ସୁନ୍ଦରଗଡ ଜିଲ୍ଲାରେ ବେଆଇନ କୋଇଲା ଖଣି ଠାବ ଘଟଣା : ଝାରସୁଗୁଡାରେ ୪ ଜଣିଆ ଟିମ୍ର ଖୋଳତାଡ଼
ଝାରସୁଗୁଡା ୧।୫: ସୁନ୍ଦରଗଡ ଜିଲ୍ଲାରେ ବେଆଇନ କୋଇଲା ଖଣି ଠାବ ଘଟଣାର ଝାରସୁଗୁଡାରେ ଖୋଳତାଡ଼ ଜାରି ରହିଛି । ଗୁରୁବାର ତୃତୀୟ ଦିନରେ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ୪ ଜଣିଆ ଟିମ୍ ବଡମାଲ ସ୍ଥିତ ଏସ୍ଏମ୍ସି ପାୱାରର ୨ ନମ୍ବର ପ୍ଲାଣ୍ଟ ଓ ହିର୍ମା ସ୍ଥିତ ୧ ନମ୍ବର ପ୍ଲାଣ୍ଟରେ ଚଢାଉ କରି କାରଖାନାରେ ଗଚ୍ଛିତ ଓ ବ୍ୟବହୃତ କୋଇଲା ସହ କିଣାଯାଇଥିବା କୋଇଲା ତଥ୍ୟର ଅନୁସନ୍ଧାନ କରିଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଝାରସୁଗୁଡା ଜିଲ୍ଲା ବନ୍ଧବାହାଲରେ ଥିବା ଇଏମ୍ସିଏଲ୍ କୋଲ୍ ଓ୍ବାସେରୀ, ଛୁଆଲିବେରନାରେ ଥିବା ଏଏମ୍ପିଏଲ୍ କୋଲ୍ ଓ୍ବାସେରୀ ଓ ଗ୍ଲୋବାଲ କୋଲ୍ ଓ୍ବାସେରୀରେ କୋଇଲା ଷ୍ଟକ ଯାଞ୍ଚ କରିଥିଲେ । ଜିଲ୍ଲା ଖଣି ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ସ୍ଥାନୀୟ ଥାନା ଅଧିକାରୀ ଓ ସ୍ଥାନୀୟ ତହସିଲଦାରଙ୍କୁ ନେଇ ଗଠିତ କମିଟିର ସଦସ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଶୁକ୍ରବାର ଜିଲ୍ଲାର ଅନ୍ୟ ଶିଳ୍ପ ସଂସ୍ଥା ଗୁଡିକରେ ତଦନ୍ତ ହେବ । ତଦନ୍ତ ସରିବା ପରେ ଚୋରି କୋଇଲା ସମ୍ପର୍କରେ ତଥ୍ୟ ଉନ୍ମୋଚନ ହୋଇପାରିବ ।You Can Read:ରାଜ୍ୟରେ ମେଟ୍ରୋ ଚଳାଚଳ ପାଇଁ ନୂଆ ଡିପିଆର, ବିମାନବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ବସ୍ଷ୍ଟାଣ୍ଡ ଓ ବଡ଼ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ
ଝାରସୁଗୁଡା ୧।୫: ସୁନ୍ଦରଗଡ ଜିଲ୍ଲାରେ ବେଆଇନ କୋଇଲା ଖଣି ଠାବ ଘଟଣାର ଝାରସୁଗୁଡାରେ ଖୋଳତାଡ଼ ଜାରି ରହିଛି । ଗୁରୁବାର ତୃତୀୟ ଦିନରେ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ୪ ଜଣିଆ ଟିମ୍ ବଡମାଲ ସ୍ଥିତ ଏସ୍ଏମ୍ସି ପାୱାରର ୨ ନମ୍ବର ପ୍ଲାଣ୍ଟ ଓ ହିର୍ମା ସ୍ଥିତ ୧ ନମ୍ବର ପ୍ଲାଣ୍ଟରେ ଚଢାଉ କରି କାରଖାନାରେ ଗଚ୍ଛିତ ଓ ବ୍ୟବହୃତ କୋଇଲା ସହ କିଣାଯାଇଥିବା କୋଇଲା ତଥ୍ୟର ଅନୁସନ୍ଧାନ କରିଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଝାରସୁଗୁଡା ଜିଲ୍ଲା ବନ୍ଧବାହାଲରେ ଥିବା ଇଏମ୍ସିଏଲ୍ କୋଲ୍ ଓ୍ବାସେରୀ, ଛୁଆଲିବେରନାରେ ଥିବା ଏଏମ୍ପିଏଲ୍ କୋଲ୍ ଓ୍ବାସେରୀ ଓ ଗ୍ଲୋବାଲ କୋଲ୍ ଓ୍ବାସେରୀରେ କୋଇଲା ଷ୍ଟକ ଯାଞ୍ଚ କରିଥିଲେ । ଜିଲ୍ଲା ଖଣି ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ସ୍ଥାନୀୟ ଥାନା ଅଧିକାରୀ ଓ ସ୍ଥାନୀୟ ତହସିଲଦାରଙ୍କୁ ନେଇ ଗଠିତ କମିଟିର ସଦସ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଶୁକ୍ରବାର ଜିଲ୍ଲାର ଅନ୍ୟ ଶିଳ୍ପ ସଂସ୍ଥା ଗୁଡିକରେ ତଦନ୍ତ ହେବ । ତଦନ୍ତ ସରିବା ପରେ ଚୋରି କୋଇଲା ସମ୍ପର୍କରେ ତଥ୍ୟ ଉନ୍ମୋଚନ ହୋଇପାରିବ ।
You Can Read: