କୋହଲି-ରୋହିତଙ୍କ ଉପରେ ବର୍ଷିଲେ ଗାଭାସ୍କର, କହିଲେ କାହିଁକି ଖେଳୁନାହାଁନ୍ତି ଘରୋଇ କ୍ରିକେଟ

ନୂଆଦିଲ୍ଲୀ ୨୦/୦୮: ଆସନ୍ତା ୫ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦିଲ୍ଲୀପ ଟ୍ରଫିରୁ ଦୁଇ ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଅଯାଇଛି । ଚୟନ କମିଟିର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିଜନ ପୂର୍ବରୁ ଦଳର ପ୍ରମୁଖ ଖେଳାଳିମାନେ ଉପଯୁକ୍ତ ମ୍ୟାଚ୍‌ ଅଭ୍ୟାସ ପାଇବା ଜରୁରି ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରୋହିତ ଓ କୋହଲିଙ୍କୁ ବିଶ୍ରାମ ଦେବା ଠିକ ନିଷ୍ପତ୍ତି ନୁହେଁ । ଉଭୟ ଦଳର ପ୍ରମୁଖ ସଦସ୍ୟ । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଉଭୟ ଖେଳିବା  ନିଶ୍ଚିତ । ତେଣୁ ଦୁଲୀପ ଟ୍ରଫି ଉଭୟଙ୍କ ପାଇଁ ଅଭ୍ୟାସ ସୁଯୋଗ ଆଣିଥିଲା । ମାତ୍ର ଉଭୟ ବିଶ୍ରାମ ନେବାକୁ ପ୍ରାଥମିକତା ଦେଇଥିଲେ । ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ  ମିଳିବା ଯୁକ୍ତିଯୁକ୍ତ । ସେ ପେସ୍‌ ବୋଲର  ଓ ପୂର୍ବରୁ ଗୁରୁତର ଆହତ ହୋଇ  ସାରିଛନ୍ତି । ତେଣୁ ତାଙ୍କ କାର୍ଯ୍ୟଭାରକୁ ସୀମିତ କରାଯିବା ଆବଶ୍ୟକ । ରୋହିତ  ଓ କୋହଲି ବର୍ତ୍ତମାନ ସିନିୟର ସଦସ୍ୟ । ଉଭୟଙ୍କ ବୟସ ୩୫ ପାର୍‌ ହେଲାଣି । ତେଣୁ ଜିମ୍‌ ଅପେକ୍ଷା ଅଧିକ ମ୍ୟାଚ୍‌ ଖେଳି ସେମାନେ ନିଜ ନିଜକୁ ଫିଟ୍‌ ଓ ଫର୍ମରେ  ରଖିପାରିବେ । ସୂଚନାଯୋଗ୍ୟ, ସେପ୍ଟେମ୍ବର  ୧୯ରୁ ବାଂଲାଦେଶ ବିପକ୍ଷ ୨ମ୍ୟାଚ  ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । 

କୋହଲି-ରୋହିତଙ୍କ ଉପରେ ବର୍ଷିଲେ ଗାଭାସ୍କର, କହିଲେ କାହିଁକି ଖେଳୁନାହାଁନ୍ତି ଘରୋଇ କ୍ରିକେଟ

ନୂଆଦିଲ୍ଲୀ ୨୦/୦୮: ଆସନ୍ତା ୫ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦିଲ୍ଲୀପ ଟ୍ରଫିରୁ ଦୁଇ ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଅଯାଇଛି । ଚୟନ କମିଟିର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିଜନ ପୂର୍ବରୁ ଦଳର ପ୍ରମୁଖ ଖେଳାଳିମାନେ ଉପଯୁକ୍ତ ମ୍ୟାଚ୍‌ ଅଭ୍ୟାସ ପାଇବା ଜରୁରି ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରୋହିତ ଓ କୋହଲିଙ୍କୁ ବିଶ୍ରାମ ଦେବା ଠିକ ନିଷ୍ପତ୍ତି ନୁହେଁ । ଉଭୟ ଦଳର ପ୍ରମୁଖ ସଦସ୍ୟ । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଉଭୟ ଖେଳିବା  ନିଶ୍ଚିତ । ତେଣୁ ଦୁଲୀପ ଟ୍ରଫି ଉଭୟଙ୍କ ପାଇଁ ଅଭ୍ୟାସ ସୁଯୋଗ ଆଣିଥିଲା । ମାତ୍ର ଉଭୟ ବିଶ୍ରାମ ନେବାକୁ ପ୍ରାଥମିକତା ଦେଇଥିଲେ । ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ  ମିଳିବା ଯୁକ୍ତିଯୁକ୍ତ । 

ସେ ପେସ୍‌ ବୋଲର  ଓ ପୂର୍ବରୁ ଗୁରୁତର ଆହତ ହୋଇ  ସାରିଛନ୍ତି । ତେଣୁ ତାଙ୍କ କାର୍ଯ୍ୟଭାରକୁ ସୀମିତ କରାଯିବା ଆବଶ୍ୟକ । ରୋହିତ  ଓ କୋହଲି ବର୍ତ୍ତମାନ ସିନିୟର ସଦସ୍ୟ । ଉଭୟଙ୍କ ବୟସ ୩୫ ପାର୍‌ ହେଲାଣି । ତେଣୁ ଜିମ୍‌ ଅପେକ୍ଷା ଅଧିକ ମ୍ୟାଚ୍‌ ଖେଳି ସେମାନେ ନିଜ ନିଜକୁ ଫିଟ୍‌ ଓ ଫର୍ମରେ  ରଖିପାରିବେ । ସୂଚନାଯୋଗ୍ୟ, ସେପ୍ଟେମ୍ବର  ୧୯ରୁ ବାଂଲାଦେଶ ବିପକ୍ଷ ୨ମ୍ୟାଚ  ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ ।