ପାରିବାରିକ କଳହକୁ ନେଇ ବୋମାମାଡ଼: ଜଣେ ମହିଳା ଗୁରୁତର, ୩ ଜଣ ଆହତ
ନୟାଗଡ଼: ପାରିବାରିକ କଳହକୁ ନେଇ ବୋମାମାଡ଼ । ବୋମାମାଡ଼ରେ ଜଣେ ମହିଳା ଗୁରୁତର, ୩ ଜଣ ଆହତ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଜନାପଡ଼ା ଗାଁରେ ବୋମାମାଡ଼ ହୋଇଛି । ସନ୍ଧ୍ୟା ସମୟରେ ଗାଁର ମାନସ ମାନସିଂ ଓ ତାଙ୍କ ସାନଭାଇ ମଧ୍ୟରେ ପାରିବାରିକ ବିବାଦକୁ ନେଇ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ର କରି ମାନସ ମାନସିଂ ଗୋପୀନାଥ ମନ୍ଦିର ନିକଟରେ ରହି ବୋମା ପକାଇ ଥିଲେ । ବୋମାମାଡରେ ହୁଲାସ ମାନସିଂ ନାମକ […] The post ପାରିବାରିକ କଳହକୁ ନେଇ ବୋମାମାଡ଼: ଜଣେ ମହିଳା ଗୁରୁତର, ୩ ଜଣ ଆହତ appeared first on KNews Odisha.

ନୟାଗଡ଼: ପାରିବାରିକ କଳହକୁ ନେଇ ବୋମାମାଡ଼ । ବୋମାମାଡ଼ରେ ଜଣେ ମହିଳା ଗୁରୁତର, ୩ ଜଣ ଆହତ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଜନାପଡ଼ା ଗାଁରେ ବୋମାମାଡ଼ ହୋଇଛି । ସନ୍ଧ୍ୟା ସମୟରେ ଗାଁର ମାନସ ମାନସିଂ ଓ ତାଙ୍କ ସାନଭାଇ ମଧ୍ୟରେ ପାରିବାରିକ ବିବାଦକୁ ନେଇ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ର କରି ମାନସ ମାନସିଂ ଗୋପୀନାଥ ମନ୍ଦିର ନିକଟରେ ରହି ବୋମା ପକାଇ ଥିଲେ । ବୋମାମାଡରେ ହୁଲାସ ମାନସିଂ ନାମକ ମହିଳା ଗୁରୁତର ହୋଇଥିଲେ । ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଇଟାମାଟି ଥାନା ପୋଲିସ ପଂହଁଚି ଗାଁରେ ତଦନ୍ତ କରିଛି।
The post ପାରିବାରିକ କଳହକୁ ନେଇ ବୋମାମାଡ଼: ଜଣେ ମହିଳା ଗୁରୁତର, ୩ ଜଣ ଆହତ appeared first on KNews Odisha.