ହକ୍ ପାଇଁ ଆଦିବାସୀଙ୍କ ମେଳି
ମୋରଡ଼ା,୩ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ମାକୁନ୍ଦ ଗ୍ରାମର ଜାହିରା ପୀଠ ନିକଟରେ ଶତାଧିକ ଆଦିବାସୀ ସମ୍ପ୍ରଦାୟର ଲୋକେ ମେଳି ବାନ୍ଧିଥିବାର ଦେଖିବାକୁ ମିଳିଛି। ଉକ୍ତ ମେଳିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ର ଯୋଗଦେଇଥିଲେ। ଆଦିବାସୀ ପାରମ୍ପରିକ ନୃତ୍ୟରେ ମହାପାତ୍ରଙ୍କୁ ଆଦିବାସୀ ଲୋକେ ମଞ୍ଚକୁ ପାଛୋଟି ନେଇଥିଲେ। ଉକ୍ତ ମେଳିରେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ କେନ୍ଦ୍ର ତଥା ରାଜ୍ୟ ସରକାର ଅବହେଳିତ କରୁଥିବା ସହିତ ସେମାନଙ୍କୁ […] The post ହକ୍ ପାଇଁ ଆଦିବାସୀଙ୍କ ମେଳି appeared first on Dharitri Odia News.
ମୋରଡ଼ା,୩ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ମାକୁନ୍ଦ ଗ୍ରାମର ଜାହିରା ପୀଠ ନିକଟରେ ଶତାଧିକ ଆଦିବାସୀ ସମ୍ପ୍ରଦାୟର ଲୋକେ ମେଳି ବାନ୍ଧିଥିବାର ଦେଖିବାକୁ ମିଳିଛି। ଉକ୍ତ ମେଳିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ର ଯୋଗଦେଇଥିଲେ। ଆଦିବାସୀ ପାରମ୍ପରିକ ନୃତ୍ୟରେ ମହାପାତ୍ରଙ୍କୁ ଆଦିବାସୀ ଲୋକେ ମଞ୍ଚକୁ ପାଛୋଟି ନେଇଥିଲେ। ଉକ୍ତ ମେଳିରେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ କେନ୍ଦ୍ର ତଥା ରାଜ୍ୟ ସରକାର ଅବହେଳିତ କରୁଥିବା ସହିତ ସେମାନଙ୍କୁ ତାଙ୍କର ହକ୍ ମିଳୁ ନ ଥିବା କଥା କହିବା ସହିତ ଉକ୍ତ ଗ୍ରାମରେ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ କିପରି ସମସ୍ତ ସୁବିଧା ପାଇପାରିବେ ସେ ଦିଗରେ ଚେଷ୍ଟା କରାଯିବା ସହିତ ଉକ୍ତ ଜାହିରା ପୀଠର ଉନ୍ନତିକରଣ ଏବଂ ଦରକାର ପଡ଼ିଲେ ଆଗାମୀ ଦିନରେ ଆଦିବାସୀ ସମ୍ପ୍ରଦାୟ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଥିଲା। ଏଥିହସିତ ମଞ୍ଚରେ ଆଦିବାସୀ ନେତା ଉମାକାନ୍ତ ହାଁସଦା,ଭାଗୀରଥି ମାଝି,ସୁକୁଲ ମାଝି,କରୁଣାକର ମୁର୍ମୁ,ଭୀମ ମାର୍ଣ୍ଡି,ଦୁର୍ଗା ମୁର୍ମୁ, ଚୈତନ୍ୟ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।
The post ହକ୍ ପାଇଁ ଆଦିବାସୀଙ୍କ ମେଳି appeared first on Dharitri Odia News.