ରାଉରକେଲାରେ ଚିନ୍ତା ବଢାଇଲା ହଇଜା ; ମୃତ୍ୟୁ ସଂଖ୍ୟା ୬
ରାଉରକେଲା : ରାଉରକେଲାରେ ଚିନ୍ତା ବଢାଇଲା ହଇଜ।। ରାଉରକେଲା ଝାଡାବାନ୍ତିର କାରଣ ହଇଜା ବୋଲି ମଙ୍ଗଳବାର ସାମ୍ନାକୁ ଆସିଛି। ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ନେଇ ଆର୍ଜିଏଚ୍ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷା ହୋଇଥିବା ନମୁନା ମଧ୍ୟରୁ ହଇଜା ଜୀବାଣୁ ଚିହ୍ନଟ ହୋଇଛି ବୋଲି କହିଛନ୍ତି। ଝାଡାବାନ୍ତିରେ ଏଯାଏଁ ୬ ଜଣଙ୍କ ମୃତ୍ୟୁ ହୋଇଛି। ୫ ଶହରୁ ଅଧିକ ଆକ୍ରାନ୍ତ ଥିବା ବେଳେ ଏବେ ମଧ୍ୟ ଶତାଧିକ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ରାଉରକେଲାରେ ଝାଡାବାନ୍ତି ସ୍ଥିତିର […]

ରାଉରକେଲା : ରାଉରକେଲାରେ ଚିନ୍ତା ବଢାଇଲା ହଇଜ।। ରାଉରକେଲା ଝାଡାବାନ୍ତିର କାରଣ ହଇଜା ବୋଲି ମଙ୍ଗଳବାର ସାମ୍ନାକୁ ଆସିଛି। ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ନେଇ ଆର୍ଜିଏଚ୍ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷା ହୋଇଥିବା ନମୁନା ମଧ୍ୟରୁ ହଇଜା ଜୀବାଣୁ ଚିହ୍ନଟ ହୋଇଛି ବୋଲି କହିଛନ୍ତି। ଝାଡାବାନ୍ତିରେ ଏଯାଏଁ ୬ ଜଣଙ୍କ ମୃତ୍ୟୁ ହୋଇଛି। ୫ ଶହରୁ ଅଧିକ ଆକ୍ରାନ୍ତ ଥିବା ବେଳେ ଏବେ ମଧ୍ୟ ଶତାଧିକ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
ରାଉରକେଲାରେ ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ।