ଅଗଷ୍ଟରୁ ଏବେ ପର୍ଯ୍ୟନ୍ତ ବାଂଲାଦେଶରେ କେତେ ହିନ୍ଦୁଙ୍କ ଗଲାଣି ଜୀବନ, ଜାଣନ୍ତୁ…
ଢାକା/ନୂଆଦିଲ୍ଲୀ,୮।୨: ଶୁକ୍ରବାର ସରକାର କହିଛନ୍ତି ଯେ ଅଗଷ୍ଟ ମାସଠାରୁ ବାଂଲାଦେଶରେ ୨୩ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି ଏବଂ ହିନ୍ଦୁ ମନ୍ଦିର ଉପରେ ୧୫୨ଟି ଆକ୍ରମଣ ଘଟଣା ରିପୋର୍ଟ କରାଯାଇଛି। ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ କହିଛନ୍ତି ଯେ ଗତ ଦୁଇ ମାସ ମଧ୍ୟରେ (୨୬ ନଭେମ୍ବର ୨୦୨୪ ରୁ ୨୫ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ) ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ୭୬ଟି ଆକ୍ରମଣ ଘଟଣା […] The post ଅଗଷ୍ଟରୁ ଏବେ ପର୍ଯ୍ୟନ୍ତ ବାଂଲାଦେଶରେ କେତେ ହିନ୍ଦୁଙ୍କ ଗଲାଣି ଜୀବନ, ଜାଣନ୍ତୁ… appeared first on Dharitri Odia News.
ଢାକା/ନୂଆଦିଲ୍ଲୀ,୮।୨: ଶୁକ୍ରବାର ସରକାର କହିଛନ୍ତି ଯେ ଅଗଷ୍ଟ ମାସଠାରୁ ବାଂଲାଦେଶରେ ୨୩ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି ଏବଂ ହିନ୍ଦୁ ମନ୍ଦିର ଉପରେ ୧୫୨ଟି ଆକ୍ରମଣ ଘଟଣା ରିପୋର୍ଟ କରାଯାଇଛି। ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ କହିଛନ୍ତି ଯେ ଗତ ଦୁଇ ମାସ ମଧ୍ୟରେ (୨୬ ନଭେମ୍ବର ୨୦୨୪ ରୁ ୨୫ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ) ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ୭୬ଟି ଆକ୍ରମଣ ଘଟଣା ଘଟିଛି।
ତାଙ୍କ ଉତ୍ତରରେ ସେ କହିଛନ୍ତି ଯେ ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ ବାଂଲାଦେଶରେ ୨୩ ଜଣ ହିନ୍ଦୁଙ୍କ ମୃତ୍ୟୁ ଏବଂ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣର ୧୫୨ଟି ଘଟଣା ଘଟିଛି। ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହେଉଥିବା ହିଂସା ଘଟଣା ଉପରେ ନଜର ରଖିଛି ଏବଂ ବାଂଲାଦେଶ ସରକାରଙ୍କ ସହିତ ନିଜର ଚିନ୍ତା ବାଣ୍ଟିଛି।
The post ଅଗଷ୍ଟରୁ ଏବେ ପର୍ଯ୍ୟନ୍ତ ବାଂଲାଦେଶରେ କେତେ ହିନ୍ଦୁଙ୍କ ଗଲାଣି ଜୀବନ, ଜାଣନ୍ତୁ… appeared first on Dharitri Odia News.