ପବନରେ ଚାର୍ଜ ହେବ ମୋବାଇଲ୍: ଏହି କମ୍ପାନୀ ଆଣୁଛି ଅଜବ ଟେକ୍ନୋଲୋଜି
ଆମେରିକାରେ ଚାଲିଥିବା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଇଭେଣ୍ଟ ତଥା CES 2024ରେ ବିଶ୍ୱର ବିଭିନ୍ନ ସ୍ଥାନରୁ କମ୍ପାନୀଗୁଡିକ ସେମାନଙ୍କର ନୂତନ ଟେକ୍ନୋଲୋଜି ଉପସ୍ଥାପନ କରୁଛନ୍ତି। ଏହି କ୍ରମରେ ସ୍ମାର୍ଟଫୋନ କମ୍ପାନୀ ଇନଫିନିକ୍ସ CES 2024ରେ ଏକ ନୂତନ ଟେକ୍ନୋଲୋଜି ଆଣିଛି, ଯାହାର ନାମ ଏୟାର ଚାର୍ଜ ଟେକ୍ନୋଲୋଜି। ଏହାର ସାହାଯ୍ୟରେ ୟୁଜର୍ସମାନେ ୭.୫W ପର୍ଯ୍ୟନ୍ତ ସେମାନଙ୍କର ଡିଭାଇସ ଚାର୍ଜ କରିବାକୁ ସକ୍ଷମ ହେବେ। ଏୟାର ଚାର୍ଜ ଟେକ୍ନୋଲୋଜି ମଲ୍ଟି-କଏନ୍ ଚୁମ୍ବକୀୟ ରିଜୋନାନ୍ସ ଏବଂ କମ୍ପାନୀର ଆଲଗୋରିଦମ ଉପରେ ନିର୍ଭର […] The post ପବନରେ ଚାର୍ଜ ହେବ ମୋବାଇଲ୍: ଏହି କମ୍ପାନୀ ଆଣୁଛି ଅଜବ ଟେକ୍ନୋଲୋଜି appeared first on Dharitri Odia News.
ଆମେରିକାରେ ଚାଲିଥିବା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଇଭେଣ୍ଟ ତଥା CES 2024ରେ ବିଶ୍ୱର ବିଭିନ୍ନ ସ୍ଥାନରୁ କମ୍ପାନୀଗୁଡିକ ସେମାନଙ୍କର ନୂତନ ଟେକ୍ନୋଲୋଜି ଉପସ୍ଥାପନ କରୁଛନ୍ତି। ଏହି କ୍ରମରେ ସ୍ମାର୍ଟଫୋନ କମ୍ପାନୀ ଇନଫିନିକ୍ସ CES 2024ରେ ଏକ ନୂତନ ଟେକ୍ନୋଲୋଜି ଆଣିଛି, ଯାହାର ନାମ ଏୟାର ଚାର୍ଜ ଟେକ୍ନୋଲୋଜି। ଏହାର ସାହାଯ୍ୟରେ ୟୁଜର୍ସମାନେ ୭.୫W ପର୍ଯ୍ୟନ୍ତ ସେମାନଙ୍କର ଡିଭାଇସ ଚାର୍ଜ କରିବାକୁ ସକ୍ଷମ ହେବେ। ଏୟାର ଚାର୍ଜ ଟେକ୍ନୋଲୋଜି ମଲ୍ଟି-କଏନ୍ ଚୁମ୍ବକୀୟ ରିଜୋନାନ୍ସ ଏବଂ କମ୍ପାନୀର ଆଲଗୋରିଦମ ଉପରେ ନିର୍ଭର କରେ, ଯାହା ୨୦ ସେଣ୍ଟିମିଟର ଏବଂ ୬୦ ଡିଗ୍ରୀ ଆଙ୍ଗେଲ୍୍ ପର୍ଯ୍ୟନ୍ତ ଓ୍ବାୟରଲେସ୍ ଚାଜର୍ିଂର ଅନୁମତି ଦେଇଥାଏ। ଏୟାର ଚାର୍ଜ ଟେକ୍ନୋଲୋଜିରେ ପ୍ରୋଟେକ୍ଟିଭ ସର୍କିଟ ସାମିଲ ଅଛି ଏବଂ ୬.୭୮ MHz ରୁ କମ ଫ୍ରିକ୍ୱେନ୍ସି ବ୍ୟବହାର କରେ। ଇନଫିନିକ୍ସର ଏହି ଏୟାରଚାର୍ଜ ଟେକ୍ନୋଲୋଜିର ସାହାଯ୍ୟରେ ୟୁଜର୍ସମାନେ ଖେଳ ସିଜିନରେ କିମ୍ବା ଭିଡିଓ ଦେଖିବା ସମୟରେ ସହଜରେ ନିଜ ଫୋନ ଚାର୍ଜ କରିପାରିବେ। ସେମାନଙ୍କୁ ଚାର୍ଜ କରିବା ପାଇଁ ଚାର୍ଜିଂ ତାର ସ୍ଥାପନ କରିବାର କୌଣସି ଆବଶ୍ୟକତା ନାହିଁ।
ସ୍ମାର୍ଟଫୋନ କମ୍ପାନୀ ଇନଫିନିକ୍ସ ଆଉ ଏକ ନୂତନ ଇ-କଲର ଶିଫ୍ଟ ଟେକ୍ନୋଲୋଜି ଆଣିଛି। ଇନଫିନିକ୍ସର ଏହି ଇ-କଲର ଶିଫ୍ଟ ଟେକ୍ନୋଲୋଜି ହେତୁ ସ୍ମାର୍ଟଫୋନର ପଛ ଭାଗରେ ରଙ୍ଗ ବଦଳିବାରେ ଲାଗେ। କମ୍ପାନୀ ଦାବି କରିଛି ଯେ, ଏହି ପ୍ରକ୍ରିୟାରେ ଫୋନର ବ୍ୟାଟେରୀ ଆଦୌ ଖର୍ଚ୍ଚ ହୁଏ ନାହିଁ।
ଇନଫିନିକ୍ସ ଏହି ନୂତନ ଫିଚରକୁ ବିକଶିତ କରିଛି, ଯାହା ଦ୍ୱାରା ୟୁଜର୍ସମାନେ ନିଜ ଇଚ୍ଛାନୁସାରେ ସ୍ମାର୍ଟଫୋନର ପଛକୁ କଷ୍ଟମାଇଜ କରିପାରିବେ। ଏହି ଟେକ୍ନୋଲୋଜିର ସାହାଯ୍ୟରେ ୟୁଜର୍ସମାନେ ନିଜ ଫୋନ ପଛ ପଟରେ ସମୟ, ମୁଡ୍ ଏବଂ ଅନ୍ୟାନ୍ୟ ଫିଚରଗୁଡିକୁ ମ୍ୟାଟ୍ରିକ୍ସ ଆରେଞ୍ଜମେଣ୍ଟରେ ପ୍ରଦର୍ଶିତ କରିପାରିବେ। କମ୍ପାନୀ ଦାବି କରିଛି ଯେ ଏହି ଫିଚର ସାହାଯ୍ୟରେ ୟୁଜର୍ସମାନେ ବ୍ୟାଟେରୀ ବ୍ୟବହାର ନ କରି ନିଜ ଫୋନର ପଛ ପ୍ୟାନେଲକୁ କଷ୍ଟମାଇଜ କରିପାରିବେ।
The post ପବନରେ ଚାର୍ଜ ହେବ ମୋବାଇଲ୍: ଏହି କମ୍ପାନୀ ଆଣୁଛି ଅଜବ ଟେକ୍ନୋଲୋଜି appeared first on Dharitri Odia News.