କାଶୀପୁରରେ ଧୁମଧାମରେ ଲାଖବିନ୍ଧା ପର୍ବ ପାଳିତ

ନନ୍ଦିଘୋଷ ବ୍ୟୁରୋ: କାଶୀପୁରରେ ଧୁମଧାମରେ ଲାଖବିନ୍ଧା ପର୍ବ ପାଳିତ। ରାଜାରାଜୁଡା ଅମଳରୁ କାଶୀପୁରରେ ଲାଖବିନ୍ଧା ପର୍ବ। ଏହି ପର୍ବରେ ମାଆ... The post କାଶୀପୁରରେ ଧୁମଧାମରେ ଲାଖବିନ୍ଧା ପର୍ବ ପାଳିତ appeared first on .

କାଶୀପୁରରେ ଧୁମଧାମରେ ଲାଖବିନ୍ଧା ପର୍ବ ପାଳିତ

ନନ୍ଦିଘୋଷ ବ୍ୟୁରୋ: କାଶୀପୁରରେ ଧୁମଧାମରେ ଲାଖବିନ୍ଧା ପର୍ବ ପାଳିତ। ରାଜାରାଜୁଡା ଅମଳରୁ କାଶୀପୁରରେ ଲାଖବିନ୍ଧା ପର୍ବ। ଏହି ପର୍ବରେ ମାଆ ମାଣିକେଶ୍ବରୀଙ୍କ ମନ୍ଦିରରେ ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥାଏ। ମନ୍ତ୍ର ତନ୍ତ୍ରରେ ପ୍ରକମ୍ପିତ ହେଉଛି ପୂରା ପରିବେଶ। ନବମୀ ପରେ ଦଶମି ତିଥିରେ ମନ୍ଦିର ଓ ରାଜ ପରମ୍ପରା ଅନୁଯାଇ ବୁଢାରାଜା ପୀଠରେ ଅନୁଷ୍ଠିତ ହୁଏ ଲାଖବିନ୍ଧା ପର୍ବ। ପରମ୍ପରା ଅନୁଯାୟୀ ଅପରାଜିତା ପୂଜା ବିଧି ସମ୍ପନ୍ନ କରି ଦେବ ପରିବାରର ବଂଶଜ ରାଜା ଦ୍ବିବେନ୍ଦୁ କୁମାର ଦେବଙ୍କ ଅନୁମତି କ୍ରମେ ନକଟିଗୁଡି ମନ୍ଦୀର ନିକଟରେ ଥିବା ଆମ୍ବଗଛର ଶୀର୍ଶରେ କାକୁଡି ବାନ୍ଧିଥାନ୍ତି।ମନ୍ଦିରର ପୂଜାବିଧି ସମ୍ପର୍ଣ୍ଣ ହେବାପରେ ସାତଭଉଣୀ ମନ୍ଦିରର ପୂଜକ ପୂଜା ପାଉଥିବା ଖଣ୍ଡାସହ ଏକ ପଟୁଆରରେ ଜଗନ୍ନାଥ ମନ୍ଦିର ନିକଟକୁ ଆସିଥାନ୍ତି।ମା ମାଣିକେଶ୍ବରୀ ମନ୍ଦିରର ପୂଜକ ପୂଜା ପାଉଥିବା ଖଣ୍ଡାସହ ରାଜା ଦ୍ବିବେନ୍ଦୁ କୁମାର ଦେବ ଏବଂ ବୁଢାରଜା ବନ୍ଧୁକକୁ ନିଳାମ୍ବର ସିଂ ଧରି ବାହାରି ଥାନ୍ତି। ଉଭୟ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହେବା ପରେ ବିରାଟ ପଟୁଆର ସହିତ ଲାଖବିନ୍ଧା ପଡିିଆ ନିକଟକୁ ଯାଇଥାନ୍ତି।କାକୁଡିକୁ ପ୍ରଥମେ ବୁଢାରଜାଙ୍କ ବନ୍ଧୁକରୁ ନିଳାମ୍ବର ସିଂ ଗୁଳି ଫୁଠାଇଥାନ୍ତି।ପରେ ସାଧାରଣ ଲୋକଙ୍କୁ ରାଜା ଏହି ଅନୁମତି ଦେଇଥାନ୍ତି। ପରେ ରାଜା ମନ୍ଦିର ପରିସରରେ ନିଜର ସିଂହାସନ ଆରୋହଣକରି ନିଜର ଦରବାର ଚଲାଇଥାନ୍ତି।ଏହି ଲାଖମରା ପର୍ବକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା।

The post କାଶୀପୁରରେ ଧୁମଧାମରେ ଲାଖବିନ୍ଧା ପର୍ବ ପାଳିତ appeared first on .