ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୪ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଭୀମତାଲ ନିକଟରେ ଭୟଙ୍କର ବସ୍ ଦୁର୍ଘଟଣା। ଏଥିରେ ୪ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ବସ୍‌ରେ ପ୍ରାୟ ୨୭ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାର ସୂଚନା ପାଇ ଏଡିଆରଏଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଭୀମତାଲରୁ ହଲଦ୍ବାନୀ ଆଡ଼କୁ ଯାଉଥିବା ରୋଡଓ୍ବେଜ ବସ୍‌ ଦୁର୍ଘଟଣାର ଶିକାର ହୋଇଛି। ବସ୍‌ରେ ପ୍ରାୟ ୨୦ରୁ ୨୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣା ପରେ ବସ ପ୍ରାୟ ୧୦୦ ମିଟର ଗଭୀର ଖାଇକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ଚାରି ଜଣକ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସାଙ୍କ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ସେପଟେ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦୁଃଖ ପ୍ରକାଶ କରିବା ସହ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି ଭୀମତାଲ ନିକଟରେ ହୋଇଥିବା ବସ୍‌ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ସ୍ଥାନୀୟ ପ୍ରଶାସନ ତ୍ବରିତ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ କୁହାଯାଇଛି। ସେହିଭଳି ଦୁର୍ଘଟଣାକୁ ପୋଲିସ ତରଫରୁ ବିବୃତ୍ତି ଦିଆଯାଇଛି। ନୈନୀତାଲର ଏସଏସପି ପ୍ରହଲାଦ ମୀନା କହିଛନ୍ତି ନୈନୀତାଲର ଭୀମତାଲରେ ରୋଡଓ୍ବେଜ ବସ୍‌ ଖାଇରେ ଖସିବା କାରଣରୁ ଅନେକ ଆହତ ହୋଇଛନ୍ତି।

ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୪ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଭୀମତାଲ ନିକଟରେ ଭୟଙ୍କର ବସ୍ ଦୁର୍ଘଟଣା। ଏଥିରେ ୪ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ବସ୍‌ରେ ପ୍ରାୟ ୨୭ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାର ସୂଚନା ପାଇ ଏଡିଆରଏଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। 

ସୂଚନା ଅନୁଯାୟୀ, ଭୀମତାଲରୁ ହଲଦ୍ବାନୀ ଆଡ଼କୁ ଯାଉଥିବା ରୋଡଓ୍ବେଜ ବସ୍‌ ଦୁର୍ଘଟଣାର ଶିକାର ହୋଇଛି। ବସ୍‌ରେ ପ୍ରାୟ ୨୦ରୁ ୨୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣା ପରେ ବସ ପ୍ରାୟ ୧୦୦ ମିଟର ଗଭୀର ଖାଇକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ଚାରି ଜଣକ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସାଙ୍କ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

ସେପଟେ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦୁଃଖ ପ୍ରକାଶ କରିବା ସହ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି ଭୀମତାଲ ନିକଟରେ ହୋଇଥିବା ବସ୍‌ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ସ୍ଥାନୀୟ ପ୍ରଶାସନ ତ୍ବରିତ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ କୁହାଯାଇଛି। ସେହିଭଳି ଦୁର୍ଘଟଣାକୁ ପୋଲିସ ତରଫରୁ ବିବୃତ୍ତି ଦିଆଯାଇଛି। ନୈନୀତାଲର ଏସଏସପି ପ୍ରହଲାଦ ମୀନା କହିଛନ୍ତି ନୈନୀତାଲର ଭୀମତାଲରେ ରୋଡଓ୍ବେଜ ବସ୍‌ ଖାଇରେ ଖସିବା କାରଣରୁ ଅନେକ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପଠାଯାଉଛି।