏନସିଏଲଟି) ର କୋଲକାତା ବେଞ୍ଚ ଅକ୍ଟୋବର ୨୦୨୪ରେ ଆଇଟିସି ଲିମିଟେଡ, ଆଇଟିସି ହୋଟେଲ ଲିମିଟେଡ ଏବଂ ସେମାନଙ୍କ ଅଂଶୀଦାରମାନଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଅନୁମୋଦନ ଦେଇଥିଲେ। ଚଳିତ ବର୍ଷ ଜୁନ୍ରେ, ଆଇଟିସି ଲିମିଟେଡର ଅଂଶୀଦାରମାନେ ମିଶ୍ରଣ ନିଷ୍ପତ୍ତି ଉପରେ ଭୋଟ୍ ଦେଇଥିଲେ। ଏଥିରେ ୯୯.୬ ପ୍ରତିଶତ ଶେୟାରହୋଲ୍ଡର୍ସ ମିଶ୍ରଣ ସପକ୍ଷରେ ମତ ଦେଇଥିବା ବେଳେ ୦.୪ ପ୍ରତିଶତ ଏହା ବିରୋଧରେ ମତ ଦେଇଥିଲେ। ଏହି ମିଶ୍ରଣ ପରେ ହୋଟେଲ ବ୍ୟବସାୟରେ ITCର ୪୦% ଅଂଶଧନ ରହିବ। ଅବଶିଷ୍ଟ ୬୦ % ଅଂଶଧନଧାରୀମାନେ ଧାରଣ କରିବେ। ଗତ ବର୍ଷ ଜୁଲାଇରେ ଆଇଟିସି ମିଶ୍ରଣ ଯୋଜନା ଘୋଷଣା କରିଥିଲା। ୧୫ ମାସ ଭିତରେ ନୂଆ ୟୁନିଟ୍କୁ ତାଲିକାଭୁକ୍ତ କରାଯିବ ବୋଲି କମ୍ପାନୀ କହିଥିଲା। ସୂଚନା ଥାଉକି ITC FMCG କମ୍ପନୀ ପେପର, ପ୍ୟାକେଜିଂ, ଏଗ୍ରି-ବିଜନେସ୍, ହୋଟେଲ ଏବଂ ଆଇଟିରେ ଉପସ୍ଥିତି ସହିତ ଏକ ଅଗ୍ରଣୀ ମଲ୍ଟି-ବ୍ୟବସାୟ ଭାରତୀୟ ଉଦ୍ୟୋଗ
ନୂଆଦିଲ୍ଲୀ: ଏଫଏମସିଜି କମ୍ପାନୀ ଆଇଟିସି ଲିମିଟେଡ୍ ସହିତ ଏହାର ହୋଟେଲ ବ୍ୟବସାୟର ମିଶ୍ରଣ ନିଷ୍ପତ୍ତି ଫାଇନାଲ୍ ହୋଇଛି। ଆଇଟିସି ସିଗାରେଟ୍ ଠାରୁ ସାବୁନ୍ ପର୍ଯ୍ୟନ୍ତ ଦୈନିକ ବ୍ୟବହାର ସାମଗ୍ରୀ ତିଆରି କରେ। ତେବେ ହୋଟେଲ୍ ବ୍ୟବସାୟ ସହିତ ଏହାର ମିଶ୍ରଣ ୧ ଜାନୁଆରୀ ୨୦୨୫ରୁ କାର୍ଯ୍ୟକାରୀ ହେବ। ଆଜି ଏକ୍ସଚେଞ୍ଜ ଫାଇଲ୍ କଲା ବେଳେ କମ୍ପାନୀ ଏହି ସୂଚନା ଦେଇଛି।
ନ୍ୟାସନାଲ କମ୍ପାନୀ ଲ ’ଟ୍ରିବ୍ୟୁନାଲ (ଏନସିଏଲଟି) ର କୋଲକାତା ବେଞ୍ଚ ଅକ୍ଟୋବର ୨୦୨୪ରେ ଆଇଟିସି ଲିମିଟେଡ, ଆଇଟିସି ହୋଟେଲ ଲିମିଟେଡ ଏବଂ ସେମାନଙ୍କ ଅଂଶୀଦାରମାନଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଅନୁମୋଦନ ଦେଇଥିଲେ। ଚଳିତ ବର୍ଷ ଜୁନ୍ରେ, ଆଇଟିସି ଲିମିଟେଡର ଅଂଶୀଦାରମାନେ ମିଶ୍ରଣ ନିଷ୍ପତ୍ତି ଉପରେ ଭୋଟ୍ ଦେଇଥିଲେ। ଏଥିରେ ୯୯.୬ ପ୍ରତିଶତ ଶେୟାରହୋଲ୍ଡର୍ସ ମିଶ୍ରଣ ସପକ୍ଷରେ ମତ ଦେଇଥିବା ବେଳେ ୦.୪ ପ୍ରତିଶତ ଏହା ବିରୋଧରେ ମତ ଦେଇଥିଲେ।
ଏହି ମିଶ୍ରଣ ପରେ ହୋଟେଲ ବ୍ୟବସାୟରେ ITCର ୪୦% ଅଂଶଧନ ରହିବ। ଅବଶିଷ୍ଟ ୬୦ % ଅଂଶଧନଧାରୀମାନେ ଧାରଣ କରିବେ। ଗତ ବର୍ଷ ଜୁଲାଇରେ ଆଇଟିସି ମିଶ୍ରଣ ଯୋଜନା ଘୋଷଣା କରିଥିଲା। ୧୫ ମାସ ଭିତରେ ନୂଆ ୟୁନିଟ୍କୁ ତାଲିକାଭୁକ୍ତ କରାଯିବ ବୋଲି କମ୍ପାନୀ କହିଥିଲା।
ସୂଚନା ଥାଉକି ITC FMCG କମ୍ପନୀ ପେପର, ପ୍ୟାକେଜିଂ, ଏଗ୍ରି-ବିଜନେସ୍, ହୋଟେଲ ଏବଂ ଆଇଟିରେ ଉପସ୍ଥିତି ସହିତ ଏକ ଅଗ୍ରଣୀ ମଲ୍ଟି-ବ୍ୟବସାୟ ଭାରତୀୟ ଉଦ୍ୟୋଗ ହୋଇପାରିଛି। ସଞ୍ଜୀବ ପୁରୀ ଆଇଟିସିର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ୧୯୧୦ ମସିହାରେ ଏହି କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ଏହାର ନାଁ ଥିଲା ଇମ୍ପେରିଆଲ୍ ଟୋବାକୋ କମ୍ପାନୀ। ଏହାପରେରେ ୧୯୭୦ରେ ଏହାର ନାମ ଇଣ୍ଡିଆ ଟବାକା କମ୍ପାନୀ କରାଯାଇଥିଲା। ପୁଣି ୧୯୭୪ ଏହାର ନାମ ବଦଳାଇ ଆଇଟିସି ଲିମିଟେଡ୍ କରାଗଲା।