ତହସିଲ ଅଫିସକୁ ରାଜସ୍ୱମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ୍
ଗତକାଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଅଚ଼ାନକ ସମ୍ବଲପୁର ସଦର ତହସିଲ ଅଫିସ ପରିଦର୍ଶନ କରିଥିଲେ । ଅଫିସରେ ପହଞ୍ଚିବା ପରେ, ବିଭିନ୍ନ ପ୍ରକାରର କାଗଜ ପତ୍ର ଓ ଦସ୍ତାବିଜ ଯାଞ୍ଚ କରିଥିଲେ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସର୍ପ୍ରାଇଜ୍ ଭିଜିଟ୍। ଅଚାନକ ସମ୍ୱଲପୁର ସଦର ତହସିଲରେ ପହଞ୍ଚିଲେ ରାଜସ୍ୱମନ୍ତ୍ରୀ। ଆଉ ତହସିଲରେ ଯାହା ଦେଖିଲେ, ତାହା ତାଙ୍କୁ ବିଚଳିତ କରିଥିଲା। ତହସିଲ୍ରେ ଅବ୍ୟବସ୍ଥା ବେଶୀ, ଅଭିଯୋଗ କମ୍ ଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ। ସବୁଠାରୁ ଦୁଃଖର ବିଷୟ ତହସିଲ୍ର ମୁଖିଆ ତହସିଲ୍ଦାରଙ୍କ ଚାମ୍ୱର ବର୍ଷ ବର୍ଷ ଧରି ଖୋଲୁନଥିଲା। ଦେଖନ୍ତୁ ପୂରା ରିପୋର୍ଟ।