ବଜେଟ୍ କାଉଣ୍ଟଡାଉନ୍, ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ରହିବ ବିଶେଷ ?
ନୂଆଦିଲ୍ଲୀ ୦୧/୦୨: ଆଜି ଆସିବ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ତେବେ ବଜେଟରେ କାହାକୁ କ’ଣ ମିଳିବ? ଖାସ୍ କରି ଓଡ଼ିଶାର ଭାଗ କେତେ ରହିବ ସେନେଇ ସମସ୍ତଙ୍କ ଅପେକ୍ଷା । ତେବେ ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ବିଶେଷ ରହିବ ? ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ଏନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ବଜେଟରେ ମହଙ୍ଗା ନିୟନ୍ତ୍ରଣ ନେଇ ଆସିପାରେ ବଡ଼ ପଦକ୍ଷେପ ବୋଲି ସଭିଙ୍କର ଆଶା । ସରକାର ମୁଦ୍ରାସ୍ଫୀତି ଓ ଟିକସ କ୍ଷେତ୍ରରେ ଲୋକଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି । ସବୁଠାରୁ ବଡ ଉପହାର ସ୍ବରୂପ ଟିକସ ରିହାତି ଆକାରରେ ମିଳିବାର ସମ୍ଭାବନା ରହିଛି ।ବଜେଟ୍ ହେଉଛି ଦେଶର ଗୋଟିଏ ବର୍ଷରେ ଆୟ ଏବଂ ବ୍ୟୟର ହିସାବ ଦେଶକୁ ଚଳେଇ ବିଶ୍ୱରେ ଏକ ବିକଶିତ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କୁ ଆବଶ୍ୟକ ହୋଇଥାଏ ପ୍ରଚୁର ଅର୍ଥ । ଭାରତୀୟ ସମ୍ବିଧାନ ଧାରା ୧୧୪(୩) ଅନୁସାରେ ସଂସଦର ବିନାନୁମତିରେ ସରକାର ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରିପାରନ୍ତି ନାହିଁ । ତେଣୁ ସମ୍ବିଧାନ ଧାରା ୧୧୨ ଅନୁସାରେ ପ୍ରତିବର୍ଷ ସଂସଦରେ ବଜେଟ୍ ଉପସ୍ଥାପନ ଏବଂ ଅନୁମୋଦନର ନିୟମ ରହିଛି
ନୂଆଦିଲ୍ଲୀ ୦୧/୦୨: ଆଜି ଆସିବ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ତେବେ ବଜେଟରେ କାହାକୁ କ’ଣ ମିଳିବ? ଖାସ୍ କରି ଓଡ଼ିଶାର ଭାଗ କେତେ ରହିବ ସେନେଇ ସମସ୍ତଙ୍କ ଅପେକ୍ଷା । ତେବେ ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ବିଶେଷ ରହିବ ?
ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ଏନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ବଜେଟରେ ମହଙ୍ଗା ନିୟନ୍ତ୍ରଣ ନେଇ ଆସିପାରେ ବଡ଼ ପଦକ୍ଷେପ ବୋଲି ସଭିଙ୍କର ଆଶା । ସରକାର ମୁଦ୍ରାସ୍ଫୀତି ଓ ଟିକସ କ୍ଷେତ୍ରରେ ଲୋକଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି । ସବୁଠାରୁ ବଡ ଉପହାର ସ୍ବରୂପ ଟିକସ ରିହାତି ଆକାରରେ ମିଳିବାର ସମ୍ଭାବନା ରହିଛି ।
ବଜେଟ୍ ହେଉଛି ଦେଶର ଗୋଟିଏ ବର୍ଷରେ ଆୟ ଏବଂ ବ୍ୟୟର ହିସାବ ଦେଶକୁ ଚଳେଇ ବିଶ୍ୱରେ ଏକ ବିକଶିତ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କୁ ଆବଶ୍ୟକ ହୋଇଥାଏ ପ୍ରଚୁର ଅର୍ଥ । ଭାରତୀୟ ସମ୍ବିଧାନ ଧାରା ୧୧୪(୩) ଅନୁସାରେ ସଂସଦର ବିନାନୁମତିରେ ସରକାର ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରିପାରନ୍ତି ନାହିଁ ।
ତେଣୁ ସମ୍ବିଧାନ ଧାରା ୧୧୨ ଅନୁସାରେ ପ୍ରତିବର୍ଷ ସଂସଦରେ ବଜେଟ୍ ଉପସ୍ଥାପନ ଏବଂ ଅନୁମୋଦନର ନିୟମ ରହିଛି । ତେଣୁ ବଜେଟରୁ ଦେଶବାସୀ ବହୁତ କିଛି ଆଶା କରନ୍ତି । ୨୦୨୫- ୨୬ ବଜେଟରୁ ସାଧାରଣ ଲୋକ ଓ ଅର୍ଥନୈତିକ ବିଶାରଦ ଯାହା ଆଶା କରନ୍ତି ତାହା ଆଲୋଚନା ସାପେକ୍ଷ । ବଜେଟ୍ ଉପରେ ସବୁଠୁ ବେଶୀ ଆଶା ଥାଏ ଆୟକର ଦାତାଙ୍କର ।
also read..
ସାଧାରଣ ବଜେଟ୍; ମଧ୍ୟବିତ୍ତ, ମହିଳା, ଗରିବଙ୍କୁ ମିଳିପାରେ ପ୍ରାଧାନ୍ୟ, ବଡ଼ ଘୋଷଣା ଉପରେ ନଜର