୨୦୩୦ ସୁଦ୍ଧା ଆମଦାନୀ ୧୦ ନିୟୁତ ଟନ୍ ଛୁଇଁବ
ନୂଆଦିଲ୍ଲୀ,୩।୧୨: ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ ଉପାଦାନଗୁଡିକ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଯାଇଛି। ଏପରିକି ସୋଲାର ପ୍ୟାନେଲ ଓ ମଡ୍ୟୁଲ ପାଇଁ ଆନାଡାଇଜଡ ଆଲୁମିନିୟମ ଫ୍ରେମ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲାଗୁ କରିବା ନିଷ୍ପତ୍ତିକୁ ଆଲୁମିନିୟମ ଆସୋସିଏଶନ ଅଫ ଇଣ୍ଡିଆ (ଏଏଆଇ) ସ୍ବାଗତ କରିଛି। ଯେହେତୁ ଏହା ବ୍ୟାପକ ଘରୋଇ ବଜାର ପ୍ରବେଶ ସହିତ […] The post ୨୦୩୦ ସୁଦ୍ଧା ଆମଦାନୀ ୧୦ ନିୟୁତ ଟନ୍ ଛୁଇଁବ appeared first on Dharitri Odia News.
ନୂଆଦିଲ୍ଲୀ,୩।୧୨: ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ ଉପାଦାନଗୁଡିକ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଯାଇଛି। ଏପରିକି ସୋଲାର ପ୍ୟାନେଲ ଓ ମଡ୍ୟୁଲ ପାଇଁ ଆନାଡାଇଜଡ ଆଲୁମିନିୟମ ଫ୍ରେମ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲାଗୁ କରିବା ନିଷ୍ପତ୍ତିକୁ ଆଲୁମିନିୟମ ଆସୋସିଏଶନ ଅଫ ଇଣ୍ଡିଆ (ଏଏଆଇ) ସ୍ବାଗତ କରିଛି। ଯେହେତୁ ଏହା ବ୍ୟାପକ ଘରୋଇ ବଜାର ପ୍ରବେଶ ସହିତ ସେମାନଙ୍କୁ ଆଲୁମିନିୟମ ଉଦ୍ୟୋଗ ଲାଗି ସହାୟତା ପ୍ରଦାନ କରିବ।
୨୦୨୫ ବଜେଟ ରନଅପରେ ଆମଦାନୀରୁ ଅଧିକ ଶକ୍ତିଶାଳୀ ବଜାର ପ୍ରବେଶକୁ ସୁଗମ କରିବାରେ ଆଲୁମିନିୟମ ଶିଳ୍ପ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଏହା ନୂଆ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ନିଯୁକ୍ତି ସୃଷ୍ଟି, ଏମ୍ଏସ୍ଏମଇ ଅଭିବୃଦ୍ଧି ଓ ସାମାଜିକ ଅର୍ଥନୈତିକ ବିକାଶରେ ସହାୟକ ହେବ।
ଘରୋଇ ଆଲୁମିନିୟମ ଶିଳ୍ପ, ଆଲୁମିନିୟମ ଆମଦାନୀରେ ବହୁଳ ଭାବେ ପ୍ରାଥମିକ ଓ ଡାଉନଷ୍ଟ୍ରିମ ଉପତ୍ାଦକୁ ବଜାରରେ ବୈଦେଶିକ ସ୍କ୍ରାପ ଗଠନ କରୁଥିବାବେଳେ ଏହି ପ୍ରସଙ୍ଗରେ ପ୍ରତିନିଧିତ୍ୱ ଦାଖଲ କରାଯାଇଛି। ଏପରିକି ପ୍ରାଥମିକ ଓ ଡାଉନଷ୍ଟ୍ରିମ ଉପତ୍ାଦ ଉପରେ ୭.୫% ରୁ ୧୦% ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଓ ଅଧିକ ଗୁଣାତ୍ମକ ସୁରକ୍ଷା ପାଇଁ ଆଲୁମିନିୟମ ସ୍କ୍ରାପ ଉପରେ ୭.୫% ସମାନ ଡ୍ୟୁଟି ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି। ଅତ୍ୟଧିକ ଆମଦାନୀ କ୍ଷତିକାରକ ପ୍ରଭାବକୁ ଚିହ୍ନଟ କରି ଅର୍ଥ ମନ୍ତ୍ରଣାଳୟ ଏହି ନୂଆ ବିଜ୍ଞପ୍ତିରେ ଆଣ୍ଟିି ଡମ୍ପିଂ ଡ୍ୟୁଟିନୋଟ ଘୋଷଣା କରିଛି। ଉକ୍ତ ବିଜ୍ଞପ୍ତି ଅନୁସାରେ ଲାଗୁ ହୋଇଥିବା ଆଣ୍ଟି ଡମ୍ପିଂ ଡ୍ୟୁଟି ପ୍ରଭାବଶାଳୀ ଓ ଏହା ୫ ବର୍ଷ ପାଇଁ କାର୍ଯ୍ୟ କରିବ। ଏହାର ଚାହିଦା ବୃଦ୍ଧି ସହ ୨୦୩୦ ସୁଦ୍ଧା ୧୦ ନିୟୁତ ଟନ ଛୁଇଁବ ବୋଲି ଆଶା କରାଯାଉଛି।
ଆଲୁମିନିୟମ ଆମଦାନୀ ବର୍ତ୍ତମାନ ଭାରତର ମୋଟ ଚାହିଦାର ୫୪% ରହିଥିଲାବେଳେ ଏହା ୫୬.୨୯୧ କୋଟି ବା ଭାରତର ମୋଟ ଆମଦାନୀ ବିଲର ୧% ଏକ ଫୋରେକ୍ସ ଆଉଟଗୋକୁ ପ୍ରତିନିଧିତ୍ୱ କରୁଛି। ଉଦାହରଣ ସ୍ବରୂପ ଆଲୁମିନିୟମ ଆମଦାନୀ ଉପରେ ୟୁଏସ ପୂର୍ବରୁ ୧୦% ଶୁଳ୍କ ଲାଗୁ କରିଥିଲାବେଳେ ଚାଇନା ଆମେରିକାରୁ ଆଲୁମିନିୟମ ସ୍କ୍ରାପ ଆମଦାନୀ ଉପରେ ୨୫% ଶୁଳ୍କ ଲାଗୁ କରିଛି, ଏଥିରେ ଅତିରିକ୍ତ ପ୍ରତିବନ୍ଧକ ମଧ୍ୟ ରହିଛି। ଭାରତ ସର୍ବବୃହତ ଆଲୁମିନିୟମ ସ୍କ୍ରାପ ଆମଦାନୀକାରୀ ଭାବେ ଚାଇନାକୁ ଅତିକ୍ରମ କରିଛି, ଯାହା ଘରୋଇ ଆଲୁମିନିୟମ ଶିଳ୍ପ ଅଭିବୃଦ୍ଧିରେ ବାଧା ସୃଷ୍ଟି କରୁଛି।
ଏ ନେଇ ଆଲୁମିନିୟମ ସଂଘ କହିଛି, ଏହା ଲାଗୁ କରିବା ଲାଗି ଅନେକ ପ୍ରୟାସ କରାଯାଇଥିଲା। ଏପରିକି ଭାରତରେ ଏକ ଆତ୍ମନିର୍ଭରଶୀଳ ତଥା ପ୍ରତିଯୋଗୀ ଆଲୁମିନିୟମ ଶିଳ୍ପ ପ୍ରତିପାଦନ କରିବା ସହିତ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ଆଗାମୀ ବଜେଟରେ ଘରୋଇ ଆଲୁମିନିୟମ ଶିଳ୍ପକୁ ସଶକ୍ତ କରିବା ଲାଗି ସେମାନେ ଆଶାବାଦୀ ଅଛନ୍ତି, ସେମାନଙ୍କ ଚାହିଦା ପୂରଣ ଓ ସେମାନଙ୍କୁ ଅତିରିକ୍ତ କ୍ଷମତା ବିନିଯୋଗ କରିବାକୁ ମଧ୍ୟ ଉତ୍ସାହିତ କରିବ। ନୂଆ କରି ଲାଗୁ ହୋଇଥିବା ଆଣ୍ଟି ଡମ୍ପିଂ ଡ୍ୟୁଟି ଆଲୁମିନିୟମର ମୂଲ୍ୟଯୋଗକୁ ପ୍ରୋତ୍ସାହିତ କରିବ। ଏପରିକି ଏକ ବିକଶିତ ଭାରତ ଗଠନ ଦିଗରେ ସରକାରଙ୍କ ସକାରାତ୍ମକ ପଦକ୍ଷେପ ଗ୍ରହଣ ବହୁତ ଜରୁରୀ ବୋଲି ସଂଘ ମତ ପ୍ରକାଶ କରିଛି।
The post ୨୦୩୦ ସୁଦ୍ଧା ଆମଦାନୀ ୧୦ ନିୟୁତ ଟନ୍ ଛୁଇଁବ appeared first on Dharitri Odia News.