ପାରାଦୀପ ବନ୍ଦରରେ ଅଘଟଣ, ପଣ୍ୟ ଅପଲୋଡ ବେଳେ ଛିଡିଗଲା କ୍ରେନ୍

ପାରାଦୀପ ୦୮।୧୦ : ପାରାଦୀପ ଅଘଟଣ । ବନ୍ଦରର ଏମ୍‌ପିବି ବର୍ଥରେ ପଣ୍ୟ କାଢୁଥିବା ବେଳେ ଛିଡିଗଲା କ୍ରେନ୍‌ । ଯାହାଫଳରେ ଜାହାଜ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ପାରାଦୀପ ବନ୍ଦରର ଏମ୍‌ପିବି ବର୍ଥରେ ଏଏନଏମଏସ  ମହାଲକ୍ଷ୍ମୀ ଜାହାଜ ପଣ୍ୟ କଢାଯାଉଥିଲା । କ୍ରେନ୍‌ ସହାୟତାରେ ପଣ୍ୟ କଢାଯାଉଥିବା ବେଳେ ହଠାତ୍  ଛିଣ୍ଡିଗଲା । ଯାହାଫଳରେ କ୍ରେନର ଲମ୍ବା ଲୁହା ବୁମ୍ ପଡି ଜାହାଜର ୭ ନମ୍ବର ଢାଙ୍କଣା କ୍ଷତିଗ୍ରସ୍ତ ହୋଇଛି । ଏହାସହିତ ଜଣେ ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ଆହତଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । 

ପାରାଦୀପ ବନ୍ଦରରେ ଅଘଟଣ, ପଣ୍ୟ ଅପଲୋଡ ବେଳେ ଛିଡିଗଲା  କ୍ରେନ୍

ପାରାଦୀପ ୦୮।୧୦ : ପାରାଦୀପ ଅଘଟଣ । ବନ୍ଦରର ଏମ୍‌ପିବି ବର୍ଥରେ ପଣ୍ୟ କାଢୁଥିବା ବେଳେ ଛିଡିଗଲା କ୍ରେନ୍‌ । ଯାହାଫଳରେ ଜାହାଜ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । 

ଖବର ଅନୁଯାୟୀ, ପାରାଦୀପ ବନ୍ଦରର ଏମ୍‌ପିବି ବର୍ଥରେ ଏଏନଏମଏସ  ମହାଲକ୍ଷ୍ମୀ ଜାହାଜ ପଣ୍ୟ କଢାଯାଉଥିଲା । କ୍ରେନ୍‌ ସହାୟତାରେ ପଣ୍ୟ କଢାଯାଉଥିବା ବେଳେ ହଠାତ୍  ଛିଣ୍ଡିଗଲା । ଯାହାଫଳରେ କ୍ରେନର ଲମ୍ବା ଲୁହା ବୁମ୍ ପଡି ଜାହାଜର ୭ ନମ୍ବର ଢାଙ୍କଣା କ୍ଷତିଗ୍ରସ୍ତ ହୋଇଛି । ଏହାସହିତ ଜଣେ ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ଆହତଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।