ମହାକୁମ୍ଭରେ ବିସ୍ଫୋରଣ ଧମକ, ପ୍ରଶାସନ ଛାନିଆ

ପ୍ରୟାଗରାଜ ୧।୧: ସଙ୍ଗମ ନଗରୀ ପ୍ରୟାଗରାଜରେ ୨୦୨୫ ମହାକୁମ୍ଭ ପାଇଁ ଏବେ ଯୁଦ୍ଧକାଳୀନ ପ୍ରସ୍ତୁତି ଚାଲିଛି।  ଆଗାମୀ ମହାକୁମ୍ଭକୁ ୪୦ କୋଟି ଲୋକ ଆସିବାର ଆକଳନ କରାଯାଉଛି। ଏ ସବୁ ମଧ୍ୟରେ ମହାକୁମ୍ଭକୁ ବିସ୍ପୋରଣ ଧମକ ଦିଆଯାଇଛି। ଯାହା ଏବେ ପ୍ରଶାସନ ନିମନ୍ତେ ଚିନ୍ତାର କାରଣ ପାଲଟିଛି। ଏକ୍ସ ରେ ନସର ପଠାନ ନାମକ ଏକ ଆଇଡିରୁ ହିନ୍ଦୁଙ୍କୁ ଧମକ ଦିଆଯାଇଛି। ନସର ହିନ୍ଦୁମାନଙ୍କୁ ଅପରାଧୀ ବୋଲି କହିଛି। ଏଣୁ ମହାକୁମ୍ଭରେ ବିସ୍ଫୋରଣ କରିବାକୁ ଧମକ ଦେଇଛି। ନସର ଏକ୍ସ ରେ କରିଥିବା ପୋଷ୍ଟରେ ୧ ହଜାର ହିନ୍ଦୁଙ୍କୁ ହତ୍ୟା କରିବ ବୋଲି ଘୋଷଣା କରିଛି। ଡିସେମ୍ବର ୩୧ ତାରିଖ ଦିନ ବିପିନ ଗୌର ନାମକ ଜନୈକ ଯୁବକ ଡାୟଲ ୧୧୨  ୟୁପି ପୋଲିସକୁ ଏହି ପୋଷ୍ଟ ଟ୍ୟାଗ କରି ଘଟଣାର ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ସ୍କ୍ରିନ ସଟ୍ ଦେଖି ପୋଲିସ ମଧ୍ୟ ଏବେ ଆକ୍ଟିଭ ହୋଇଛି। ଏପରି ପୋଷ୍ଟ କରିଥିବା ବ୍ୟକ୍ତିର ତଲାସ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ମହାକୁମ୍ଭ ମେଳାରେ ଆକ୍ରମଣ ଧମକ ଦେଇଛି। ଦେଶରେ ମହାକୁମ୍ଭ ଜାନୁୟାରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହେଉଛି ଯାହା ୨୬ ଫେବୃଆରୀ ମହାଶିବରାତ୍ରିରେ ଉଦଯାପିତ ହେବ। ଏଥି ପାଇଁ ପ୍ରଥମ ସ୍ନାନ ୧୩ ଜାନୁୟାରୀ ପୌଷ ପୂର୍ଣ୍ଣିମାରେ ହେଉଥିବା ବେଳେ ୧୪ ଜାନୁୟାରୀ ମକର ସଂକ୍ରାନ୍ତିରେ ଦ୍ୱିତୀୟ ମହାସ୍ନାନ ହେବ। ୨୯ ଜାନୁୟାରୀ ମୌନୀ ଅମବାସ୍ୟାରେ

ମହାକୁମ୍ଭରେ ବିସ୍ଫୋରଣ ଧମକ, ପ୍ରଶାସନ ଛାନିଆ

ପ୍ରୟାଗରାଜ ୧।୧: ସଙ୍ଗମ ନଗରୀ ପ୍ରୟାଗରାଜରେ ୨୦୨୫ ମହାକୁମ୍ଭ ପାଇଁ ଏବେ ଯୁଦ୍ଧକାଳୀନ ପ୍ରସ୍ତୁତି ଚାଲିଛି।  ଆଗାମୀ ମହାକୁମ୍ଭକୁ ୪୦ କୋଟି ଲୋକ ଆସିବାର ଆକଳନ କରାଯାଉଛି। ଏ ସବୁ ମଧ୍ୟରେ ମହାକୁମ୍ଭକୁ ବିସ୍ପୋରଣ ଧମକ ଦିଆଯାଇଛି। ଯାହା ଏବେ ପ୍ରଶାସନ ନିମନ୍ତେ ଚିନ୍ତାର କାରଣ ପାଲଟିଛି। ଏକ୍ସ ରେ ନସର ପଠାନ ନାମକ ଏକ ଆଇଡିରୁ ହିନ୍ଦୁଙ୍କୁ ଧମକ ଦିଆଯାଇଛି। ନସର ହିନ୍ଦୁମାନଙ୍କୁ ଅପରାଧୀ ବୋଲି କହିଛି। ଏଣୁ ମହାକୁମ୍ଭରେ ବିସ୍ଫୋରଣ କରିବାକୁ ଧମକ ଦେଇଛି। 

ନସର ଏକ୍ସ ରେ କରିଥିବା ପୋଷ୍ଟରେ ୧ ହଜାର ହିନ୍ଦୁଙ୍କୁ ହତ୍ୟା କରିବ ବୋଲି ଘୋଷଣା କରିଛି। ଡିସେମ୍ବର ୩୧ ତାରିଖ ଦିନ ବିପିନ ଗୌର ନାମକ ଜନୈକ ଯୁବକ ଡାୟଲ ୧୧୨  ୟୁପି ପୋଲିସକୁ ଏହି ପୋଷ୍ଟ ଟ୍ୟାଗ କରି ଘଟଣାର ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ସ୍କ୍ରିନ ସଟ୍ ଦେଖି ପୋଲିସ ମଧ୍ୟ ଏବେ ଆକ୍ଟିଭ ହୋଇଛି। ଏପରି ପୋଷ୍ଟ କରିଥିବା ବ୍ୟକ୍ତିର ତଲାସ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ମହାକୁମ୍ଭ ମେଳାରେ ଆକ୍ରମଣ ଧମକ ଦେଇଛି। 

ଦେଶରେ ମହାକୁମ୍ଭ ଜାନୁୟାରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହେଉଛି ଯାହା ୨୬ ଫେବୃଆରୀ ମହାଶିବରାତ୍ରିରେ ଉଦଯାପିତ ହେବ। ଏଥି ପାଇଁ ପ୍ରଥମ ସ୍ନାନ ୧୩ ଜାନୁୟାରୀ ପୌଷ ପୂର୍ଣ୍ଣିମାରେ ହେଉଥିବା ବେଳେ ୧୪ ଜାନୁୟାରୀ ମକର ସଂକ୍ରାନ୍ତିରେ ଦ୍ୱିତୀୟ ମହାସ୍ନାନ ହେବ। ୨୯ ଜାନୁୟାରୀ ମୌନୀ ଅମବାସ୍ୟାରେ ତୃତୀୟ ମହାସ୍ନାନ ହେବାକୁ ଥିବା ବେଳେ ୩ ଫେବୃଆରୀ ବସନ୍ତ ପଞ୍ଚମୀ, ୧୨ ଫେବୃଆରୀ ମାଘ ପୂର୍ଣ୍ଣିମା ଓ ୨୬ ପେବୃଆରୀ ମହାଶିବରାତ୍ରିରେ ସ୍ନାନ ଅନୁଷ୍ଠିତ ହେବ। 

ଏଥି ପାଇଁ କୁମ୍ଭମେଳାର ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ପାଇଁ ୧୮୪୭୯ ସିଟିଜେନ ପୋଲିସ ମୁତୟନ ହେବାକୁ ଥିବା ବେଳେ ୧୩୭୮ ମହିଳା ସୁରକ୍ଷା କର୍ମୀ, ୧୪୦୫ ଟ୍ରାଫିକ ପୋଲିସ, ୧୧୫୮ ସଶସ୍ତ୍ର ପୋଲିସ ବଳ, ୧୪୬ ଘୋଡସବାର ପୋଲିସ, ୧୩,୯୬୫ ହୋମଗାର୍ଡ, ୫୧୦ ଏଲଆଇୟୁ ଜବାନ ମୁତନ ରହିବେ।