ହଜାରେ ହସ୍ପିଟାଲରୁ ମାତ୍ର ୧୯୬କୁ ଫାୟାର ସେଫ୍ଟି ଏନଓସି; ଏହି ନିୟମର ଫାଇଦା ଉଠାଉଛନ୍ତି ଘରୋଇ ମେଡିକାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିବେକ୍ ବିହାର ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣାରେ ୭ କୋମଳ ଶିଶୁ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ସମୟରେ ମୋଟ୍ ୧୨ ନବଜାତକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେ’ ୨୫ ଅଗ୍ନିକାଣ୍ଡ ଘଟଣା ପରେ ପୂରା ଶୋକ ବୁଡ଼ିଛନ୍ତି ପୀଡ଼ତ ଶିଶୁଙ୍କ ପରିଜନ । ଏପଟେ ପୁଣି ଥରେ ବେବି କେୟାର ସେଣ୍ଟରର ଏନଓସି ଏବଂ ନ୍ୟାସନାଲ ବିଲ୍ଡିଂ କୋଡ୍ ପାଳନ କରିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ବିନା ଏନଓସିରେ ହସ୍ପିଟାଲ ଚାଲୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଗିରଫ ହୋଇଥିବା ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ପଚରାଉଚରା କରୁଛି ପୋଲିସ ।ଦିଲ୍ଲୀରେ ହସ୍ପିଟାଲ ଏବଂ ନର୍ସିଂହୋମ୍ ପାଇଁ ଫାୟାର ଏନଏସି ମିଳିବା କାଠିକର ପାଠ । ଏଥିପାଇଁ ହସ୍ପିଟାଲ ମାଲିକ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି, ରାଜଧାନୀ ଦିଲ୍ଲୀରେ ହସ୍ପିଟାଲ ଓ ନର୍ସିଂହୋମ୍ ପାଇଁ କ’ଣ ମାର୍ଗଦର୍ଶିକା ରହିଛି । ଜାତୀୟ ଗଣମାଧ୍ୟମ ଇଣ଼୍ଡିଆ ଟୁଡେ’ରିପୋର୍ଟ ମୁତାବକ, ଅଗ୍ନିକାଣ୍ଡ ଘଟିଥିବା ସ୍ଥାନଠାରୁ ଦୁଇ କିଲୋମିଟର ପରିସୀମା ମଧ୍ୟରେ ଥିବା ତିନୋଟି ହସ୍ପିଟାଲରେ ଯାଞ୍ଚ ହୋଇଥିଲା, ହେଲେ ସମସ୍ତ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହିତ ଖେଳୁଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ମେଡିକାଲ ଓ ନର୍ସିଂହୋମରେ ରୋଗୀଙ୍କ ଜୀବନ ପ୍ରତି ବିପଦ ରହଥିବା ବେଳେ ଏହା ପ୍ରତି ଧ୍ୟାନ ଦିଆଯାଉନାହିଁ ।୨୦୧୯ରେ ଦିଲ୍ଲୀ

ହଜାରେ ହସ୍ପିଟାଲରୁ ମାତ୍ର ୧୯୬କୁ ଫାୟାର ସେଫ୍ଟି ଏନଓସି; ଏହି ନିୟମର ଫାଇଦା ଉଠାଉଛନ୍ତି ଘରୋଇ ମେଡିକାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିବେକ୍ ବିହାର ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣାରେ ୭ କୋମଳ ଶିଶୁ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ସମୟରେ ମୋଟ୍ ୧୨ ନବଜାତକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେ’ ୨୫ ଅଗ୍ନିକାଣ୍ଡ ଘଟଣା ପରେ ପୂରା ଶୋକ ବୁଡ଼ିଛନ୍ତି ପୀଡ଼ତ ଶିଶୁଙ୍କ ପରିଜନ । ଏପଟେ ପୁଣି ଥରେ ବେବି କେୟାର ସେଣ୍ଟରର ଏନଓସି ଏବଂ ନ୍ୟାସନାଲ ବିଲ୍ଡିଂ କୋଡ୍ ପାଳନ କରିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ବିନା ଏନଓସିରେ ହସ୍ପିଟାଲ ଚାଲୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଗିରଫ ହୋଇଥିବା ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ପଚରାଉଚରା କରୁଛି ପୋଲିସ ।

ଦିଲ୍ଲୀରେ ହସ୍ପିଟାଲ ଏବଂ ନର୍ସିଂହୋମ୍ ପାଇଁ ଫାୟାର ଏନଏସି ମିଳିବା କାଠିକର ପାଠ । ଏଥିପାଇଁ ହସ୍ପିଟାଲ ମାଲିକ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି, ରାଜଧାନୀ ଦିଲ୍ଲୀରେ ହସ୍ପିଟାଲ ଓ ନର୍ସିଂହୋମ୍ ପାଇଁ କ’ଣ ମାର୍ଗଦର୍ଶିକା ରହିଛି । ଜାତୀୟ ଗଣମାଧ୍ୟମ ଇଣ଼୍ଡିଆ ଟୁଡେ’ରିପୋର୍ଟ ମୁତାବକ, ଅଗ୍ନିକାଣ୍ଡ ଘଟିଥିବା ସ୍ଥାନଠାରୁ ଦୁଇ କିଲୋମିଟର ପରିସୀମା ମଧ୍ୟରେ ଥିବା ତିନୋଟି ହସ୍ପିଟାଲରେ ଯାଞ୍ଚ ହୋଇଥିଲା, ହେଲେ ସମସ୍ତ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହିତ ଖେଳୁଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ମେଡିକାଲ ଓ ନର୍ସିଂହୋମରେ ରୋଗୀଙ୍କ ଜୀବନ ପ୍ରତି ବିପଦ ରହଥିବା ବେଳେ ଏହା ପ୍ରତି ଧ୍ୟାନ ଦିଆଯାଉନାହିଁ ।

୨୦୧୯ରେ ଦିଲ୍ଲୀର କରୋଲ ବାଗ୍ ହୋଟେଲ ହୋଇଥିବା ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ରାଜଧାନୀ ଦିଲ୍ଲୀରେ ଫାୟାର ସେଫ୍ଟିକୁ ନେଇ ନିୟମ କଡ଼ାକଡ଼ି କରାଯାଇଥିଲା । ଏହି ନିୟମ ଅନୁଯୟୀ,୯ମିଟରରୁ ଅଧିକ ଉଚ୍ଚା ବିଲ୍ଡିଂରେ ଫାୟାର କ୍ଲିୟରାନ୍ସ ନେବା ଜରୁରୀ । ଏହା ପୂର୍ବରୁ ୧୫ମିଟର ଉଚ୍ଚତା ବିଶିଷ୍ଟ ବିଲ୍ଡିଂରେ ଫାୟାର ସେଫ୍ଟି କ୍ଲିୟରାନ୍ସ ଜରୁରୀ ଥିଲା । ନୂଆ ନିୟମ ପାଇଁ ଛୋଟ ହସ୍ପିଟାଲ ଓ ନର୍ସିଂହୋମକୁ ବନ୍ଦ ହେବ ବିପଦ ବଢ଼ୁଥିଲା । ଦିଲ୍ଲୀରେ ଅଧିକରୁ ଅଧିକ ନର୍ସିଂହୋମ ଘରୋଇ ଫ୍ଲାଟ୍‌ରେ ରହିଛି । ଏମାନେ ସରକାରୀ ଏବଂ ଅଗ୍ନିଶମ ନିର୍ଦ୍ଦେଶନାମା ପାଳନ କରୁନଥିବା ଅଭିଯୋଗ ହୋଇଛି ।

ଇଣ୍ଡିଆ ଟୁଡେ’ ରିପୋର୍ଟ ମୁତାବକ, ରାଜଧାନୀ ଦିଲ୍ଲୀରେ ହଜାରେରୁ ଅଧିକ ହସ୍ପିଟାଲ ଏବଂ ନର୍ସିଂହୋମ ରହିଛି । ଯେଉଁମାନେ ଦିଲ୍ଲୀ ସ୍ବାସ୍ଥ୍ୟବିଭାଗ ଅଧିନରେ ଅସୁଛନ୍ତି । ଯାଞ୍ଚରୁ ଜଣାପଡ଼ିଛି ଯେ, ଏମାନଙ୍କ ମଧ୍ୟରୁ ମାତ୍ର ୧୯୬ ହସ୍ପିଟାଲକୁ ଫାୟାର ସେଫ୍ଟି କ୍ଲିୟରାନ୍ସ ଏନଓସି ମିଳିଛି । ଅନ୍ୟ ସବୁ ହସ୍ପିଟାଲ ଓ ନର୍ସିଂହୋମ୍ ବିନା ଫାୟାର ସେଫ୍ଟି କ୍ଲିୟରାନ୍ସ ଏନଓସିରେ ଚାଲୁଥିବା ଜଣାପଡ଼ିଛି । ଅଧିକାଂଶ ବିଲ୍ଡିଂର ଉଚ୍ଚତା ୯ମିଟରରୁ କମ୍ ରହିଥିବାରୁ ଏହାର ଫାଇଦା ଉଠାଉଛନ୍ତି ହସ୍ପିଟାଲ୍ ମାଲିକ ।