ଆଠମଲ୍ଲିକ କ୍ରିମିନାଲ କୋର୍ଟ ବାର୍‌ ଆସୋସିଏଶନ: ଅଞ୍ଜନ ସଭାପତି, ସୁଧାଂଶୁ ଶେଖର ସମ୍ପାଦକ

ଆଠମଲ୍ଲିକ,୨୯ା୩(ଉଦୀପ୍ତ ପୁରୋହିତ)- ଅନୁଗୋଳ ଜିଲା ଆଠମଲ୍ଲିକ କ୍ରିମିନାଲ କୋର୍ଟ ବାର୍‌ ଆସୋସିଏଶନ ନିର୍ବାଚନ ବିନା ପ୍ରତିଦ୍ବନ୍ଦ୍ୱିତାରେ ଶେଷ ହୋଇଛି। ପ୍ରତି ପଦବୀ ପାଇଁ ୨ ଜଣ ଲେଖାଏ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ ହେଁ ପରେ ଜଣେ ଲେଖାଏ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଥିଲେ। ଫଳରେ ପ୍ରତି ପଦବୀ ପାଇଁ ଜଣେ ଲେଖାଏ ପ୍ରାର୍ଥୀ ଥିବାରୁ ଭୋଟଗ୍ରହଣର ଆବଶ୍ୟକତା ପଡ଼ି ନ ଥିଲା। ସମସ୍ତଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରାଯାଇଥିବା ନିର୍ବାଚନ ଅଧିକାରୀ ସୁଜିତ ବିଶ୍ୱାଳ କହିଛନ୍ତି। ସଭାପତି […] The post ଆଠମଲ୍ଲିକ କ୍ରିମିନାଲ କୋର୍ଟ ବାର୍‌ ଆସୋସିଏଶନ: ଅଞ୍ଜନ ସଭାପତି, ସୁଧାଂଶୁ ଶେଖର ସମ୍ପାଦକ appeared first on Dharitri Odia News.

ଆଠମଲ୍ଲିକ କ୍ରିମିନାଲ କୋର୍ଟ ବାର୍‌ ଆସୋସିଏଶନ: ଅଞ୍ଜନ ସଭାପତି, ସୁଧାଂଶୁ ଶେଖର ସମ୍ପାଦକ

ଆଠମଲ୍ଲିକ,୨୯ା୩(ଉଦୀପ୍ତ ପୁରୋହିତ)- ଅନୁଗୋଳ ଜିଲା ଆଠମଲ୍ଲିକ କ୍ରିମିନାଲ କୋର୍ଟ ବାର୍‌ ଆସୋସିଏଶନ ନିର୍ବାଚନ ବିନା ପ୍ରତିଦ୍ବନ୍ଦ୍ୱିତାରେ ଶେଷ ହୋଇଛି। ପ୍ରତି ପଦବୀ ପାଇଁ ୨ ଜଣ ଲେଖାଏ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ ହେଁ ପରେ ଜଣେ ଲେଖାଏ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଥିଲେ। ଫଳରେ ପ୍ରତି ପଦବୀ ପାଇଁ ଜଣେ ଲେଖାଏ ପ୍ରାର୍ଥୀ ଥିବାରୁ ଭୋଟଗ୍ରହଣର ଆବଶ୍ୟକତା ପଡ଼ି ନ ଥିଲା। ସମସ୍ତଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରାଯାଇଥିବା ନିର୍ବାଚନ ଅଧିକାରୀ ସୁଜିତ ବିଶ୍ୱାଳ କହିଛନ୍ତି। ସଭାପତି ଭାବେ ଅଞ୍ଜନ କୁମାର ପ୍ରଧାନ, ଉପସଭାପତି ପ୍ରାଣବନ୍ଧୁ ମେଣ୍ଡୁଲି, ସମ୍ପାଦକ ସୁଧାଂଶୁ ଶେଖର ବେହେରା, ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ, କୋଷାଧ୍ୟକ୍ଷ କୁମୁଦ ଚନ୍ଦ୍ର ପ୍ରଧାନ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ଅମରେଶ ଷଡ଼ଙ୍ଗୀ ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ତୁଲାଇଥିଲେ। ପରେ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମସ୍ତ ସଭ୍ୟ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

The post ଆଠମଲ୍ଲିକ କ୍ରିମିନାଲ କୋର୍ଟ ବାର୍‌ ଆସୋସିଏଶନ: ଅଞ୍ଜନ ସଭାପତି, ସୁଧାଂଶୁ ଶେଖର ସମ୍ପାଦକ appeared first on Dharitri Odia News.