ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ: କହିଲେ…

ମସ୍କୋ,୯।୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ସେ ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପହଞ୍ଚି ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ରୁଷିଅର ଉପମୁଖ୍ୟମନ୍ତ୍ରୀ ଡେନିସ ମଣ୍ଟୁରୋଭ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଦେଶର ବିକାଶରେ ପିଏମ ମୋଦିଙ୍କ ଅବଦାନକୁ ପୁଟିନ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନ କହିଛନ୍ତି, ପୁନର୍ବାର ପ୍ରଧାନମନ୍ତ୍ରୀ […] The post ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ: କହିଲେ… appeared first on Dharitri Odia News.

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ: କହିଲେ…

ମସ୍କୋ,୯।୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ସେ ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପହଞ୍ଚି ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ରୁଷିଅର ଉପମୁଖ୍ୟମନ୍ତ୍ରୀ ଡେନିସ ମଣ୍ଟୁରୋଭ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଦେଶର ବିକାଶରେ ପିଏମ ମୋଦିଙ୍କ ଅବଦାନକୁ ପୁଟିନ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନ କହିଛନ୍ତି, ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ। ମୁଁ ଭାବୁଛି ଏହା କୌଣସି ସଂଯୋଗ ନୁହେଁ ବରଂ ଆପଣଙ୍କର ବହୁ ବର୍ଷର କାର୍ଯ୍ୟର ଫଳାଫଳ। ଆପଣ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଆପଣ ସର୍ବଦା ଭାରତ ଏବଂ ଭାରତୀୟ ଲୋକଙ୍କ ସ୍ବାର୍ଥରେ ଫଳାଫଳ ହାସଲ କରିବାକୁ ସମର୍ଥ ହୋଇଛନ୍ତି, ଫଳାଫଳ ଦୃଶ୍ୟମାନ ହେଉଛି। ଭାରତ ବର୍ତ୍ତମାନ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା।
ପୁଟିନ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଜୀବନକୁ ଭାରତବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ଲୋକମାନେ ତାଙ୍କୁ ମାତୃଭୂମିର ସେବା କରିବାର ଆଉ ଏକ ସୁଯୋଗ ଦେଇଛନ୍ତି। ମୋର କେବଳ ଗୋଟିଏ ଲକ୍ଷ୍ୟ ଅଛି, ଏହି ଲୋକମାନଙ୍କୁ ଏବଂ ଦେଶର ସେବା କରିବା।
୨୨ତମ ଭାରତ-ରୁଷିଆ ବାର୍ଷିକ ସମିଟ୍‌ରେ ପୁଟିନ୍‌ଙ୍କ ସହ ମୋଦି ସହ ଅଧ୍ୟକ୍ଷତା କରିବେ। ତେବେ ସେମାନେ ପ୍ରେସ୍‌କୁ କୌଣସିି ବିବୃତି ଦେବେନାହିଁ ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ଉକ୍ତ ସମିଟ୍‌ରେ ଆର୍ଥତ୍କ କାର୍ଯ୍ୟସୂଚୀ ପ୍ରମୁଖ ସ୍ଥାନ ନେବାକୁ ଥିବାବେଳେ ୟୁକ୍ରେନ୍‌ ସହ ଲାଗିରହିଥିବା ଯୁଦ୍ଧ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇପାରେ। ଯୁଦ୍ଧକ୍ଷେତ୍ରରୁ ସମାଧାନ ବାହାରିପାରିବ ନାହିଁ ବୋଲି ମୋଦି ପୁଟିନ୍‌ଙ୍କୁ ଅବଗତ କରାଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
ସୋମବାର ମୋଦି ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବା ପରେ ରାଷ୍ଟ୍ରପତି ପୁଟିନ୍‌ଙ୍କ ନୋଭୋ-ଓଗାରେଭୋସ୍ଥିତ ବାସଭବନରେ ପହଞ୍ଚତ୍ଥିଲେ। ତାଙ୍କ ସମ୍ମାନାର୍ଥେ ପୁଟିନ୍‌ ନୈଶ୍ୟଭୋଜିର ଆୟୋଜନ କରିଥିଲେ। ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବାରୁ ପୁଟିନ୍‌ ପ୍ରଥମେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସରକାରର ମୁଖ୍ୟ ଭାବେ ଏହା ଆପଣଙ୍କ ବହୁ ବର୍ଷର କାର୍ଯ୍ୟର ଫଳ ବୋଲି ପୁଟିନ୍‌ କହିଥିଲେ। ଭାରତ ବିଶ୍ୱ ଅର୍ଥନୀତିରେ ନିଶ୍ଚୟ ତୃତୀୟ ସ୍ଥାନରେ ପହଞ୍ଚତ୍ବ ବୋଲି ଏହି ଅବସରରେ ରୁଷିଆ ରାଷ୍ଟ୍ରପତି କହିଥିଲେ।

The post ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ: କହିଲେ… appeared first on Dharitri Odia News.