ଫଟୋଗ୍ରାଫି ଦିବସରେ ଫଟୋ ପ୍ରଦର୍ଶନୀ,ଅଂଶଗ୍ରହଣ କଲେ ୬୦ ଫଟୋଗ୍ରାଫର
ଭୁବନେଶ୍ବର ୧୮/୮: ବିଶ୍ବ ଫଟୋଗ୍ରାଫି ଦିବସରେ ଧଉଳି ଶାନ୍ତିସ୍ତୁପ ନିକଟ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ପ୍ରାୟ ୬୦ ଜଣ ଫଟୋଗ୍ରାଫର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ଭୁବନେଶ୍ବର ଫଟୋଗ୍ରାଫର ପ୍ରତିଷ୍ଠାତା ସିଦ୍ଧାର୍ଥ ଦେ ଓ ସହ ପ୍ରତିଷ୍ଠାତା ରଶ୍ମିରଞ୍ଜନ ସାହୁ । ଉତ୍ତମ ଫଟୋଗ୍ରାଫି ଦ୍ବାରା ଇତିହାସ ଓ ସଂସ୍କୃତିର ସଂରକ୍ଷଣ ହୋଇଥାଏ ବୋଲି ଅତିଥିମାନେ ମତ ଦେଇଥିଲେ । ପ୍ରଥମେ ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଫଟୋଗ୍ରାଫିର ଆରମ୍ଭ ଓ ବିଶ୍ବ ଫଟୋଗ୍ରାଫି ଦିବସ ସଂପର୍କରେ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ।ଐତିହ୍ୟ ସ୍ଥଳୀ ଧଉଳି, ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟ,ପର୍ଯ୍ୟଟନ ସ୍ଥଳୀ,ଚିଲିକାରେ ପକ୍ଷୀ,ନୌକାବିହାର,ବିଭିନ୍ନ ଜୀବଜନ୍ତୁଙ୍କ ଫଟୋ ଓ ଭାରତର ବିଭିନ୍ନ ସହରର ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଫଟୋଗ୍ରାଫି ସଂପର୍କରେ ବିଭିନ୍ନ ପ୍ରଶ୍ନର ଉତ୍ତର ଅତିଥିମାନେ ଦେଇଥିଲେ ।
ଭୁବନେଶ୍ବର ୧୮/୮: ବିଶ୍ବ ଫଟୋଗ୍ରାଫି ଦିବସରେ ଧଉଳି ଶାନ୍ତିସ୍ତୁପ ନିକଟ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ପ୍ରାୟ ୬୦ ଜଣ ଫଟୋଗ୍ରାଫର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ଭୁବନେଶ୍ବର ଫଟୋଗ୍ରାଫର ପ୍ରତିଷ୍ଠାତା ସିଦ୍ଧାର୍ଥ ଦେ ଓ ସହ ପ୍ରତିଷ୍ଠାତା ରଶ୍ମିରଞ୍ଜନ ସାହୁ । ଉତ୍ତମ ଫଟୋଗ୍ରାଫି ଦ୍ବାରା ଇତିହାସ ଓ ସଂସ୍କୃତିର ସଂରକ୍ଷଣ ହୋଇଥାଏ ବୋଲି ଅତିଥିମାନେ ମତ ଦେଇଥିଲେ ।

ପ୍ରଥମେ ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଫଟୋଗ୍ରାଫିର ଆରମ୍ଭ ଓ ବିଶ୍ବ ଫଟୋଗ୍ରାଫି ଦିବସ ସଂପର୍କରେ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ।ଐତିହ୍ୟ ସ୍ଥଳୀ ଧଉଳି, ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟ,ପର୍ଯ୍ୟଟନ ସ୍ଥଳୀ,ଚିଲିକାରେ ପକ୍ଷୀ,ନୌକାବିହାର,ବିଭିନ୍ନ ଜୀବଜନ୍ତୁଙ୍କ ଫଟୋ ଓ ଭାରତର ବିଭିନ୍ନ ସହରର ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଫଟୋଗ୍ରାଫି ସଂପର୍କରେ ବିଭିନ୍ନ ପ୍ରଶ୍ନର ଉତ୍ତର ଅତିଥିମାନେ ଦେଇଥିଲେ ।